Astrology tips: କୋଟିଏରେ ଗୋଟିଏ ହୋଇଥାନ୍ତି ଏମିତି ପୁରୁଷ, ଯାହାଙ୍କ ପାଖରେ ରହିଥାଏ ଏହି ସବୁ ଲକ୍ଷଣ

ବନ୍ଧୁଗଣ, ସ୍ତ୍ରୀ କୁ ଘରର ଲକ୍ଷ୍ମୀ କୁହାଯାଉ ଥିବା ବେଳେ, ପୁରୁଷକୁ ଘରର ପାଳନକର୍ତ୍ତା ଶ୍ରୀ ହରିବିଷ୍ଣଙ୍କ ସମାନ ବୋଲି ମାନାଯାଏ । ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଶ୍ରୀ ହରିବିଷ୍ଣଙ୍କ ବିନା ସଂପୂର୍ଣ୍ଣ ମାନାଯାଏ ନାହିଁ । ନାରୀ ଅନ୍ନପୂର୍ଣ୍ଣା ହୋଇଥିବା ବେଳେ ପୁରଷ ସେହି ଅନ୍ନ ପ୍ରାପ୍ତିର ସ୍ରୋତ ଅଟେ । ଆମ ସମୁଦ୍ରଶାସ୍ତ୍ରରେ କେବଳ ସ୍ତ୍ରୀ ବିଷୟରେ ନୁହେଁ, ବରଂ ପୁରୁଷଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ବିଷୟରେ ମଧ୍ୟ କୁହାଯାଇଛି । ତେବେ ଆସନ୍ତୁ ପୁରୁଷଙ୍କ କିଛି ଲକ୍ଷଣରୁ ଜାଣିବା ସେ ଭାଗ୍ୟଶାଳୀ ଅଟନ୍ତି କି ନାହିଁ ।

ଚାରି ଆଙ୍ଗୁଳି ଚଉଡା ମଥା ଥିବା ପୁରୁଷଙ୍କୁ ଭାଗ୍ୟଶାଳୀ ବୋଲି ମାନାଯାଏ । ଏହି ପୁରୁଷଙ୍କ ଭାଗ୍ୟ ସର୍ବଦା ତାଙ୍କ ସହ ଥାଏ ଓ ନୂଆ କାର୍ଯ୍ୟରେ ମଧ୍ୟ ତାଙ୍କୁ ସଫଳତା ମିଳିଥାଏ । କିନ୍ତୁ ଯଦି ମଥାରେ ଖଣ୍ଡିଆ ଦାଗ, ପୋଡା ଦାଗ, କଟା ଦାଗ ଆଦି କୌଣସି ପ୍ରକାର ଚିହ୍ନ ରହିଥାଏ ତେବେ ସେହି ପୁରୁଷଙ୍କୁ ସଫଳତା ପାଇବାକୁ ବହୁତ ସମସ୍ୟାର ସାମନା କରିବାକୁ ପଡିଥାଏ । ଶରୀର ଅଧିକ ଗନ୍ଧ ହେଉଥିବା ବା ଅଧିକ ଚୁଟି ଥିବା ପୁରୁଷଙ୍କୁ ମଧ୍ୟ ଜୀବନରେ ଖୁବ କଷ୍ଟରେ ସଫଳତା ମିଳିଥାଏ ।

ଏମାନଙ୍କ ମଙ୍ଗଳ ଗ୍ରହ ସବୁବେଳେ ଦୂଷିତ ରହିଥାଏ ଓ ପରିସ୍ଥିତି ମଧ୍ୟ ସବୁବେଳେ ଅନୁକୂଳ ରୁହେ ନାହିଁ । ବ୍ୟକ୍ତି ସ୍ବଚ୍ଛ ଏବଂ ସୁଗନ୍ଧିତ ରହିବା ଦ୍ଵାରା ବୃହସ୍ପତି ଦେବା ସବୁବେଳେ ଉଜ୍ବଳ ରୁହନ୍ତି । ଏଥିପାଇଁ ଶରୀରରେ ସବୁବେଳେ ଚନ୍ଦନର ଲେପ ପ୍ରୟୋଗ କରନ୍ତୁ । ସେହିପରି ଯେଉଁ ପୁରୁଷଙ୍କ ସ୍ଵର ତେଜ ଏବଂ ସ୍ପଷ୍ଟ ହୋଇଥାଏ ସେହି ପୁରୁଷଙ୍କ ସୂର୍ଯ୍ୟ ମଧ୍ୟ ମଜବୁତ ରହିଥାନ୍ତି । ଏପରି ବ୍ୟକ୍ତି ପ୍ରତ୍ଯେକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥାନ୍ତି । କିନ୍ତୁ ଏହାର ବିପରୀତ ଅସ୍ପଷ୍ଟ ଏବଂ ତେଜ ନ ଥିବା ସ୍ଵର ଥିବା ପୁରୁଷ ଜୀବନରେ ପଛରେ ରହିଯାନ୍ତି ।

ଆଖି ଆମ ବ୍ୟକ୍ତିତ୍ବର ଦର୍ପଣ ହୋଇଥାଏ । ଯେଉଁ ପୁରୁଷଙ୍କ ବଡ, କଳା ଓ ସୁନ୍ଦର ଆଖି ଥାଏ ଓ ଆଖି ଟିକେ ଭିତରକୁ ରହିଥାଏ ଏବଂ ଆଖି ତଳେ କୌଣସି ଦାଗ ନ ଥାଏ, ସେହି ପୁରୁଷଙ୍କ ଉପରେ ସ୍ଵୟଂ ଶ୍ରୀ ହରି ନାରାୟଣଙ୍କ କୃପା ରହିଥାଏ । ଏମାନଙ୍କ ଚନ୍ଦ୍ର ସବୁବେଳେ ଚମକିଥାଏ ଓ ପ୍ରତ୍ଯେକ କାର୍ଯ୍ୟ ସଫଳ ହୋଇଥାଏ । ଏମାନଙ୍କ ବୈବାହିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ । ପୁରୁଷଙ୍କ ବାମ ପାଦର ଅନ୍ୟ ଆଙ୍ଗୁଠି ଯଦି ବୁଢା ଆଙ୍ଗୁଠି ଠାରୁ ବଡ ହୋଇଥିଲେ, ସେହି ପୁରୁଷ ଖୁବ ଭାଗ୍ୟଶାଳୀ, ସହନଶୀଳ ଓ ଦୟାବାନ ହୋଇଥାଏ ।

ଯେଉଁ ବ୍ୟକ୍ତି ଚାଲିବା ସମୟରେ ପାଦ ଘୋଷାଡ଼ି ଶବ୍ଦ କରି କରି ଚାଲେ ତେବେ ତାର ବ୍ୟକ୍ତିତ୍ବକୁ ଭରସା କରାଯାଇ ପାରେ ନାହିଁ । ନିଜର ପ୍ରଶଂସା କରୁ ନ ଥିବା ଏବଂ ଅହଂକାର ନ ଥିବା ପୁରୁଷଙ୍କ ଉପରେ ସୂର୍ଯ୍ୟଦେବା ଖୁବ ପ୍ରସନ୍ନ ରହିଥାନ୍ତି । ଆଉ ସ୍ତ୍ରୀ ର ସମ୍ମାନ କରୁଥିବା ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପା ରହିଥାଏ । ମନ ମୋହିଲା ପରି ହସ ଥିବା ପୁରୁଷଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ।

ଏହି ସବୁ ଲକ୍ଷଣ ଥିବା ପୁରୁଷମାନେ ଅବଶ୍ୟ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ