ବଲୀଉଡରେ ଆସିବା ପୂର୍ବରୁ ଏହି ହେରୋଇନ ମାନେ ସାଉଥରେ କରିସାରିଛନ୍ତି କାମ, ପରେ ମିଳିଥିଲା ହିନ୍ଦୀ ଫିଲ୍ମରୁ ତାଙ୍କୁ ପରିଚୟ

ବଲୀଉଡରେ ସବୁ ବର୍ଷ ନୂଆ ନୂଆ ଚେହେରା ଆସି ଥାଏ ଏବଂ କେତେକ ଲୋକମାନେ ବଲୀଉଡରେ ନିଜର ପରିଚୟ ବନାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି କିନ୍ତୁ ଭାଗ୍ୟ ସମସ୍ତଙ୍କର ସାଥ ଦେଇ ନଥାଏ । ବଲୀଉଡରେ ଆଜି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ପରିଶ୍ରମ ଏବଂ ଅଭିନୟ ଦ୍ଵାରା ବଲୀଉଡରେ ଜାଗା ବନାଇ ସାରିଛନ୍ତି । କିନ୍ତୁ ସେମାନେ ନିଜର ଫିଲ୍ମ କାରିୟରର ଆରମ୍ଭ ସାଉଥ ଫିଲ୍ମରୁ ହିଁ କରିଥିଲେ ଯାହା ବିଷୟରେ ଆପଣ ଜାଣି ନଥିବେ ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀଙ୍କ ଦ୍ଵାରା କରା ଯାଇଥିବା ସାଉଥ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ।

ପ୍ରିୟାଙ୍କା ଚୋପରା (Priyanka Chopra)

ବଲୀଉଡ ଏବଂ ହଲିଉଡରେ ନିଜର ପରିଚୟ ବନାଇଥିବା ଦେଶୀ ଗର୍ଲ ପ୍ରିୟାଙ୍କା ଚୋପରାଙ୍କ ପରିଚୟ ଏକ ଇଂଟରନେଶନଲ ସ୍ଟାର୍ସରେ ହେବାକୁ ଲାଗିଛି କିନ୍ତୁ ଆପଣ ବୋଧେ ଜାଣି ନଥିବେ କି ପ୍ରିୟଙ୍କା ବଲୀଉଡରେ ଆସିବା ପୂର୍ବରୁ ସାଉଥ ଫିଲ୍ମରେ କାମ କରି ସାରିଛନ୍ତି । ବର୍ଷ ୨୦୦୨ ରେ ପ୍ରିୟଙ୍କାଙ୍କର ପ୍ରଥମ ଫିଲ୍ମ ସୁପର ଷ୍ଟାର ବିଜୟଙ୍କ ସହିତ ‘Thamizhan’ ରିଲିଜ ହୋଇ ଥିଲା । ଏହା ପରେ ସେ ବଲୀଉଡ ଫିଲ୍ମରେ କାମ କରି ଥିଲେ ।

ଦୀପିକା ପାଦୁକୋଣ (Deepika Padukone)

ଦୀପିକା ପାଦୁକୋଣ ବଲୀଉଡରେ ଫିଲ୍ମ କରିବା ପୂର୍ବରୁ ସେ ପ୍ରଥମେ କନ୍ନଡ ଫିଲ୍ମ ‘ଐଶ୍ୱର୍ୟା’ରୁ ନିଜର କାରିୟର ଆରମ୍ଭ କରିଥିଲେ । ଯାହାପରେ ଦୀପିକା ବଲୀଉଡରେ ପାଦ ରଖିଥିଲେ ।

ଐଶ୍ୱର୍ୟା ରାୟ ବଚ୍ଚନ (Aishwaya Rai Bachchan )

ଐଶ୍ୱର୍ୟା ରାୟ ବଚ୍ଚନ ନିଜର ଫିଲ୍ମ କାରିୟର ତାମିଲ ଫିଲ୍ମ ‘ଇଶ୍ଵର’ରୁ ଆରମ୍ଭ କରିଥିଲେ, ଏହି ଫିଲ୍ମ ୧୯୯୭ରେ ଆସିଥିଲା । ଏହା ପରେ ଐଶ୍ୱର୍ୟା ବଲୀଉଡର ଫିଲ୍ମ କରି ଥିଲେ ।

ଇଲିୟାନା ଡିକ୍ରୂଜ (Ileana D’Cruz)

ରଣବୀରଙ୍କ ସହିତ ଫିଲ୍ମ ‘ବରଫି’ରୁ ବଲୀଉଡରେ ଡେବ୍ୟୁ କରିଥବା ଇଲିୟାନା ନିଜର ଫିଲ୍ମ କାରିୟରର ଆରମ୍ଭ ସାଉଥ ଫିଲ୍ମରୁ ହିଁ କରିଥିଲେ । କିନ୍ତୁ ଫିଲ୍ମ ବରଫି ରେ ଭଲ ସଫଳତା ମିଳିବାରୁ ଇଲିୟାନା ବଲୀଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ କରିବାକୁ ଲାଗିଲେ ।

ତାପସୀ ପନ୍ନୂ (Taapsee Pannu)

ବଲୀଉଡରେ କାମ କରିବା ପୂର୍ବରୁ ତାପସୀ ପ୍ରଥମେ ନିଜର କାରିୟର ଆରମ୍ଭ ତାମିଲ ଏବଂ ତେଲୁଗୁ ଏବଂ ମଲାୟାଲମ ଫିଲ୍ମରୁ କରି ଥିଲେ । କିନ୍ତୁ ବଲୀଉଡରେ କେତେକ ଭଲ ଫିଲ୍ମ ଦେବା ପରେ ସେ ବର୍ତ୍ତମାନ ବଲୀଉଡର ଏକ ପ୍ରସିଦ୍ଧ ଅଭିନେତ୍ରୀ ହୋଇ ଯାଇଛନ୍ତି ।