ବାରମ୍ବାର ହୃଦୟ ଭାଙ୍ଗିଲେ କଣ କରିବେ ? ଜାଣି ନିଅନ୍ତୁ କେବେ ବି କାନ୍ଦିବାକୁ ପଡିବନି (Krishna Vani)

ଦୁନିଆରେ ଅନେକ ସମ୍ପର୍କ ଅଛି ମାତ୍ର ଏହାକୁ ଏକ ସମତୁଲ ରାସ୍ତାରେ ଆମେ ନେଇ ପାରିବା ନି । ଏହାର କାରଣ ହେଉଛି ଆମେ ନିଜେ ମଧ୍ୟ ଜାଣିନୁ କି ଜୀବନରେ କେଉଁ ପରିସ୍ଥିତିରେ ଝଡ ଆସିବ, କେବେ ଆସିବ ଏକ ବଡ ଘାଇ , କେବେ ଏକ କଣ୍ଟା ଭରା ରାସ୍ତା , କେବେ ଏକ ମରୁଭୁମି ଯେଉଁ ଠାରେ ଆମେ ପାଣି ଟିକେ ପାଇଁ ତରସି ଯିବୁ । କେତେ ବେଳେ ଆସିବ କାଳ ବଇସାକ୍ଷୀ ତ କାତେବେଳେ ନଇ ବଢି ଭଳି ଏକ ଦୁଃଖର ଜୀବନ ।

କେତେବେଳେ ଆସିପାରେ କୋଇଲିର ମଧୁର ସୁର ଭଳି କିଛି ମିଠା ମୂହୁର୍ତ୍ତ ତ କେତେବେଳେ ଆସି ପାରେ ଫଗୁଣ । ଏଭଳି କିଛି ପରିସ୍ଥିତିରେ ଆମେ ଜୀବନର ଜାତ୍ରା କୁ ସମାନ ରଖି ପାରିବାନି । ଆମେ କେବଳ ଗୋଏ ଜିନିଷ କରି ପାରିବା ଆମର ନିଜର ଲୋକ କିମ୍ବା ଜୀବନ ସାଥି ଉପରେ ଭରସା କରି ତାର ହାତ ଧରି ଆମେ ବାଟ ଚାଲି ପାରିବା । ମାତ୍ର ଆଜି କାଲିର ସମୟ ରେ ଏହା କରିବା କଷ୍ଟକର ହୋଇ ପଡିଛି ଏହାର କାରଣ ହେଉଛି ଆମେ ଜାଣିନୁ କେତେବେଳେ କେଉଁ ମୋଡରେ ଆମକୁ ଧୋକା ମିଳିଯିବ ।

ଆପଣ ମାନେ ଜାଣିଛନ୍ତି ଦୁନିଆ ଏଭଳି ଭାବେ ହୋଇ ଗଲାଣି କି ଜଣଙ୍କ ସହ କେହି ଜଣେ ସମ୍ପର୍କରେ ନ ରହି ଅନେକ ସମ୍ପର୍କ ରେ ରହୁଛନ୍ତି । ତେବେ ଏହା ପ୍ରେମିକ କିମ୍ବା ପ୍ରେମିକା ର ସମ୍ପର୍କ ହେଉ କିମ୍ବା ହେଉ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ । ଏହା ଗୋଟେ ଏଭଳି ମୋଡରେ ଦୁହିଁଙ୍କୁ ଆଣି ଠିଆ କରେଇ ଦେଉଛି ଯେଉଁ ଠାରେ ଉଭୟ ପରସ୍ପର ଠାରୁ ଅନେକ ଦୂରରେ ରହିଛନ୍ତି ।

ଆପଣ ଚିନ୍ତା କରି ପାରିବେନି କିଭଳି ଲାଗେ ଧୋକା ଖାଇଲେ। ଏହା ଅନ୍ୟ ମାନଙ୍କ ସହ ହେଲେ କିଭଳି ଲାଗେ ଆପଣ ସେତେବେଳେ ଜାଣି ପାରିବେ ଯେତେବେଳେ ଆପଣ ମଧ୍ୟ ଧୋକା ଖାଇବେ ଅନ୍ୟ କାହାଠାରୁ । ଆପଣ ଜାଣି ପାରିବେ କି ଆପଣ କିଭଳି ମଣିଷ ସହ ରହୁଥିଲେ ଯିଏ କେବେ କହୁଥିଲା ମୁ କେବେବି ତୁମର ଜୀବନକୁ ଛାଡି ଜୀବିନୀ ।

ଯିଏ ଆମ ପାଇଁ ଜୀବନ ଦେବାକୁ କହୁଥିଲା ,ଯିଏ ଆମ ପାଇଁ ପାଗଳ ଭଳି ହେଉଥିଲା ସେ ଯେତେବେଳେ ଆମକୁ ଧୋକା ଦେଇ ଥାଏ ସେତେବେଳେ ଏହା କିଭଳି ଲାଗେ । ଆପଣ ଏହି କଥାକୁ ଆପଣେଇବାକୁ ଏକ ରୁ ଅଧିକ ବର୍ଷ ଲାଗିଜୀବ । ଆପଣଙ୍କର ବିଶ୍ଵାସ  କେବଳ ଭାଙ୍ଗି ଯାଇନି ବରଂ ସମ୍ପର୍କ ଉପରୁ ଓ  ଲୋକମାନଙ୍କ ଉପରୁ ମଧ୍ୟ ଉଠି ଯାଇଥାଏ ବିଶ୍ଵାସ । ମନ ଓ ହୃଦୟ ଏଭଳି ଭାବେ ଆଘାତ ପାଇ ଥାଏ ଆପଣ ଯେଉଁ ଜାଗାକୁ ଯିବେ ସେଠାରେ କେବଳ ସେହି ଜିନିଷ ମନେ ପଡିଯାଏ ।

ଏହି ପରସ୍ଥିତିରୁ ବାହାରକୁ ବାହାରିବା କଷ୍ଟ କର ହୋଇଯାଇ ଥାଏ। ପୁରୁଣା ସ୍ମୃତି ମଣିଷର ଆଘାତ କୁ ଭୁଲିବାକୁ ଦିଏନି । ମଣିଷ ନୂଆ ସମ୍ପର୍କ ପାଇ ନିଜକୁ ପଛକୁ ରଖେ ଲାଗେ ଏ ମଣିଷ ବି ମୋ ସହ ସେୟା ହିଁ କରିବ । ଯଦି ଆପଣ କାହାକୁ ମନରୁ ଭଲ ପାନ୍ତିନୀ ତେବେ ଆପଣ ତାକୁ ନିଜର ମନକଥା ଖୋଲିକି କହି ଦିଅନ୍ତୁ । କାହାର ମନ ଭାଙ୍ଗିଦେଲେ ସେ ବଞ୍ଚିବା କଷ୍ଟ କର ହୋଇ ଯାଏ। ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗିଲେ ପେଜକୁ ଲାଇକ କରିବେ ।