ଏହି ୪ ଜଣ କଳାକାର ଅଟନ୍ତି ବଲୀଉଡର ତିନି ଜଣ ଖାନଙ୍କ ଠାରୁ ଲକ୍ଷେ ଗୁଣା ଭଲ, ଏମାନଙ୍କର ଅଭିନୟ ଅଟେ ସୁପର ସେ ଭି ଉପର

କହିବାକୁ ଗଲେ ଗତ କିଛି ବର୍ଷ ହେଲା ବଲୀଉଡରେ ତିନି ଜଣ ଖାନ (ସଲମାନ, ଶାହରୁଖ ଓ ଆମିର)ଙ୍କର ରାଜ ଚାଲିଛି । ଅନ୍ୟ କଳାକାରମାନେ ଏହି ତିନି ଜଣ ଖାନଙ୍କ ଠାରୁ ଅଭିନୟ ମାମଲାରେ କେତେ ବି ଅଧିକ ଟ୍ୟାଲେଂଟେଡ ହେଲେ ବି ତାଙ୍କୁ ଏହି ଫେମସ ଖାନମାନଙ୍କ ଭଳି ପପୁଲାରିଟୀ ଓ ପୋଜିସନ ମିଳି ପାରି ନାହିଁ ।

ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡର ସେହି କଳାକାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କିଛି ବର୍ଷ ହେବ ଥିଏଟରରେ ଅଭିନୟ କରିଛନ୍ତି । କହିବାକୁ ଗଲେ ଏହି ଅଭିନେତାମାନଙ୍କୁ ବଲୀଉଡର ସୁପରଷ୍ଟାର ହେବା ଦରକାର ।

ମନୋଜ ବାଜପେୟୀ

ମନୋଜ ବାଜପେୟୀ ଭିନ୍ନ ଭିନ୍ନ ପ୍ରକାରର ରୋଲ କରିବା ପାଇଁ ଜଣା ଯାଆନ୍ତି । ସେ ବହୁତ ଥିଏଟର ବି କରିଛନ୍ତି । ଏହା ପରେ ପ୍ରଥମେ ତାଙ୍କୁ ୧୯୯୪ରେ ଶେଖର କପୁରଙ୍କର ଫିଲ୍ମ ‘ବୈଂଡିଟ କ୍ୱୀନ’ରେ ଏକ ଛୋଟ ରୋଲ ମିଳିଥିଲା । ଏହି ଫିଲ୍ମରେ ସେ ଏତେ ଭଲ ଅଭିନୟ କରିଲେ କି ଏହା ପରେ ତାଙ୍କୁ ବିଭିନ୍ନ ଫିଲ୍ମର ଅଫର ମଧ୍ୟ ଆସିବାକୁ ଲାଗିଲା ।

କିନ୍ତୁ ତାଙ୍କୁ ଅସଲ ପରିଚୟ ୧୯୯୮ର ଫିଲ୍ମ ‘ସତ୍ୟା’ରେ ଏକ ଗ୍ୟାଙ୍ଗଷ୍ଟର ଅଭିନୟରେ ମିଳିଥିଲା । ଫିଲ୍ମ ‘ଗୈଂଗ୍ସ ଅଫ ୱାସୈପୁର’ ରେ ତାଙ୍କର ଅଭିନୟକୁ ଲୋକ ମାନେ ଆଜି ବି ପସନ୍ଦ କରିଥାନ୍ତି । ସେ ନିଜର କ୍ୟାରିୟରରେ ବହୁତ ନ୍ୟାସନାଲ ପୁରଷ୍କାର ବି ଜିତିଛନ୍ତି ।

ଇରଫାନ ଖାନ

NSD, ଥିଏଟର, ଟିଭି, ବଲୀଉଡ ଓ ହଲିଉଡ ଭଳି ସମସ୍ତ ଜଗାରୁ ନିଜର ଅଭିନୟର ଜାଦୁ ଦେଖାଇବା ପରେ ଇରଫାନ ଖାନ ବହୁତ ବଡ ଅଭିନେତା ଅଟନ୍ତି । ସେ ‘ପାନ ସିଂହ ତୋମର’ ଭଳି ଫିଲ୍ମରେ ନିଜର ଅଭିନୟ ଦ୍ଵାରା ନ୍ୟାସନାଲ ପୁରଷ୍କାର ବି ହାସଲ କରିଛନ୍ତି । ଏହା ଛଡା ତାଙ୍କୁ ଆର୍ଟ ଫିଲ୍ମରେ ନିଜର ଯୋଗଦାନ ପାଇଁ ବି ‘ପଦ୍ମଶ୍ରୀ’ ମିଳି ସାରିଛି ।

ନବାଜୁଦ୍ଦୀନ ସିଦ୍ଦକୀ

ଚେହେରା ଭଲ ନ ହେବା ସତ୍ତ୍ୱେ ବି ନବାଜୁଦ୍ଦୀନ ସିଦ୍ଦକୀ ବଲୀଉଡରେ ଲିଡ ଆକ୍ଟର ରୂପରେ ନିଜର ପୋଜିସନ ପ୍ରସ୍ତୁତ କରି ସାରିଛନ୍ତି । ତାଙ୍କୁ ପ୍ରଥମ ଥର ୧୯୯୯ରେ ‘ସରଫରୋଶ’ ଫିଲ୍ମରେ ବହୁତ ଛୋଟ ରୋଲରେ ଦେଖା ଯାଇଥିଲା । ଏହା ପରେ ତାଙ୍କୁ ଫିଲ୍ମ ‘ଗୈଂଗ ଅଫ ୱାସେପୁର’ ରୁ ଅସଲ ପରିଚୟ ମିଳିଲା । ନବାଜୁଦ୍ଦୀନ ସିଦ୍ଦକୀ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ପଢିଛନ୍ତି ।

ନାନା ପାଟେକର

ନାନା ନିଜର ଦମଦାର ଡାଇଲଗ ଡେଲୀବରୀ ପାଇଁ ଜଣା ଯାଆନ୍ତି । ନାନା ଏକ ଏମିତି ଜଣେ ଅଭିନେତା ଅଟନ୍ତି ଯିଏକି ବେଷ୍ଟ ଆକ୍ଟର, ବେଷ୍ଟ ସପୋର୍ଟିଂଗ ଆକ୍ଟର ଓ ବେଷ୍ଟ ବିଲେନ କାଟାଗୋରୀ ଫିଲ୍ମ ଫେୟର ପୁରଷ୍କାର ଜିତିଛନ୍ତି । ଏହା ଛଡା ତାଙ୍କୁ ୩ ଥର ନ୍ୟାସନାଲ ପୁରଷ୍କାର ଓ ପଦ୍ମଶ୍ରୀ ବି ମିଳିସାରିଛି । ସେ ବହୁତ ମରାଠୀ ଓ ହିନ୍ଦୀ ନାଟକ ବି କରିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।