ଜାଣିଛନ୍ତି ଶାହରୁଖ କଣ ପାଇଁ ଇଂଲିସ ଫିଲ୍ମ କରନ୍ତି ନାହିଁ ।

ଏହି ବର୍ଷର ଶେଷ ଆଡକୁ କିମ୍ଭା ନୂତନ ବର୍ଷର ପ୍ରଥମ ଦିନରେ ଆସିବାକୁ ଥିବା “ଜିରୋ” ଫିଲ୍ମ ପାଇଁ ଶାହାରୁଖ୍‌ ଖାନ୍‌ ବ୍ୟସ୍ତ ଅଛନ୍ତି ସେ ଏଥିରେ ଜଣେ ଗେଡା ଲୋକର ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି ଗେଡା ଲୋକ ହେବା ସହ ବୋକା ହୋଇଥିବାର ଅଭିନୟ ମଧ୍ୟ କରୁଛନ୍ତି ଆସନ୍ତୁ ଜାଣିବା ଏମିତି କିଛି ତଥ୍ୟ ଶହରୁଖ ଖାଁଙ୍କ ବିଷୟରେ ଯାହା ବି କେବେ ଆପଣଙ୍କୁ ଶୁଣିବାକୁ ମିଳିନଥିବ । ଏହି ଫିଲ୍ମରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍‌ ନଜର ଆସିବେ । ନିକଟରେ ସୋସିଆଲ ମିଡ଼ିଆ ବହୁତ ବଡ ଚର୍ଚ୍ଚା ହେଉଛି? କାହିଁକି ଶାହାରୁଖ୍‌ ଖାନ୍‌ ହଲିଉଡ୍‌ ଫିଲ୍ମ କରୁନାହାନ୍ତି?

ସୂଚନା ଅନୁସାରେ ବଲିଉଡ୍‌ରେ ଅନେକ ଅଭିନେତା ହଲିଉଡ୍‌ ଫିଲ୍ମରେ ଅଭିନୟ କରି ସାରିଲେଣି । ପ୍ରିୟଙ୍କା ଚୋପ୍ରା ଓ ଇର୍‌ଫାନ୍‌ ଖାନ୍‌ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରି ବିଶ୍ୱର ଦର୍ଶକ ମାନଙ୍କ ମନ ଜିତିଛନ୍ତି। କିନ୍ତୁ ଏମିତି ମଧ୍ୟ ବହୁତ କଳାକାର ଅଛନ୍ତି ଯେଉଁମାନେ ଚାହିଁଲେ ସାରା ହଲିଉଡ଼ ଜଗତକୁ ନିଜ ହାତମୁଠାରେ ରଖିପାରିବେ କିନ୍ତୁ ସେମାନେ ଏହି ସବୁ ଫିଲ୍ମର ଅଫରକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ସଲମାନ ଓ ଶହରୁଖ ଓ ଅମିତଙ୍କ ପରି ବହୁତ କଳାକାର ମାନଙ୍କୁ ବହୁତ ସାରା ଅଫର ଆସୁଥିଲେ ମଧ୍ୟ ଏମାନେ ଫିଲ୍ମ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ ।

ଏହି ବିଷୟରେ ବାଦ୍‌ଶାହା ଶାହାରୁଖ୍‌ କହିଛନ୍ତି “ମୁଁ ସବୁବେଳେ ଚାନ୍ଦକୁ ଦେଖିବାକୁ କିନ୍ତୁ ଛୁଇଁ ପରି ନଥାଏ”। ଏହାର ଅର୍ଥ ମୁଁ ହଲିଉଡ୍‌ ପାଇଁ ଫିଟ୍‌ ନୁହେଁ । ହେଇପାରେ ମୋ ଇଂରାଜି କହିବା ଏତେ ଭଲ ନୁହେଁ । ହୋଇପାରେ ସେ ଏହି କଥା ମଜାରେ କହିପାରନ୍ତି କିନ୍ତି ତାଙ୍କ କହିବା କଥା ସେ ହଲିଉଡ଼ ପାଇଁ କେବେ ନିଜକୁ ଯୋଗ୍ୟ ମନେ କରିନାହାନ୍ତି ସେଥିପାଇଁ ସେ କେବେ ବିଦେଶ ଫିଲ୍ମ କୁ କରିନାହାଁନ୍ତି । ମୁଁ କେବଳ ବଲିଉଡ୍‌ ଫିଲ୍ମ କରିବାକୁ ଚାହେଁ ଓ ଭଲ କରିବାକୁ ଚେଷ୍ଟା କରେ।