“ପଳା… ପଳା… ନହେଲେ …” ନିର୍ବାଚନ ସମୟରେ ଦାଦାଗିରି, ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରିଯିବ, ଦେଖନ୍ତୁ video

ନମସ୍କାର ବନ୍ଧୁଗଣ ତେବେ ଯାଜପୁର ଜିଲ୍ଲାରେ ଦୁଇଟି ପର୍ଯ୍ୟାୟ ଭୋଟବେଳେ ଯେଭଳି ହିଂସା ହୋଇଥିଲା, ତୃତୀୟ ପର୍ଯ୍ୟାୟ ତାକୁ ବଳିଗଲା । ଦୁର୍ବୃତ୍ତମାନେ ସାମ୍ବାଦିକ, ପୁଲିସ ଓ ବିଡିଓଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛେଇଲେ ନାହିଁ । ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ୍‌ରେ ବୁଥ୍‌ ଜବରଦଖଲ, ଆକ୍ରମଣ, ବିଶୃଙ୍ଖଳା ଚରମସୀମାରେ ପହଞ୍ଚିଥିଲା । ବିଂଝାରପୁର ବ୍ଲକ୍ ବାଛୋଳ ପଞ୍ଚାୟତରେ ସାମ୍ବାଦିକମାନଙ୍କ ଉପରେ ଦୁର୍ବୃତ୍ତମାନଙ୍କର ମ-ର-ଣା-ନ୍ତ-କ ଆ-କ୍ର-ମ-ଣ-ର ଭିଡିଓ ଭାଇରାଲ ହେଉଛି ।

ଯାହା ପରେ ନିର୍ବାଚନ କମିସନଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ଦୃଢ଼ ନିନ୍ଦା କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ବାଛୋଳ ଗ୍ରାମ ପୁଲିସ ଛାଉଣିରେ ପରିଣତ ହୋଇଛି । ଶତାଧିକ ପୁଲିସ ଫୋର୍ସ ଗାଁକୁ ଘେରି ରହିଛନ୍ତି । ଆକ୍ରମଣକାରୀମାନଙ୍କୁ ଖୋଜି ଉଠାଇ ନେଉଛନ୍ତି । ବିଂଝାରପୁର ବ୍ଲକ୍ ବାଛୋଳ ପଞ୍ଚାୟତର ୨ ଓ ୪ ନମ୍ବର ବୁଥ୍‌ରେ ପଶି ଦୁର୍ବୃତ୍ତମାନେ ଭୋଟବାକ୍ସ ଛଡ଼ାଇ ନେଇ ପଳାଇଥିଲେ ।

‌ଖବର ପାଇ କନକ ନ୍ୟୁଜର ସାମ୍ବାଦିକ ବିଜୟ ସାହୁ, କଳିଙ୍ଗ ଟିଭିର ଦେବାଶିଷ ସାହୁ, ଅର୍ଗସ ଟିଭିର ଗୁଲସନ ନବାଜ ଅଲ୍ଲି ଖାଁ ଓ ଅନ୍ୟ ଜଣେ ସେଠାକୁ ଯାଇଥିଲେ । ଦୁର୍ବୃତ୍ତମାନେ ଭୋଟବାକ୍ସକୁ ପୋଖରୀରେ ଫିଙ୍ଗୁଥିବା ବେଳେ ଅର୍ଗସ ଟିଭିର ପ୍ରତିନିଧି ଗୁଲସନ ଅଲ୍ଲି ଏହାର ଭିଡିଓ ଉତ୍ତୋଳନ କରୁଥିଲେ । ତେବେ ଫଳରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ  ତାଙ୍କୁ ବଞ୍ଚାଇବାକୁ ଅନ୍ୟ ସହଯୋଗୀ ସାମ୍ବାଦିକ ଉଦ୍ୟମ କରି ଆକ୍ରମଣର ଶିକାର ହୋଇଥିଲେ।

ଦୁର୍ବୃତ୍ତମାନେ ସାମ୍ବାଦିକଙ୍କ କାର ଭାଙ୍ଗି ଦେଇଥିବା ବେଳେ ମହିଳାମାନେ ଗୋବର ଫୋପାଡି ଥିଲେ। ଆକ୍ରମଣ ଖବର ପାଇ ସୁକିନ୍ଦା ଥାନାଧିକାରୀ ଶିବ ଚରଣ ମାଝି ପହଞ୍ଚି ଯିବାକୁ ଆକ୍ରମଣକାରୀ ଛତ୍ରଭଙ୍ଗ ଦେଇଥିଲେ । ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସ୍ବତନ୍ତ୍ର ପୁଲିସ ଟିମ୍‌ ପହଞ୍ଚି ସେଠାରେ ଥିବା ପୁଲିଂ ଅଧିକାରୀ ଓ ସାମ୍ବାଦିକଙ୍କୁ ଉଦ୍ଧାର କରିଥି‌ଲେ । ତେବେ ବର୍ତ୍ତମାନ ସେଠାରେ ପୋଲିସ ପହଂଚିବାରୁ ସେମାନେ ପୋଲିସ ଙ୍କୁ ଭିତରକୁ ଯିବା ପାଇଁ ଦେଉ ନଥିଲେ ଏବଂ ବାଡ଼ି, କୋଦାଳ ଆଦି ଧରି ଛିଡା ହୋଇଥିଲେ ।

ତେବେ ପୋଲିସ ସେମାନଙ୍କୁ ୱାର୍ନିଙ୍ଗ ଦେଇଥିଲା ଯଦି ନଯିବେ ତେବେ ସେମାନେ ଗୁଳି ଚଲେଇବା ପାଇଁ ବାଧ୍ୟ ହେବେ। ତେବେ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୧ ଜଣଙ୍କୁ ଗିରଫ କରା ଯାଇଛି । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି।ଏହାସହ ରାଜନୈତିକ ହିଂସା ଓ ବିଶୃଙ୍ଖଳା କରିଥିବା ଅଭିଯୋଗରେ ୪୨ ଜଣଙ୍କୁ ମଧ୍ୟ ଗିରଫ  କରାଯାଇଛି ।

ଆଗାମୀ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ବ୍ୟାପକ ଫୋର୍ସ ମୁତୟନ କରାଯିବ ବୋଲି ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ଓ ଆଗକୁ ଆମ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।