“ମୋ ଠିକଣାରେ ଚିଠି ଆସିବ ତ ଦିନେ, ତୁମେ ଦେଖିବ…” Odisha Ra Nua Swara ରେ ଗୀତ ଗାଇ ସମସ୍ତଙ୍କୁ ମୁଗ୍ଧ କରିଦେଲେ କୁନି ଝିଅ Latika…

ବନ୍ଧୁଗଣ ବର୍ତ୍ତମାନ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଛି ଅଧର ନମ୍ବର ୱାନ ଗୀତ ରିୟାଲିଟି ଶୋ “ଓଡିଶାର ନୂଆ ସ୍ଵର- ଜୁନିୟର” । ଯେଉଁଥିରେ କୁନି କୁନି କଳାକାର ମାନଙ୍କୁ ମଞ୍ଚ ଉପରେ ଗୀତ ଗାଉଥିବାର ଦେଖିବାକୁ ମିଳୁଛି । ନିଜର କୁନି କଣ୍ଠରେ ଗୀତ ଗାଇ ଦର୍ଶକଙ୍କ ମନକୁ କିଣି ନେଉଛନ୍ତି ଏହି କୁନି କଳାକାର ମାନେ । ଏହି ଶୋ ଟିକୁ ଓଡିଶାର ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି । ନିକଟରେ ଏହି ଶୋ’କୁ ନିଜ ଫିଲ୍ମ ‘ମିଷ୍ଟର କହ୍ନେୟା’ ର ପ୍ରମୋଶନ ପାଇଁ ଆସିଥିଲେ ହାସ୍ୟୟା ଅଭିନେତା ପପୁ ପମପମ୍ ।

ତାଙ୍କ ଉପସ୍ଥିତି ଏହି ଶୋ’କୁ ଆହୁରି ମନଲୋଭା କରି ଦେଇଥିଲା । ତେବେ କୁନି ସଙ୍ଗୀତକାର ରୀତିକା ମହାପାତ୍ରଙ୍କ ପର୍ଫମାନ୍ସ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା । “ମୋ ଠିକଣାରେ ଚିଠି ଆସିବ ତ ଦିନେ, ତୁମେ ଦେଖିବ ଦେଖିବ…” ଗୀତଟି ଗାଇଥିଲେ ରୀତିକା । ଗୀତ ଗାଇବା ସହ ଗୀତର ତାଳେ ତାଳେ ଝୁମି ଝୁମି ଡାନ୍ସ କରୁଥିଲେ ରୀତିକା ଓ ତାଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତେ ଖୁସିରେ ଝୁମି ଉଠୁଥିଲେ ।

ତେବେ ସେ ଗୀତ ଗାଇ ସାରିବା ପରେ ପପୁ ପମପମ୍ ତାଙ୍କ ଗୀତକୁ ଖୁବ ପ୍ରଶଂସା କରିଥିଲେ ଓ ତାଙ୍କ ସହ କିଛି କଥାବାର୍ତ୍ତା ମଧ୍ୟ ହୋଇଥିଲେ । ପପୁ ତାଙ୍କୁ ପଚାରିଥିଲେ କି ସେ ବଡ ହେଲେ କଣ ହେବାକୁ ଚାହାନ୍ତି ? ରୀତିକା ଉତ୍ତର ଦେଇଥିଲେ କି ସେ ଜଣେ ଅଭିନେତ୍ରୀ ହେବାକୁ ଚାହାନ୍ତି, ନହେଲେ ପାଇଲଟ ହେବାକୁ ଚାହାନ୍ତି ।

ତେବେ ସେ ଗାୟିକା ହେବା ପାଇଁ ଚାହାନ୍ତି କି ନାହିଁ ପପୁ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ କି ସେ ଯଦି ଅଭିନେତ୍ରୀ ହୁଅନ୍ତି ତେବେ ଅଭିନୟ ସହ ସେ ପପୁଙ୍କ ଭଳି ଗୀତ ମଧ୍ୟ ଗାଇବେ । ପପୁ କୁନି ଝିଅ ରୀତିକାଙ୍କ ପ୍ରତିଭା ସହ ତାଙ୍କ କଥାବାର୍ତ୍ତାରେ ଖୁବ ପ୍ରଭାବିତ ହେବା ଦେଖା ଯାଉଥିଲା । ରୀତିକାଙ୍କ ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ଵଳ ହେବ ବୋଲି ସେ କହିବା ସହ ଶୋ ରୁ ବିଦାୟ ନେଇଥିଲେ ।

କିନ୍ତୁ ଯିବା ପୂର୍ବରୁ ତାଙ୍କ ଫିଲ୍ମ ନିଶ୍ଚୟ ଯାଇ ଦେଖିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ପପୁ ଯିବା ପରେ ଶୋ’ର ଅନ୍ୟ ଜଜ୍ ମାନେ ମଧ୍ୟ ରୀତିକାଙ୍କୁ ପ୍ରଶଂସା କରିବା ସହ ଆଗକୁ ଆମ ଆହୁରି ଭଲ ଗାଇବା ପାଇଁ ଉତ୍ସାହିତ କରିଥିଲେ । ଆପଣଙ୍କୁ କୁନି ଝିଅ ରୀତିକାଙ୍କ ପ୍ରଦର୍ଶନ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।