ପ୍ରଥମ ଥର ସାମନାକୁ ଆସିଲା ମହାନାୟକ ଅମିତାଭ ବଚ୍ଚନଙ୍କ ବଙ୍ଗଳାର ଫଟୋ, ଭିତରୁ ଏମିତି ଦେଖାଯାଏ ‘ଜଲସା’, ଦେଖନ୍ତୁ

ମହାନାୟକ ଅମିତାଭ ବଚ୍ଚନଙ୍କର ଜୀବନ ସହିତ ଜଡିତ ସମସ୍ତ ଛୋଟ ବଡ କଥା ତାଙ୍କ ଫ୍ୟାନମାନଙ୍କ ପାଇଁ ବହୁତ ବଡ କଥା ହୋଇଥାଏ । ତାହା ପୁଣି ଅମିତାଭ ବଚ୍ଚନଙ୍କର ଫିଲ୍ମର କଥା ହୋଇଥାଉ କି ତାଙ୍କର ବଙ୍ଗଳା ବିଷୟରେ । ସବୁ ଜିନିଷ ତାଙ୍କର ଫ୍ୟାନଙ୍କ ସହ ଜଡିତ ହୋଇଥାଏ । କହିବାକୁ ଗଲେ ଅମିତାଭ ବଚ୍ଚନଙ୍କର ବଙ୍ଗଳା ବିଷୟରେ ଜାଣିବା ଓ ତାକୁ ଦେଖିବା ସମସ୍ତ ଫ୍ୟାନମାନଙ୍କର ଇଚ୍ଛା ଥାଏ । ଯାହାର କିଛି ଫଟୋ ବର୍ତ୍ତମାନ ସୋସିୟାଲ ମିଡିୟାରେ ଭାଇଲାର ହେଉଛି । ଏତିକି ନୁହେଁ ଅମିତାଭ ବଚ୍ଚନଙ୍କ ପାଖରେ ମୁମ୍ବାଇର ଜୁହୂରେ ତିନୋଟି ବଙ୍ଗଳା ଅଛି – ଜଲସା, ପ୍ରତୀକ୍ଷା ଓ କନକ । ଯେଉଁଥିରେ ତାଙ୍କର ସବୁଠୁ ପସନ୍ଦିତା ବଙ୍ଗଳାର ଫଟୋ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

Image courtesy: Google

ସମସ୍ତ ତିନୋଟି ବଙ୍ଗଳା ମଧ୍ୟରୁ ଜଲସା ତାଙ୍କର ଅତି ପାଖାପାଖି ଅଟେ । ସେ ଏହାକୁ ନେଇ ଅଧିକ ଭାବୁକ ବି ରହିଥାନ୍ତି । ସେ ନିଜର ପୁରା ପରିବାର ସହିତ ଜଲସାରେ ରହିଥାନ୍ତି ।

ସ୍ଵର୍ଗ ଠାରୁ କମ ନୁହନ୍ତି ଅମିତାଭ ବଚ୍ଚନଙ୍କର ବଙ୍ଗଳା

Image courtesy: Google

ଅମିତାଭ ବଚ୍ଚନଙ୍କର ବଙ୍ଗଳା ସାଧାରଣ ନାଗରିକମାନଙ୍କ ପାଇଁ କୌଣସି ସ୍ଵର୍ଗ ଠାରୁ କମ ନୁହେଁ । ତାଙ୍କର ଲିଭିଙ୍ଗ ରୁମ ଠାରୁ ନେଇ ବେଡରୁମ ପର୍ଯ୍ୟନ୍ତ ସମସ୍ତ ଜିନିଷ ବହୁତ କମାଲ ଅଟେ । ଏହି ସମସ୍ତ ଫଟୋରେ ଆପଣ ବିଗ ବି ଙ୍କର ଘର ଭିତରର ସୁନ୍ଦରତା ଦେଖି ପାରିବେ ।

ହଲ ଠାରୁ ନେଇ ବେଡରୁମ ପର୍ଯ୍ୟନ୍ତ ଫଟୋ ଭାଇରାଲ

Image courtesy: Google

ଅମିତାଭ ବଚ୍ଚନଙ୍କର ବଙ୍ଗଳା ବିଷୟରେ ବର୍ତ୍ତମାନ କଥାବାର୍ତ୍ତା କରାଯାଏ ତେବେ ଦେଖିବାକୁ ଏହା ବହୁତ ସୁନ୍ଦର ଲାଗୁଛି । ବର୍ତ୍ତମାନ ହିଁ ଏଠି ବିଭିନ୍ନ ପ୍ରକାରର ଡିଜାଇନ କରାଯାଇଛି ଓ ନାରଙ୍ଗି କଲର କରାଯାଇଛି । ଏହା ଛଡା ତାଙ୍କର ବେଡରୁମରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଡିଜାଇନ ଦେଖାଯିବ । ଯାହାକି ସବୁଠୁ ଅଲଗା ଓ ୟୁନିକ ଅଟେ । ଘରେ ସେ ନିଜର ମାତା ପିତାଙ୍କର ବହୁତ ଫଟୋ ବି ଲଗାଇ ରଖିଛନ୍ତି ।

ଆଲୀଶାନ ହୋଟେଲ ଭଳି ଅଟେ ୱାଶରୁମ

Image courtesy: Google

ଅମିତାଭ ବଚ୍ଚନଙ୍କର ୱାଶରୁମ କୌଣସି ଆଲୀଶାନ ହୋଟେଲ ଠାରୁ କମ ନୁହେଁ । ଯେଉଁଥିରେ ସବୁ ସୁବିଧା ଅଛି । ଏହି ୱାଶରୁମରେ ବଡ ବାଥଟବ ଅଛି, ଯାହାକୁ ବି ୟୁନିକ ଭାବରେ ଡିଜାଇନ କରାଯାଇଛି । ଏହା ଛଡା ବିଗ ବିଙ୍କର ଏକ ସ୍ଟଡି ରୁମ ବି ଅଛି । ଯେଉଁଠି ସେ ପ୍ରାୟତଃ ନିଜର ଲ୍ୟାପଟପ ଉପରେ କାମ କରିଥାନ୍ତି । କହିଦେଉଛୁ ଯେ ଅମିତାଭ ବଚ୍ଚନ ନିଜ ଘରର ଫଟୋ ପ୍ରାୟତଃ ସୋସିୟାଲ ମିଡିୟାରେ ଶେୟାର କରିଥାନ୍ତି । କିନ୍ତୁ ପ୍ରଥମ ଥର ଏତେ ଭିତରର ଫଟୋ ସାମନାକୁ ଆସିଛି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।