କେଉଁ ଓଷା କଲେ ଧନଜନ ଗୋପଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର କିଛି Anuchinta

ଜୀବନରେ ବିଭିନ୍ନ ଓଷାବ୍ରତ ପାଳନ କରିବା ଉଚିତ । ଏହାଦ୍ବାରା ଜୀବନ ସୁଖମୟ ହେବାସ ସହିତ ଧର୍ମ, ଅର୍ଥ, ଗୋପ, ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ । ପଣ୍ଡୁ ଓଷା କରିବା ଦ୍ଵାରା ପୁତ୍ର ପ୍ରାପ୍ତି ହୋଇଥାଏ । ସେହିପରି ଷଷ୍ଠୀ ଓଷା କରିବା ଦ୍ଵାରା ସନ୍ତାନ ଦୀର୍ଘାୟୁ ଏବଂ ରୋଗମୁକ୍ତ ହୋଇଥାଏ । ବୁଧେଇ ଓଷା କରିବା ଦ୍ଵାରା ରୋଗନାଶ ହେବା ସହ ସନ୍ତାନ ପ୍ରାପ୍ତି ହୋଇଥାଏ ଏବଂ ସ୍ତ୍ରୀ ଲୋକମାନେ ସାବିତ୍ରୀ ବ୍ରତ କରିବା ଦ୍ଵାରା ସ୍ଵାମୀ ଦୀର୍ଘାୟୁ ହୋଇଥାନ୍ତି ।

ବଡ ଓଷା, ଦ୍ଵିତୀୟା ଓଷା ଏବଂ ବାଟଓଷା କରିବା ଦ୍ଵାରା ମଙ୍ଗଳ ହୋଇଥାଏ ଏବଂ ସନ୍ତାନ ପ୍ରାପ୍ତି ହୋଇଥାଏ । ସୁଦଶା ବ୍ରତ କରିବା ଦ୍ଵାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ଏବଂ ଶାମ୍ବ ଦଶମୀ ପାଳନ କରିବା ଦ୍ଵାରା ସନ୍ତାନ ମାନଙ୍କୁ କୁଷ୍ଠରୋଗ ହୋଇ ନଥାଏ । ନାଗ ଚତୁର୍ଥୀ ବ୍ରତ ପାଳନ କରିବା ଦ୍ଵାରା ସର୍ପ ଭୟ ଦୂର ହୋଇଥାଏ ଏବଂ ମାଣ ଓଷା କରିବା ଦ୍ଵାରା ଧନଜନ ଗୋପଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ ।

ଯେପରି ମଣିଷ ଦରିଦ୍ର ହେଲେ ସ୍ଵଭାବ ନଷ୍ଟ ହୋଇଥାଏ, ସେହିପରି ବୁଦ୍ଧି ଭ୍ରଷ୍ଟ ହେଲେ ଜୀବନ ନଷ୍ଟ ହୋଇଥାଏ । ଯେପରି ଚିକିତ୍ସକ ମାନେ ରୋଗର ବଳ ଜାଣନ୍ତି ସେହିଅପରି ବିଦ୍ଵାନ ମାନେ ପଣ୍ଡିତଙ୍କ ବୁଦ୍ଧିବଳ ଭଲ ଭାବେ ଜାଣିଥାନ୍ତି । ଯେପରି ଚୋର ପ୍ରକୃତିର ଲୋକଙ୍କ ଧର୍ମ ଜ୍ଞାନ ନଥାଏ ଏବଂ କାମାତୁର ଲୋକଙ୍କର ଲଜ୍ଜା ଭୟ ନଥାଏ, ସେହିଅପରି କୃତକର୍ମ ଭୋଗବିନା ମୁକ୍ତି ନଥାଏ ।

ହସ ମଣିଷ ପାଇଁ ଭିଟାମିନ ସଦୃଶ ହୋଇଥାଏ । ଏହା ମଣିଷ ଶରୀରକୁ ତାଜା ରଖିବା ସହ ଶାରୀରିକ ଏବଂ ମାନସିକ ସୁସ୍ଥତା ବୃଦ୍ଧି କରିଥାଏ । ହସିବା ଦ୍ଵାରା ମନରୁ ହିଂସା କ୍ରୋଦ୍ଧ ଏବଂ ଦୁର୍ଭାବନା ଦୂର ହେବ ସହିତ ଦୁଃଖ, କ୍ଲେଶ, ବାଧାବିଘ୍ନି ଇତ୍ୟାଦି ଦୂର ହୋଇଥାଏ ।

ମନଖୋଲି ହସିବା ଦ୍ଵାରା ଶରୀରରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ ଏବଂ ଶରୀର ସହଜରେ ରୋଗଗ୍ରସ୍ତ ହୋଇ ନଥାଏ । ଘରେ ଛେନା ପ୍ରସ୍ତୁତ କରିବା ପରେ ଛେନା ପାଣିକୁ ଫୋପାଡି ନଦେଇ ସେଥିରେ ଅଟା ମଇଦା ଇତ୍ୟାଦି ଚକତିଳେ ରୁଟି, ପରଟା ଏବଂ ପୁରୀ ଇତ୍ୟାଦି ସୁସ୍ଵାଦୁ ହୋଇଥାଏ । ଭାତ ରାନ୍ଧିବା ସମୟରେ କିଛି ଲେମ୍ବୁରସ ଭାତ ଫୁଟୁଥିବା ବେଳେ ପକାଇଲେ ଭାତ ସଫା ଏବଂ ଝୁରଝୁରା ହୋଇଥାଏ ।

ସୁନା ଜିନିଷ ମଳିନ ପଡି ଯାଇଥିଲେ ପାଣିରେ କିଛି ଚିନି ମିଶାଇ ସଫା କରିବା ଦ୍ଵାରା ସୁନା ଜିନିଷ ଭଲ ଭାବେ ସଫା ହୋଇଥାଏ । ବରା ଛଣିବା ପୂର୍ବରୁ ବିରି ବଟାରେ କିଛି ଦହି ମିଶାଇ ଛାଣିବା ଦ୍ଵାରା ବରା ନରମ ହୋଇଥାଏ ଏବଂ କମ୍ ତେଲ ଲାଗିଥାଏ । ଗୁରୁବାର ଏବଂ ଶନିବାର ଦିନ ଲୁହା ଜିନିଷ କିଣିବା ଉଚିତ ନୁହେଁ , ଏହାଦ୍ବାରା ଅଶୁଭ ହୋଇଥାଏ ଏବଂ କୌଣସି କ୍ଷତି ଘଟିଥାଏ । ବୁଧବାର ଏବଂ ଶୁକ୍ରବାର ଦିନ ଯେକୌଣସି ଦ୍ରବ୍ଯ କିଣାଯାଇ ପାରେ କିମ୍ବା ବିକ୍ରୟ କରାଯାଇ ପାରେ, ଏହା ଶୁଭ ହୋଇଥାଏ ।

ରୋଷେଇ କରୁଥିବା ସମୟରେ, ଗୋରୁ ଗୋଠରେ, ଦେବତାଙ୍କ ସମୁଖରେ, ଭୋଜନ କରୁଥିବା ସମୟରେ ଏବଂ ଜପ ସମୟରେ ପାଦରେ ଚପଲ କିମ୍ବା ଜୋତା ପିନ୍ଧିବା ନିଷେଧ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।