ସୁନ୍ଦରତାରେ ନିଜ ମା’ଙ୍କୁ ବି ପଛରେ ପକାଇ ଦିଅନ୍ତି Bollywood ର ଲୋକପ୍ରିୟ ହିରୋଇନ ମନ୍ଦାକିନୀଙ୍କୁ ଝିଅ, ଦେଖନ୍ତୁ ଫଟୋ

ବଲିଉଡ ଦୁନିଆରେ କଳାକାର ମାନେ ନିଜର ନାଁ କମେଇବା ପାଇଁ ଅନେକ ପରିଶ୍ରମ କରିଛନ୍ତି । ସେମାନେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ତିଆରି କରିବା ପାଇଁ ସାନଦାର ଅଭିନୟ କରିଛନ୍ତି । ଯାହା ଫଳରେ ବଲିଉଡରେ ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ହୃଦୟରେ ଘର କରି ପାରିଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଗୁଣ ପାଇଁ ପ୍ରଶଂସା ପାଆନ୍ତି ତ ଆଉ କେତେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ପାଇ ମଧ୍ୟ ପ୍ରଶଂସାର ପାତ୍ର ହୋଇଥାନ୍ତି ।

ଆଜି ଆପଣ ମାନଙ୍କୁ ଅଭିନେତ୍ରୀ ମନ୍ଦାକିନୀଙ୍କ ଝିଅ ବିଷୟରେ କିଛି ଅନୋଖା କଥା କହିବାକୁ ଯାଉଛୁ । ବଲିଉଡର ଅଭିନେତ୍ରୀ ମନ୍ଦାକିନୀ ଗୋଟିଏ ସମୟରେ ବଲିଉଡ ଜଗତରେ ରାଜ କରୁଥିଲେ । ନିଜର ସୁନ୍ଦରତା ପାଇଁ ସେ ବଲିଉଡରେ ଖୁବ ଫ୍ୟାମସ ଥିଲେ । ନିଜର ଅଭିନୟ ଓ ସୁନ୍ଦରତା ପାଇଁ ଦର୍ଶକ ମାନକ ହୃଦୟରେ ଅଭିନେତ୍ରୀ ମନ୍ଦାକିନୀ ରାଜ କରୁଥିଲେ । କିନ୍ତୁ ସେ ବଲିଉଡ ଦୁନିଆରୁ ବର୍ତ୍ତମାନ ଦୂରେଇ ରହି ନିଜ ପରିବାର ସହ ବେଶ ଖୁସିରେ ଜୀବନ ଅତିବାହିତ କରୁଥିଲେ ମଧ୍ୟ ତାଙ୍କର କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବର୍ତ୍ତମାନ ମନ୍ଦାକିନୀଙ୍କ ଝିଅ ଇନାୟାଙ୍କ ପିକ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଫୋଟୋରେ ଦୁହେଁ ମା ଓ ଝିଅ ଏକା ଭଲି ମନେ ହେଉଛନ୍ତି । ଦର୍ଶକ ମାନେ ମଧ୍ୟ ଦୁହିଙ୍କ ଫୋଟୋ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ମନ୍ଦାକିନୀ ଙ୍କ ବଡ ପୁଅ ବିବାହରେ ସେ ଓ ତାଙ୍କ ଝିଅ ଇନାୟାଙ୍କ ସହ ଇଣ୍ଡିଆନ ଲୁକରେ ନଜର ଆସିଛନ୍ତି । ଦୁହେ ଏତେ ଗ୍ଲାମାରିୟସ ଦେଖା ଯାଉଛନ୍ତି ଯେ ସେମାନଙ୍କ ଉପରୁ ନଜର ହଟାଇବା ମୁସ୍କିଲ ହେଉଛି ।

ମନ୍ଦାକିନୀଙ୍କ ପୁଅର ମ୍ୟାରେଜ ମହାବଳେଶ୍ଵରରେ ସମ୍ପର୍ଣ୍ଣ ହୋଇଛି । ସେ ତାଙ୍କ ପୁଅ ଓ ବୋହୁର ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ବୋହୁ ରେଡ କଲର ଲେହେଙ୍ଗାରେ ବହୁତ ଗରଜେସ ଦେଖା ଯାଉଛନ୍ତି । ଅଭିନେତ୍ରୀ ମନ୍ଦାକିନୀ “ରାମ ତେରି ଗଙ୍ଗା” ଫିଲ୍ମରେ ଅଭିନୟ କରି ପ୍ରଥମ ଥର ପାଇଁ ବଲିଉଡ ଦୁନିଆରେ ପାଦ ରଖିଲେ । ଏହି ଫିଲ୍ମରେ ସେ ବହୁତ ବୋଲ୍ଡ ସିନ ଦେଇ ଫିଲ୍ମଟିକୁ ହିଟ କରାଇ ଥିଲେ ଯାହା ସେତେବେଳେ ଖୁବ ଜୋରରେ ଚର୍ଚ୍ଚାରେ ରହିଥିଲା ।

ଫିଲ୍ମ ଦୁନିଆରେ ତାଙ୍କର ଛୋଟ ଚରିତାର ରହିଥିଲେ ମଧ୍ୟ ସେ ଆଜି ବି ଦର୍ଶକ ମାନଙ୍କ ହୃଦୟରେ ଘର କରି ରହିଛନ୍ତି । ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଭାବେ ସେ ଜଣାଶୁଣା ଥିଲେ । ଏହା ପରେ ସେ ଫିଲ୍ମ ଜଗତକୁ ସବୁ ଦିନ ପାଇଁ ବିଦାୟ ଦେଇଥିଲେ । ଏହା ପରେ ୧୯୯୦ରେ ଡାକ୍ତର କାର୍ଗିୟୁ ଠାକୁରଙ୍କ ସହ ବିବାହ କରିଥିଲେ ।

ସେ ତାଙ୍କ ସ୍ବାମୀଙ୍କ ସହ ମୁମ୍ବାଇରେ ଏକ ହରବଲ ସେଣ୍ଟରରେ କାମ କରୁଛନ୍ତି । ଏହା ଛଡା ସେ ଯୋଗ ମଧ୍ୟ ଶିଖାଉଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।