ନିଜ ସାଙ୍ଗ ର ସଉତୁଣୀ ହେବାକୁ ଚାହୁଁ ନ ଥିଲେ Silpa Shetty, ସେଥିପାଇଁ କାଟି ଦେଇଥିଲେ Akshay Kumar ଙ୍କ ପତା…

ଶିଳ୍ପା ସେଟ୍ଟୀ ଓ ତାଙ୍କ ପତି ରାଜ କୁନ୍ଦ୍ରା ଏବେ ମିଡିଆ ଖବରରେ ଖୁବ ଚର୍ଚ୍ଚାରେ ଅଛନ୍ତି । ରାଜ କୁନ୍ଦ୍ରାଙ୍କ ଉପରେ ପର୍ଣ୍ଣ ଫିଲ୍ମ ତିଆରି କରିବାର ଆରୋପ ଲାଗିଛି । ଏହି ମାମଲାରେ ଶିଳ୍ପାଙ୍କୁ ମଧ୍ୟ ସ୍ବାମୀଙ୍କ ସାମନାରେ ବସାଇ ଅନେକ ଘଣ୍ଟା ଧରି ପଚରା ଉଚରା କରାଯାଇଛି । ତେବେ ଏହା ମଧ୍ୟରେ ଶିଳ୍ପା ସେଟ୍ଟୀଙ୍କ ପୁରୁଣା ପ୍ରେମ କାହାଣୀ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । କୁହାଯାଉଛି ଗୋଟେ ସମୟ ଏପରି ଥିଲା କି ଶିଳ୍ପା ସେଟ୍ଟୀ ଓ ଅକ୍ଷୟ କୁମାର ବିବାହ କରିବାର ଥିଲା, କିନ୍ତୁ ସେ ନିଜ ବାନ୍ଧବୀଙ୍କ ସଉତୁଣୀ ହେବାକୁ ଚାହୁଁ ନ ଥିଲେ ସେଥିପାଇଁ ସେ ଅକ୍ଷୟ କୁମାରଙ୍କ ଠାରୁ ଦୂରେଇ ଯାଇଥିଲେ ।

କେବଳ ଏତିକି ନୁହେଁ ଶିଳ୍ପା ସେଟ୍ଟୀ ସେତେବେଳେ ଅକ୍ଷୟ କୁମାରଙ୍କ ଉପରେ କେତେକ ସଙ୍ଗୀନ ଆରୋପ ମଧ୍ୟ ଲଗାଇଥିଲେ । ଶିଳ୍ପା ଓ ଅକ୍ଷୟ କୁମାର ଇନସାଫ, ମେ ଖିଲାଡ଼ି ତୁ ଅନାଦି ଓ ଧଡକାନ ପରି ଫିଲ୍ମରେ ଏକାଠି କାମ କରି ସାରିଛନ୍ତି । ଏହି ସମୟରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ମାମଲା ଏତେ ବଢି ଯାଇଥିଲା କି ସେମାନଙ୍କ ବିବାହ ଖବର ମଧ୍ୟ ଶୁଣିବାକୁ ମିଳୁଥିଲା । ସେତେବେଳେ ଅକ୍ଷୟ କୁମାରଙ୍କ ରବିନା ଟଣ୍ଡନଙ୍କ ସହ ତାଜା ତାଜା ବ୍ରେକଅଫ ହୋଇଥିଲା ।

କିନ୍ତୁ ସେତେବେଳେ ଅକ୍ଷୟ କୁମାର ଟ୍ଵିଙ୍କିଲ ଖାନ୍ନାଙ୍କୁ ମଧ୍ୟ ଡେଟ କରିବା ଆରମ୍ଭ କରି ଦେଇ ଥିଲେ । ସେହି ସମୟରେ ଶିଳ୍ପା ସେଟ୍ଟୀ ଓ ଟ୍ଵିଙ୍କିଲ ଖାନ୍ନା ବହୁତ ଭଲ ସାଙ୍ଗ ଥିଲେ । ଧଡକନ ଫିଲ୍ମ ସମୟରେ ଟ୍ଵିଙ୍କିଲଙ୍କୁ ଶିଳ୍ପା ଓ ଅକ୍ଷୟଙ୍କ ଆଫେୟାର ବିଷୟରେ ଜଣା ପଡି ଯାଇଥିଲା । ଏପରି ସ୍ଥିତିରେ ଶିଳ୍ପା ନିଜ ଭଲ ସାଙ୍ଗ ଟ୍ଵିଙ୍କିଲଙ୍କ ସଉତୁଣୀ ହେବାକୁ ଚାହୁଁ ନ ଥିଲେ, ସେଥିପାଇଁ ସେ ଅକ୍ଷୟ କୁମାରଙ୍କ ସହ ବ୍ରେକଅଫ କରି ଦେଇଥିଲେ । ଏହା ପରେ ମଧ୍ୟ ସେମାନେ ଧଡକନ ଫିଲ୍ମର ଶୁଟିଙ୍ଗ ପୁରା କରିଥିଲେ ।

ଶିଳ୍ପା ନିଜ ଭଲ ବାନ୍ଧବୀଙ୍କ ପାଇଁ ଅକ୍ଷୟଙ୍କୁ ଛାଡି ଦେଇଥିଲେ, କିନ୍ତୁ ଏହି ଧୋକାକୁ ସେ ଭୁଲି ପାରି ନ ଥିଲେ । ଏକ ସାକ୍ଷାତକାରରେ ସେ ଅକ୍ଷୟଙ୍କ ପ୍ରତି ନିଜ ଭଡାସ ବାହାର କରି କହିଥିଲେ କି, ‘ଅକ୍ଷୟ ମୋତେ ୟୁଜ କରିଛନ୍ତି । ତାଙ୍କୁ ଏବେ ଆଉ କେହି ମିଳିଗଲା ଟ ମୋତେ ଛାଡି ଦେଲେ । ମୁଁ ଏହା କେବେ ଚିନ୍ତା ବି କରି ନ ଥିଲି କି ସେ ଆଉ କାହାକୁ ମଧ୍ୟ ଡେଟ କରୁଛନ୍ତି ।’ ଏହା ସହ ଶିଳ୍ପା କହିଥିଲେ ସେ ଏହି ଘଟଣାରେ ବହୁତ ଦୁଃଖୀ ଅଟନ୍ତି ଓ ଏହି ଧୋକାରେ ତାଙ୍କ ମାନସିକ ସନ୍ତୁଳନ ବିଗିଡି ଯାଇଥିଲା । କିନ୍ତୁ ସେହି ସମୟରେ ତାଙ୍କ ମାତା ପିତା ତାଙ୍କୁ ସମ୍ଭାଳି ନେଇଥିଲେ ।

କିଛି ଖବର ଏହା ମଧ୍ୟ ଦାବି କରିଥିଲେ ଅକ୍ଷୟଙ୍କ ଯୋଗୁଁ ଶିଳ୍ପା ସେଟ୍ଟୀ ମାତ୍ର ୨୨ ବର୍ଷ ବୟସରେ ନିଜ ଭର୍ଜିନିଟି ହରାଇଥିଲେ । ଏହି ବ୍ରେକଅଫ ପରେ ସେ ଭାଙ୍ଗି ପଡିବାରୁ, ରାଜ କୁନ୍ଦ୍ରା ତାଙ୍କୁ କାନ୍ଧ ଦେବା କାମ କରିଥିଲେ । ସେହି ସମୟରେ ରାଜ କୁନ୍ଦ୍ରା ମଧ୍ୟବ ନିଜ ପ୍ରଥମ ପତ୍ନୀ କବିତାଙ୍କ ଠାରୁ ଧୋକା ପାଇ ଦୁଃଖୀ ଥିଲେ । ଏପରି ବେଳେ ଶିଳ୍ପା ଓ ରାଜଙ୍କର ପରସ୍ପର ସହ ଖୁବ ଜମିଥିଲା । ରାଜ ବିଦେଶରୁ ମହଙ୍ଗା ମହଙ୍ଗା ଗିଫ୍ଟ କିଣି ଶିଳ୍ପାଙ୍କୁ ଦେଉଥିଲେ । ଏହି ପ୍ରକାରେ ସେମାନଙ୍କ ବନ୍ଧୁତାରେ ବଦଳି ଯାଇଥିଲେ ଓ ସେମାନେ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।