“କେତେ ଭେଣ୍ଡିଆ ଛୁଆ ମରି ଯାଉଛନ୍ତି, Rajveer ମରିଗଲେ ଢୋ..”- ସମାଜସେବୀ Debabrata Sarangi ଙ୍କ ଏହି ଅଡିଓ ରେକର୍ଡ ଶୁଣିଲେ ଆପଣ ତାଜୁବ ହୋଇଯିବେ

“ରାଜବୀର ମରି-ଗଲେ ଢୋ”- ଏହା ଜଣେ ସମାଜସେବୀଙ୍କ ଆକ୍ଷରିକ କଥା । ଯାହାକି ସେ ଜଣେ ମହିଳାଙ୍କ ସହ କଥା ହେଉଥିବାର ଏକ ଅଡିଓରେ ଶୁଣିବାକୁ ମିଳୁଛି । କେତେ ଭେଣ୍ଡା ଭେଣ୍ଡା ଛୁଆ ମରି ଯାଉଛନ୍ତି ରାଜବୀର ମରିଗଲେ କଣ ହେଇଗଲା ସେଠୁ ବୋଲି ସିଧାସଳଖ କହୁଛନ୍ତି ଦେବବ୍ରତ ଷଡଙ୍ଗୀ ନାମକ ଏହି ସମାଜସେବୀ । ରାଜବୀର ବାପାଙ୍କ ଭାଇରାଲ ଭିଡିଓ ଲିକ୍ ହେବା ପରେ ତାଙ୍କ ପିତାମାତା ଉଭୟ ସାମ୍ନାକୁ ଆସି ଭୁଲ୍ ମାଗିବା ସହ ରାଜବୀରକୁ ମାରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଖୁଲାସା କରିଥିଲେ ।

ଆଉ ଏହାପରେ ସାମ୍ନାକୁ ଆସିଥିଲେ ଦେବବ୍ରତ । ଆଉ ଗତକାଲି ଠାରୁ ସେ ରାଜବୀରଙ୍କ ନାଁରେ ବିଷ ଓଗାଳି ଚାଳିଛନ୍ତି । ରାଜବୀରଙ୍କୁ ଫଣ୍ଡ ଦେବା ବନ୍ଦ କରନ୍ତୁ ବୋଲି ସେ ଏକାଧିକ ଗଣମାଧ୍ୟମଙ୍କ ପାଖରେ ଯାଇ କହୁଥିବାର ଦେଖିବାକୁ ମିଳିଛି । ତେବେ ଏହାପଛରେ ତାଙ୍କର କିଛି ସ୍ଵାର୍ଥ ଅଛି ନା ସେ କେବଳ ଲୋକଙ୍କୁ ସଚେତନ କରିବାକୁ ଚାହୁଁଛନ୍ତି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ।

କିନ୍ତୁ ତାଙ୍କର ଏହି ଅଡିଓ ରେକର୍ଡଟି ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟଚକିତ କରି ଦେଇଛି । ତେବେ ସୂଚନା ଅନୁଯାୟୀ ରାଜବୀରଙ୍କ ମାଆ ତମଲିକା ଏବଂ ଦେବବ୍ରତଙ୍କ ମଧ୍ୟରେ ଫଣ୍ଡକୁ ନେଇ ବଚସା ହୋଇଥିଲା । ଆଉ ଏହାପରେ ରକ୍ତମୁଖା ହୋଇ ଯାଇଛନ୍ତି ଦେବବ୍ରତ ଷଡଙ୍ଗୀ । ଏହା ପରଠାରୁ ସେ ରାଜବୀରଙ୍କ ବିରୋଧରେ ଏଭଳି ଅପପ୍ରଚାର କରିବାରେ ଲାଗିଛନ୍ତି ।

ସେ ଜଣେ ସମାଜସେବୀ ଆଉ ଝଗଡା ରାଜବୀରଙ୍କ ମାଆଙ୍କ ସହ ହୋଇଥିଲା କିନ୍ତୁ ପୁଅ ମରିଯାଉ ବୋଲି କହିବାକୁ ତାଙ୍କ ଜିଭ ଲେଉଟିଲା କେମିତି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ରାଜବୀରଙ୍କ ମାଆ କହିଥିଲେ କି ଦେବବ୍ରତ ଷଡଙ୍ଗୀ ଏବଂ ତାଙ୍କର କିଛି ସହଯୋଗୀ ମିଶି ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । କୁନି ପୁଅ ରାଜବୀର କିପରି ଭଲ ହୋଇଯାଉ ଓଡିଶାବାସୀ ପ୍ରାର୍ଥନା କରୁଥିବା ବେଳେ ତା’ ପାଇଁ ସଂଗ୍ରହ କରା ଯାଉଥିବା ଟଙ୍କାକୁ ନେଇ ଏଭଳି ରାଜନୀତି କରିବା ନିହାତି ଭାବେ ନିନ୍ଦନୀୟ ଅଟେ ।

ଏପରିକି ଦେବବ୍ରତ ରାଜବୀରଙ୍କ ମାଆଙ୍କୁ ସରକାରଙ୍କ ବିରୋଧରେ ଭଡକାଇବାକୁ ମଧ୍ୟ ଚାହୁଁଛନ୍ତି ବୋଲି ସେମାନେ ଖୁଲାସା କରିଛନ୍ତି । ଏହି ସବୁ କରିବା ପଛରେ ଦେବବ୍ରତ ଙ୍କର କଣ ଉଦ୍ଦେଶ୍ୟ ରହିଛି ତାହା ତ କେବଳ ସେ ହିଁ କହିପାରିବେ । ତେବେ ଏହି ମାମଲା ଯାହା ବି ହେଉ ପଛେ ରାଜବୀର ପାଇଁ ଚିକିତ୍ସା ପାଣ୍ଠି ସଂଗ୍ରହ ହୋଇଯାଉ ଓ ଓ ସେ ଶୀଘ୍ର ସୁସ୍ଥ ହୋଇଯାଉ ବୋଲି ଆମର କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।