ଭାଇରାଲ ଭିଡିଓକୁ ନେଇ ମିଛ କହିଥିବା କଥା ମାନିଲେ Rajveer ଙ୍କ ମା, ଆଉ ଯାହା କହିଲେ ନା…ଥରେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ରାଜବିର ଙ୍କୁ ଆଜି କାଲୀ କିଏ ନ ଜାଣେ । ମାତ୍ର କମ ବୟସ ତା ଉପରେ ତାର ଜୀବନ ଦାଉ ସାଝୁଛି ତା ଉପରେ ଆପଣ ଯଦି ଜାଣି ଥିବେ ଯଦି ଏହା ମଧ୍ୟ ଜାଣି ଥିବେ କି ଏହା ଏକ ଜୀବନ ବଞ୍ଚାଇବା ମାତ୍ର ପଇସା ଏକ ମାଧ୍ୟମ । ତାଙ୍କୁ ଯେଉଁ ବେମାରି ହୋଇଛି ତା ପାଇଁ ସେ ହୁଏ ତ ନିଶ୍ୱାସ ନେଇ ପାରୁ ନାହାଁନ୍ତି । ଆମେ ପାଇ ଥିବା ସୂତ୍ରରୁ ଆମେ ଜାଣିଛେ କି ତାଙ୍କୁ ସାହାର୍ଯ୍ୟ ଦରକାର ।

ତେବେ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି ଯେଉଁଥିରେ ଦେଖା ଯାଉଛି କି ରାଜବିର ଙ୍କ ବାପା ଚିନ୍ତା ମୁକ୍ତ ଅବସ୍ଥା ରେ ହାତରେ ମଦ ଗିଲାସ ଧରି ପିଉଛନ୍ତି । ତେବେ ଏହା ପରେ ଲୋକମାନେ ଏହାକୁ ନେଇ ଚର୍ଚ୍ଚା କରିବା ଆରମ୍ଭ କରି ଦେଇଥିଲେ । ତେବେ ପ୍ରଥମେ ରାଜବିର ଙ୍କ ମାଆ ମିଡ଼ିଆ ଆଗରେ ସେଟା ଜୁସ ବୋଲି କହିଥିଲେ ଏବଂ ଏହା ଫସେଇ ଦିଆ ଯାଉଛି ବୋଲି କହିଥିଲେ । ତେବେ ପରେ ସେ ସତ ବାହାରିବାରୁ ମିଡ଼ିଆ ଆଗରେ କହିଥିଲେ କି କିଛି ଦିନ ତଳେ ହରିୟାଣା ଯାଇଥିଲେ ।

ସେଠାରେ ଏକ ହୋଟେଲ ରେ ରହିଥିଲେ । ତେବେ ଭାଇରଲ ହେଉଥିବା ଭିଡ଼ିଓ ସେହି ହୋଟେଲ ର ବୋଲି ରାଜବୀର ଙ୍କ ମା କହିଛନ୍ତି । ତେବେ ସେ ମିଛ ରେ ଜୁସ ପିଉଥିଲେ ବୋଲି କହିଥିଲେ ତେବେ ତାଙ୍କ ସ୍ୱାମୀ ଟେନ୍ସନ ରେ ଡ୍ରିଙ୍କ କରିଥିଲେ । ତେବେ ସେ କହିଛନ୍ତି ଯେ ସେଠାକାର କିଛି ବ୍ୟକ୍ତି ସେମାନଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କୁ ହାରାସ କରିଛନ୍ତି । ତେବେ ଏହାକୁ ନେଇ ଯେତେବେଳେ ରାଜବୀର ଙ୍କ ମା ଙ୍କୁ ପ୍ରଶ୍ନ କରାଯାଇଛି ସେ କହିଛନ୍ତି ଯେ ସେହି ବ୍ୟକ୍ତି ମାନେ ସାହାଯ୍ୟ କରିବା ବାହାନାରେ ତାଙ୍କୁ ଲୁଟିବାକୁ ଚେଷ୍ଟା କରିଛନ୍ତି ।

ଏମିତିକି ଯେତେବେଳେ ରାଜବୀର ଙ୍କ ବାପା ସବୁକିଛି ଜାଣିବା ପରେ ଘରକୁ ଫେରି ଆସିବାକୁ ନିଷ୍ପତ୍ତି ନେଲେ ସେତେବେଳେ ସେମାନେ ଗାଡ଼ି ଖର୍ଚ୍ଚ କରି ଏକ ଲକ୍ଷ ଟଙ୍କା ଦେବାକୁ ଧମକ ମଧ୍ୟ ଦେଇଥିବା ରାଜବୀର ଙ୍କ ମା କହିଛନ୍ତି । ତାଙ୍କ ସାମ୍ନାରେ ରାଜବୀର ଙ୍କ ତଣ୍ଟି ଚିପି ମାରିଦେବେ ବୋଲି ମଧ୍ୟ କହିଛନ୍ତି । ତେବେ ଏହା କେତେ ଦୂର ସତ ତାହା ଜଣା ନାହିଁ । କିନ୍ତୁ ଜନ ସାଧାରଣ ସାମ୍ନାରେ ରାଜବୀର ଙ୍କ ମା ଏସବୁ କଥାକୁ ମିଛ ଆକ୍ଷେପ କରି ସାହାଯ୍ୟ କରିବାକୁ କହିଛନ୍ତି।

ତେବେ ସେମାନେ ଏତେ ଉଚ୍ଚ ଶିକ୍ଷିତ ନଥିବାରୁ କିଛି ଲୋକ ତାଙ୍କୁ ସାହାଯ୍ୟ କରିବା ବାହାନାରେ ଟଙ୍କା ନେବାକୁ ଚାହୁଁଥିବା କଥା କହିଛନ୍ତି । କେବଳ ହରିୟାଣା ର ଏହି ଦୁଇ ବ୍ୟକ୍ତି ନୁହଁ ବରଂ ଓଡ଼ିଶାର ଦେବବ୍ରତ ସାରଙ୍ଗୀ ମଧ୍ୟ ଏପରି ଟଙ୍କା ମାଗିଥିବା କହିଛନ୍ତି । ଦେବବ୍ରତ ସାରଙ୍ଗୀ ତାଙ୍କ ଘଟଣାର ପ୍ରଚାର ପାଇଁ ମିଡ଼ିଆ ଟଙ୍କା ନେବାକୁ ଚାହୁଁଥିବା କଥା କହିଛନ୍ତି ।

କିନ୍ତୁ ରାଜବୀର ଙ୍କ ମା ଙ୍କ କହିବା କଥା ଯେ ଏବେ ସୁଦ୍ଧା କୌଣସି ମିଡ଼ିଆ ତାଙ୍କୁ ଟଙ୍କା ମାଗି ନାହାଁନ୍ତି । ତେଣୁ ରାଜବୀର ଙ୍କ ପିତା ମାତା ଙ୍କ ଦ୍ଵାରା ଏବେ ସୁଦ୍ଧା ୩ କୋଟି ୧୭ ଲକ୍ଷ ଯୋଗାଡ଼ ହୋଇଥିଲେ ହେଁ ଯଥେଷ୍ଟ ରାଶି ଯୋଗାଡ଼ କରିବାକୁ ସୋସିଆଲ ମିଡ଼ିଆ ଜରିଆରେ ସବୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଏବଂ ତାଙ୍କ ନାମରେ ଭାଇରଲ ହେଉଥିବା କଥା ସବୁ ମିଛ ବୋଲି କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।