bollywood ଫିଲ୍ମରେ ପୋଲିସ ରୋଲରେ କିଏ ସବୁଠୁ best

ବଲିଉଡ ଫିଲ୍ମରେ ଆକ୍ଟର ମାନେ ବହୁତ ପ୍ରକାରର ରୋଲ କରୁଛନ୍ତି । କେବେ ସେମାନେ ଆକ୍ସନ କରନ୍ତି ତା କେବେ କମେଡି ତ ପୁଣି କେବେ ସେ ପୋଲିସ ହୋଇ ଦେଶ ଓ ସମାଜର ରକ୍ଷା କରନ୍ତି । ସେମାନେ ଏହି ସବୁ ଆଭିନୟ କରି ବହୁତ ଲୋକପ୍ରିୟ ହାସଲ କରିଛନ୍ତି । ସେମାନେ ଏହି ପୋଲିସ ବାଲା ରୋଲ କରି ବହୁତ କୋକପ୍ରିୟତା ହାସଲ କରିଛନ୍ତି । ଆସନ୍ତୁ ଆଜି ଆମେ ଜାଣିବା କେଉଁ ଆକ୍ଟର ମାନେ ଏକ ପୋଲିସ ଵାଲାର ଆଭିନୟ କରିଛନ୍ତି ।

ସଲମାନ ଖାଁନ:

ସଲମାନ ଖାଁଙ୍କ ପ୍ରଥମ ପୋଲିସ ଵାଲା ଫିଲ୍ମ ହେଉଛି ଗର୍ବ । ଏହି ଫିଲ୍ମ ୨୦୦୪ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ସଲମାନ ଖାଁନ ଏକ ସଚୋଟ ପୋଲିସ ବାଲାର ଆଭିନୟ କରିଥିଲେ । ଏହା ବହୁତ ଲୋକପ୍ରିୟତା ହାସଲ କରିଥିଲା । ତା ପରେ ସଲମାନ ଖାଁଙ୍କ ୨୦୦୯ରେ ଫିଲ୍ମ ୱାଣ୍ଟେଡ଼ ଆସିଥିଲା ।

ଏହାକୁ ଦର୍ଶକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ତାହା ପରେ ତାଙ୍କର ଫିଲ୍ମ ଦବଙ୍ଗ ଆସିଥିଲା । ତାକୁ ମଧ୍ୟ୍ୟ ଦର୍ଶକ ମାନେ ବହୁତ ଭଲ ପାଇଥିଲେ । ତାହା ପରେ ୨୦୦୯ ମସିହାରେ ଆସିଥିବା ଦବଙ୍ଗ 2 କୁ ଲୋକେ ବହୁତ ପସନ୍ଦ କରିଥିଲେ ଓ ତାହା ଲୋକ ମାନଙ୍କର ଅତି ନିକଟତର ହୋଇ ପାରିଥିଲା ।

ଅକ୍ଷୟ କୁମାର:

ଅକ୍ଷୟ କୁମାର ବହୁତ ପୋଲିସ ଵାଲା ଫିଲ୍ମ କରିଛନ୍ତି । ସେ ପ୍ରଥମେ ୧୯୯୪ରେ ଆସିଥିବା ଫିଲ୍ମ ମୋହରାରେ ଏକ କର୍ତବ୍ୟପରାୟଣ ପୋଲିସ ବାଲାର ଅଭିନୟ କରିଥିଲେ, ଯାହାକି ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା । ତାପରେ ବଲିଉଡରେ ଅକ୍ଷୟ କୁମାର ବହୁତ ପୋଲିସ ଵାଲାର ଫିଲ୍ମ କରିଛନ୍ତି । ଯେପରିକି, ଆନ, ମେ ଖିଲାଡି ତୁ ଅନାଡୀ, ପୋଲିସ ଫୋର୍ସ, ରାଉଡି ରାଠୋର, ଖିଲାଡି ୭୮୬ ରେ ପୋଲିସ ଏକ ବାଲାର ଆଭିନୟ କରିଥିଲେ ।

ଅମୀର ଖାଁନ:

ଅମୀର ଖାଁନ ସରଫରୋସ ଓ ତଲାସ ଭଳି ଫିଲ୍ମରେ ପୋଲିସ ବାଲାର ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଅମୀର ଖାନଙ୍କ ରୋଲକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଅମୀର ଖାଁନଙ୍କୁ ଲୋକମାନେ ବଲିଉଡରେ ମିଷ୍ଟର ପରଫେକ୍ଟର ଦର୍ଜା ଦେଇଛନ୍ତି । ସେ ତାଙ୍କ ଫିଲ୍ମକୁ ବହୁତ ଭଲ ଭାବରର ପରିପ୍ରକାଶ କରିଥାନ୍ତି । ସେ ଏଭଳି ଅଭିନୟ କରନ୍ତି ଯେ, ଯେମିତି ସେ ସେହି କ୍ୟାରେକ୍ଟରର ଅଟନ୍ତି ।

ଅଜୟ ଦେବଗନ:

ଅଜୟ ଦେବଗନଙ୍କୁ ଦେଖିବା ପାଇଁ ଲୋକମାନେ ବହୁତ ଇଚ୍ଛାବ୍ୟକ୍ତ କରିଥାନ୍ତି । ଅଜୟ ଦେବଗନଙ୍କୁ ଲୋକମାନେ ସିଂଘମ ଫିଲ୍ମରେ ବହୁତ ପସନ୍ଦ କରିଥିଲେ । ସେ ଆଗରୁ ମଧ୍ୟ୍ୟ ଗଙ୍ଗାଜଲ, ଆକ୍ରୋସ ଭଳି ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି । ସିଂଘମ ଫିଲ୍ମରେ ତାଙ୍କର ଛବି ଏକ ଦମଦାର ପୋଲିସ ଵାଲା ରୂପରେ ବାହାରକୁ ଆସିଥିଲା ।

ଜନ ଆବ୍ରାହମ:

ଜନ ଆବ୍ରାହମ ବହୁତ କମ ଫିଲ୍ମରେ ଏକ ପୋଲିସ ବାଲାର ଅଭିନୟ କରିଛନ୍ତି । ସେ ଏକ ଆର୍ମି ଅଫିସରର ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେ ଫୋର୍ସ ଏବଂ ଫୋର୍ସ 2 ରେ ପୋଲିସ ବାଲାର ଅଭିନୟ କରିଥିଲେ । ତାଙ୍କର ଫିଲ୍ମ ପରମାଣୁ ଦ ଷ୍ଟୋରି ଅଫ ପୋଖାରେ ସେ ବହୁତ ଭଲ ଅଭିନୟ କରିଥିଲେ । ଆହୁରି ମଧ୍ୟ୍ୟ ତାଙ୍କର ଫିଲ୍ମ ‘ସତ୍ୟ ମେବ ଜୟତେ’ ଏହି କିଛି ମାସ ତଳେ ଆସିଥିଲା, ଯେଉଁଥିରେ ସେ ବହୁତ ଭଲ ଆକ୍ସନରେ ଆସିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।