“ସବୁ ପଇସା ନେଇଯାଅ ମୋ ପୁଅ କୁ ଭଲ କରିଦିଅ”- ଭାଇରାଲ ଭିଡିଓ ଲିକ୍ ହେବା ପରେ କାନ୍ଦି କାନ୍ଦି ଭୁଲ୍ ମାନିଲେ Rajveer ଙ୍କ ମାଆ, ଦେଖନ୍ତୁ video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ରାଜବୀର ଙ୍କ ଚିକିତ୍ସା ପାଇଁ ଅନେକ ଲୋକ ସାହାଯ୍ୟର ହାତ ବଢ଼ାଇ ଥିଲେ ହେଁ ଏବେ ସୁଦ୍ଧା ଟଙ୍କା ଯଥେଷ୍ଟ ଟଙ୍କା କଲେକ୍ଟ ହୋଇ ପାରିନାହିଁ । ଏବେ ସୁଦ୍ଧା ବି ରାଜବୀର ଙ୍କ ପିତା ମାତାଙ୍କ ଫଣ୍ଡିଂ ଜାରି ରହିଛି । ତେବେ ରାଜବୀର ଙ୍କ ମା ଙ୍କ ଅନୁଯାୟୀ ଏବେ ସୁଦ୍ଧା ୩ କୋଟି ୧୭ ଲକ୍ଷ ଟଙ୍କା ଯୋଗାଡ଼ ହୋଇଥିବା କଥା ଶୁଣା ଯାଉଛି । କିନ୍ତୁ କିଛି ଭିଡ଼ିଓ ଭାଇରଲ ହେବା ପରେ ବର୍ତ୍ତମାନ ଲୋକେ ଦ୍ଵନ୍ଦରେ ଅଛନ୍ତି ଯେ କଣ ରାଜବୀର ଙ୍କ ବାପା ମା ଟଙ୍କା ପାଇଁ ଏପରି ଫଣ୍ଡିଂ କଲେକ୍ସନ କରୁଛନ୍ତି ?

ଏହାକୁ ନେଇ ରାଜବୀର ଙ୍କ ମା ଙ୍କୁ ପ୍ରଶ୍ନ କରାଯାଇଛି । ତେବେ ରାଜବୀର ଙ୍କ ମା ଙ୍କ ଅନୁଯାୟୀ ଓଡିଶା ମିଡ଼ିଆ ଜରିଆରେ ଏତେ ଟଙ୍କା ଯୋଗାଡ଼ ହେବା ପରେ ସେମାନେ ଯେ ହାର ମାନି ଯାଇଥିଲେ ତାହା ନୁହେଁ ବରଂ ଅନ୍ୟ ରାଜ୍ୟରୁ ମଧ୍ୟ ସାହାଯ୍ୟ ଆଶା କରିଥିଲେ । ଏଥିପାଇଁ ସେମାନେ କିଛି ଦିନ ତଳେ ହରିୟାଣା ଯାଇଥିଲେ । ସେଠାରେ ଏକ ହୋଟେଲ ରେ ରହିଥିଲେ । ତେବେ ଭାଇରଲ ହେଉଥିବା ଭିଡ଼ିଓ ସେହି ହୋଟେଲ ର ବୋଲି ରାଜବୀର ଙ୍କ ମା କହିଛନ୍ତି ।

ତେବେ ସେ ମିଛ ରେ ଜୁସ ପିଉଥିଲେ ବୋଲି କହିଥିଲେ ତେବେ ତାଙ୍କ ସ୍ୱାମୀ ଟେନ୍ସନ ରେ ଡ୍ରିଙ୍କ କରିଥିଲେ । ତେବେ ସେ କହିଛନ୍ତି ଯେ ସେଠାକାର କିଛି ବ୍ୟକ୍ତି ସେମାନଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କୁ ହାରାସ କରିଛନ୍ତି । ତେବେ ଏହାକୁ ନେଇ ଯେତେବେଳେ ରାଜବୀର ଙ୍କ ମା ଙ୍କୁ ପ୍ରଶ୍ନ କରାଯାଇଛି ସେ କହିଛନ୍ତି ଯେ ସେହି ବ୍ୟକ୍ତି ମାନେ ସାହାଯ୍ୟ କରିବା ବାହାନାରେ ତାଙ୍କୁ ଲୁଟିବାକୁ ଚେଷ୍ଟା କରିଛନ୍ତି ।

ଏମିତିକି ଯେତେବେଳେ ରାଜବୀର ଙ୍କ ବାପା ସବୁକିଛି ଜାଣିବା ପରେ ଘରକୁ ଫେରି ଆସିବାକୁ ନିଷ୍ପତ୍ତି ନେଲେ ସେତେବେଳେ ସେମାନେ ଗାଡ଼ି ଖର୍ଚ୍ଚ କରି ଏକ ଲକ୍ଷ ଟଙ୍କା ଦେବାକୁ ଧମକ ମଧ୍ୟ ଦେଇଥିବା ରାଜବୀର ଙ୍କ ମା କହିଛନ୍ତି । ତାଙ୍କ ସାମ୍ନାରେ ରାଜବୀର ଙ୍କ ତଣ୍ଟି ଚିପି ମାରିଦେବେ ବୋଲି ମଧ୍ୟ କହିଛନ୍ତି । ତେବେ ଏହା କେତେ ଦୂର ସତ ତାହା ଜଣା ନାହିଁ । କିନ୍ତୁ ଜନ ସାଧାରଣ ସାମ୍ନାରେ ରାଜବୀର ଙ୍କ ମା ଏସବୁ କଥାକୁ ମିଛ ଆକ୍ଷେପ କରି ସାହାଯ୍ୟ କରିବାକୁ କହିଛନ୍ତି।

ତେବେ ସେମାନେ ଏତେ ଉଚ୍ଚ ଶିକ୍ଷିତ ନଥିବାରୁ କିଛି ଲୋକ ତାଙ୍କୁ ସାହାଯ୍ୟ କରିବା ବାହାନାରେ ଟଙ୍କା ନେବାକୁ ଚାହୁଁଥିବା କଥା କହିଛନ୍ତି । କେବଳ ହରିୟାଣା ର ଏହି ଦୁଇ ବ୍ୟକ୍ତି ନୁହଁ ବରଂ ଓଡ଼ିଶାର ଦେବବ୍ରତ ସାରଙ୍ଗୀ ମଧ୍ୟ ଏପରି ଟଙ୍କା ମାଗିଥିବା କହିଛନ୍ତି । ଦେବବ୍ରତ ସାରଙ୍ଗୀ ତାଙ୍କ ଘଟଣା ର ପ୍ରଚାର ପାଇଁ ମିଡ଼ିଆ ଟଙ୍କା ନେବାକୁ ଚାହୁଁଥିବା କଥା କହିଛନ୍ତି ।

କିନ୍ତୁ ରାଜବୀର ଙ୍କ ମା ଙ୍କ କହିବା କଥା ଯେ ଏବେ ସୁଦ୍ଧା କୌଣସି ମିଡ଼ିଆ ତାଙ୍କୁ ଟଙ୍କା ମାଗି ନାହାଁନ୍ତି । ତେଣୁ ରାଜବୀର ଙ୍କ ପିତା ମାତା ଙ୍କ ଦ୍ଵାରା ଏବେ ସୁଦ୍ଧା ୩ କୋଟି ୧୭ ଲକ୍ଷ ଯୋଗାଡ଼ ହୋଇଥିଲେ ହେଁ ଯଥେଷ୍ଟ ରାଶି ଯୋଗାଡ଼ କରିବାକୁ ସୋସିଆଲ ମିଡ଼ିଆ ଜରିଆରେ ସବୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଏବଂ ତାଙ୍କ ନାମରେ ଭାଇରଲ ହେଉଥିବା କଥା ସବୁ ମିଛ ବୋଲି କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।