ଇରଫାନଙ୍କ ସ୍ତ୍ରୀ ସୁତପା ସିକଦର ଇରଫାନଙ୍କ ପାଇଁ ଲେଖିଲେ କିଛି ଏମିତି କି ଆଖିରେ ଲୁହ ଆସିଯିବ

୨୯ ଏପ୍ରିଲ ୨୦୨୦ ରେ ଇରଫାନଙ୍କ ଦେହାନ୍ତ ହେଇଗଲା । ସେ ଗତ ୨ ବର୍ଷରୁ କ୍ୟାନ୍ସର ସହ ଲଢୁଥିଲେ । ଗତ ବର୍ଷ ସେ ଠିକ ହେଇ ଫେରିଲେ, ଆଉ ନିଜର ଶେଷ ଫିଲ୍ମ ବି କଲେ ଓ ପୁଣି ଚାଲିଗଲେ । ଏହି ପୁରା ଜୀବନରେ ଜଣେ ତାଙ୍କ ସହିତ ସବୁବେଳେ ଥିଲେ । ସିଏ ହେଲେ ତାଙ୍କ ସ୍ତ୍ରୀ ସୂତାପା ସିକଦର । ଦୁଇ ଜଣ ସ୍କୁଲ ଲାଇଫ ମାନେ ହାରାହାରି ୩୫ ବର୍ଷରୁ ଏକା ସହିତ ଅଛନ୍ତି । ଏବେ ଇରଫାନଙ୍କ ଡେଥ ପରେ ସୂତାପା କିଛି ମେସେଜ ଦେଇଛନ୍ତି, ଇରଫାନଙ୍କ ପାଇଁ ଓ ତାଙ୍କ ଫ୍ୟାନ୍ସଙ୍କ ପାଇଁ । ସୂତାପା ଇରଫାନଙ୍କୁ ବିଦାୟ ଦେଇଥିବା ପତ୍ର ରେ ଲେଖିଥିଲେ

“ଯେତେବେଳେ ପୁରା ଦୁନିଆ ଏହାକୁ ପର୍ସନାଲ କ୍ଷତି ମାନୁଛି ଏମିତିରେ ମୁଁ ଏହାକୁ ଫାମିଲି ଷ୍ଟେଟମେଣ୍ଟ ଭଳି କେମିତି ଲେଖି ପାରିବି । ଯେତେବେଳେ ଲକ୍ଷ ଲକ୍ଷ ଲୋକ ମୋ ସହିତ ଶୋକ ମନାଉଛନ୍ତି ସେତେବେଳେ ମୁଁ ନିଜକୁ ଏକୁଟିଆ କିପରି ଅନୁଭବ କରିବି । ମୁଁ ସମସ୍ତଙ୍କୁ ଆଶ୍ଵସ୍ତ କରିବାକୁ ଚାହୁଁଛି କି ଆମେ କିଛି ହରାଇନୁ ବରଂ କିଛି ପାଇଛୁ । ଆମେ ସେହି ଜିନିଷ ପାଇଛୁ ଯାହା ସିଏ ଆମକୁ ଶିଖାଇ କି ଯାଇଛନ୍ତି ଓ ଆମେ ସେହି ଜିନିଷକୁ କାମରେ ଲଗାଇବାର ଆରମ୍ଭ କରିବା ଆବଶ୍ୟକ ।

ମୁଁ ସେହି ଖାଲିପଣକୁ ଭରିବାକୁ ଚାହୁଁଛି ଯାହା ବିଷୟରେ ଲୋକଙ୍କୁ ଜଣା ମଧ୍ୟ ନାହିଁ । ଏହା ଆମ ପାଇଁ ଅବିଶ୍ଵସନୀୟ ଅଟେ କିନ୍ତୁ ଯଦି ମୁଁ ଏହାକୁ ଇରଫାନଙ୍କ ଶବ୍ଦରେ କହିବି ତେବେ ଏହା ଜାଦୁ ଅଟେ । ସେ ଏଠାରେ ରୁହନ୍ତୁ କି ନ ରୁହନ୍ତୁ ପରନ୍ତୁ ତାଙ୍କୁ ଏହା ହିଁ ପସନ୍ଦ ଥିଲା । ସେ କେବେ ବି ଗୋଟିଏ ସ୍ଵପ୍ନ ଦେଖୁନଥିଲେ । ମୋର ତାଙ୍କ ପାଖରେ କେବଳ ଏତିକି ଅଭିଯୋଗ ଅଟେ କି ସେ ମୋତେ ବିଗାଡି ଦେଲେ । ତାଙ୍କର ପରଫେକ୍ସନ ର ଚେଷ୍ଟା ମୋତେ କୌଣସି ବି ସାଧାରଣ ଜିନିଷକୁ ସ୍ଵୀକାର କରିବାକୁ ଦେବ ନାହିଁ ।

ଗୋଟିଏ ଗୀତ ଥିଲା ଯାହା ତାଙ୍କୁ ସବୁ କଥାରେ ଶୁଣା ଯାଇଥିଲା । ଲୋକ ଗହଳି ମଧ୍ୟରେ ବି । ମୁଁ ସେହି ଗୀତ ର ସ୍ଵରରେ ଗୀତ ଗାଇବା ଓ ନାଚିବା ଶିଖିନେଲି । ଆମର ଜୀବନ ଅଭିନୟର ମାଷ୍ଟର କ୍ଳାସ ଥିଲା । ଡକ୍ଟର ଙ୍କ ରିପୋର୍ଟ କୌଣସି ଫିଲ୍ମ ର ସ୍କ୍ରିପ୍ଟ ପରି ହେଉଥିଲା । ମୁଁ ଚାହୁଁଥିଲି କି ସେ ପରଫେକ୍ଟ ରୁହନ୍ତୁ ଏଥିପାଇଁ ମୁଁ ପ୍ରତି ବ୍ଯୁରୋ କୁ ଧ୍ୟାନର ସହିତ ପଢୁଥିଲି, ଯାହା ଦ୍ଵାରା ମୁଁ ସେହି ଜିନିଷକୁ ମିସ ନ କରେ ଯାହାକୁ ସେ ନିଜ ପରଫେକ୍ସନ ରେ ଖୋଜୁଥିଲେ । ଏହି ଯାତ୍ରାରେ ଆମକୁ କିଛି ବହୁତ ଭଲ ଲୋକ ମିଳିଲେ ଏହା କହିବା ଆମ ପାଇଁ ବହୁତ ମୁସ୍କିଲ ଅଟେ କି ଏହି ଯାତ୍ରା ଆମ ପାଇଁ କେତେ ଚମତ୍କାରୀ, ସୁନ୍ଦର, କଷ୍ଟଭରା ଓ ଉତ୍ସୁକତା ଭରା ଥିଲା ।

ଆମର ୩୫ ବର୍ଷ ସାଥ ରେ ଏହି ୨ ବର୍ଷ ଏକ ଅନ୍ତରାଳ ଭଳି ଥିଲା । ଯାହାର ନିଜର ଏକ ଅଲଗା ଆରମ୍ଭ, ମଧ୍ୟ ଓ ଅନ୍ତ ଥିଲା । ଆମର ବିବାହ ନଥିଲା ମିଳନ ଥିଲା । ମୁଁ ମୋର ଛୋଟ ପରିବାରକୁ ଏକ ନାଆ ରେ ବସିଥିବାର ଦେଖିଥାଏ । ମୋର ଦୁଇ ପିଲା ବାବିଲ ଓ ଅୟାନ ନାଆକୁ କାତ ମାରି ମାରି ଆଗକୁ ବଢୁଛନ୍ତି । ଇରଫାନ ତାଙ୍କୁ ଗାଇଡ କରି କହିଥାନ୍ତି ସେଠାରୁ ନୁହେଁ ଏଠାରୁ ମୋଡ । କାରଣ ଜୀବନ ସିନେମା ନୁହେଁ । ଏଠି କେହି ଇରିଟେଟ ହେଇ ନଥାଏ । ମୁଁ ଚାହେଁ କି ମୋର ପିଲାମାନେ ନିଜ ପିତାଙ୍କ ମାର୍ଗଦର୍ଶନ କୁ ଅନୁସରଣ କରି ତୋଫାନ କୁ ସାହସର ସହିତ ସାମ୍ନା କରି ନିଜ ନାଆ କୁ ଆଗକୁ ବଢାନ୍ତୁ ।

ମୁ ତାଙ୍କୁ କହିଲି ସେ ନିଜ ପିତାଙ୍କ ଠାରୁ କଣ ଶିକ୍ଷା ପାଇଛନ୍ତି ଯାହା ତାଙ୍କ ପାଇଁ ବହୁତ ଜରୁରୀ ଅଟେ । ବାବିଲ କହିଲା ନିଜକୁ ଅନିଶ୍ଚିତତା ହାତରେ ସମର୍ପି ଦିଅ ଓ ଜୀବନ ଉପରେ ନିଜର ବିଶ୍ଵାସ ବନାଇ ରଖ । ଅୟାନ କହିଲା ନିଜ ଦିମାଗ କୁ ନିୟନ୍ତ୍ରିତ କରି ଶିଖ କିନ୍ତୁ ତା ଦ୍ଵାରା ନିୟନ୍ତ୍ରିତ ହୁଅ ନାହିଁ । ଆମ ଜୀବନରେ ତାଙ୍କର ଜାଗାକୁ ଆଉ କେହି ପୂରଣ କରି ପାରିବେ ନାହିଁ ।

ଇରଫାନ ୨୦୧୯ ରେ ଲଣ୍ଡନ ରେ ନିଜର ଚିକିତ୍ସା କରାଇ ଇଣ୍ଡିଆ ଫେରି ଥିଲେ । ନିଜ ଫିଲ୍ମ ଅଙ୍ଗ୍ରେଜି ମିଡିୟମ ର ଶୁଟିଙ୍ଗ ପୁରା କଲେ ଓ ନିଜର ଶେଷ ଫିଲ୍ମ ରିଲିଜ ହେବାର ଦେଢ ମାସ ମଧ୍ୟରେ ତାଙ୍କର ଦେହାନ୍ତ ହେଇଗଲା । ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ ଇରଫାନ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।