ଏହି ଗୋଟିଏ ରାଜ କୁ ଲୁଚେଇବାକୁ ଯାଇ ଗୁପ୍ତ ଭାବରେ କରି ଦିଆ ଯାଇଥିଲା ଅଭିନେତା Rajkumar ଙ୍କ ଅନ୍ତିମ ସଂସ୍କାର, ଏବେ ଯାଇ ହେଲା ଖୁଲାସା

ହିନ୍ଦୀ ସିନେମା ଜଗତରେ ନିଜ ଦମଦାର ଅଭିନୟରେ ଅନେକ କଳାକାର ଦର୍ଶକଙ୍କ ହୃଦୟରେ ରାଜ କରି ଆସୁଛନ୍ତି । କିନ୍ତୁ ଏପରି ଜେନ କଳାକାର ଥିଲେ ଯାହାଙ୍କୁ ଦର୍ଶକଙ୍କ ସହ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ‘ରାଜକୁମାର’ ମାନୁଥିଲା । ସେ ହେଉଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ବେତାବ ବାଦଶାହା କୁଳଭୂଷଣ ପଣ୍ଡିତ ଓରଫ ‘ରାଜକୁମାର’ ।

୮ ଅକ୍ଟୋବର ୧୯୨୬ ମସିହାରେ ପାକିସ୍ତାନର ବେଲୁଚିସ୍ଥାନ ପ୍ରାନ୍ତରେ ଜନ୍ମ ହୋଇଥିବା ରାଜକୁମାର ସ୍ନାତକ ପଢିବା ପରେ ମୁମ୍ବାଇର ମହିମ ଥାନାରେ ଜଣେ ସବ-ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ଦିନେ ସେ ରାତିରେ ପେଟ୍ରୋଲିଂ ରେ ବୁଲୁଥିବା ସମୟରେ ତାଙ୍କୁ ଜଣେ ସିପାହୀ ତାଙ୍କୁ କହିଥିଲା କି ସେ ଦେଖିବାକୁ କେଉଁ ହିରୋ ଠାରୁ ମଧ୍ୟ କମ ନୁହନ୍ତି ଓ ସେ ଯଦି ଫିଲ୍ମରେ କାମ କରିବେ ତେବେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରିବେ ।

ସିପାହୀଟିର ଏହି କଥା ତାଙ୍କ ମନକୁ ବେଶ ପାଇଥିଲା । ଏହାପରେ ସେ ଧିରେ ଧିରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ । ଏକ ସମୟରେ ବଲିଉଡର ଏତେ ଲୋକପ୍ରିୟ କଳାକାର ହୋଇଯାଇ ଥିଲେ ଯେ ତାଙ୍କୁ ୮୦ ଦଶକରେ ସବୁଠୁ ଅଧିକ ଆୱାର୍ଡ ମିଳିଥିଲା ।

ତାଙ୍କ ଅଭିନୟରେ ମୁଗ୍ଧ ହୋଇ ତାଙ୍କର କୋଟି କୋଟି ପ୍ରଶଂସକ ତାଙ୍କର ଗୋଟିଏ ଝଲକ ମଧ୍ୟ ଦେଖିବାକୁ ତରସି ଯାଉଥିଲେ । ହେଲେ ତାଙ୍କ ଚେହେରାକୁ ନ ଦେଖାଇବା ପାଇଁ ରାଜକୁମାର ରଖିଥିଲେ ଏକ ବଡ ସର୍ତ୍ତ । ତାଙ୍କ ସର୍ତ୍ତ ଅନୁସାରେ ରାଜକୁମାରନ ଅନ୍ତିମ ସଂସ୍କାର ସମୟରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କ ମୃତ୍ୟୁ ଖବର ମଧ୍ୟ ଦିଆ ଯାଇ ନ ଥିଲା ।

ଅତ୍ୟନ୍ତ ଗୁପ୍ତ ଭାବେ ରାଜକୁମାରଙ୍କ ଅନ୍ତିମ ସଂସ୍କାର କରାଯାଇ ଥିଲା । ତାଙ୍କ ପରିବାର କେବଳ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ଥିଲା। ତେବେ ତାଙ୍କ ଅନ୍ତିମ ସଂସ୍କାର ଏତେ ଗୁପ୍ତ ଭାବେ କାହିଁକି କରାଯାଇ ଥିଲା ? ସେ ଏପରି ସର୍ତ୍ତ କାହିଁକି ରଖିଥିଲେ ଯେ ସେ ମରିବା ପରେ ଯେପରି କେହି ତାଙ୍କୁ ଦର୍ଶନ ନ କରିବେ ? କଥା କିଛି ଏପରି ଥିଲା କି, ରାଜକୁମାରଙ୍କ ଗଳାରେ କ୍ୟାନ୍ସର ହୋଇ ଯାଇଥିଲା । ସେହି ସମୟରେ ତାଙ୍କୁ ଖାଇବା ପିଇବା ସହ ନିଶ୍ଵାସ ନେବାରେ ମଧ୍ୟ କଷ୍ଟ ହେଉଥିଲା।

ତାଙ୍କ ସ୍ୱାସ୍ଥ୍ୟ ଧିରେ ଧୀରେ ବିଗିଡୁ ଥିବାରୁ, ଏପରି ସ୍ଥିତିରେ ସେ ଚାହୁଁ ନ ଥିଲେ କି କେହି ମଧ୍ୟ ତାଙ୍କ ରୋଗ ବିଷୟରେ ଜାଣନ୍ତୁ । ଏହି କଥା କେବଳ ତାଙ୍କ ଘର ଲୋକଙ୍କୁ ଜଣାଥିଲା ଓ ଏହିପରି ଭାବେ ସେ ୩ ଜୁଲାଇ ୧୯୯୬ରେ ଦୁନିଆ ଛାଡି ଚାଲିଗଲେ । ରାଜକୁମାରଙ୍କୁ ତାଙ୍କ ମୃତ୍ୟୁର ଆଭାସ ପୂର୍ବରୁ ହିଁ ହୋଇଯାଇ ଥିଲା ।

ମରିବା ପୂର୍ବରୁ ସେ ନିଜ ପରିବାରକୁ ଡାକି କହିଲେ, “ଆଜି ରାତିରେ ହିଁ ମୁଁ ଚାଲି ଯିବି । ମୁଁ ଏତିକି କହିବାକୁ ଚାହେଁ କି ମୁଁ ମରିବା ପରେ ମୋ ଶବକୁ ଜଳାଇ ମୋର ଅନ୍ତିମ ସଂସ୍କାର କରିବ, କିନ୍ତୁ ମୋ ମୃତ୍ୟୁ ଖବର କାହାକୁ ଦେବ ନାହିଁ । ” ଆଶା କରୁଛୁ ଆପଣ ଜାଣି ପାରିଥିବେ ଯେ ରାଜକୁମାର ନିଜ ମୃତ୍ୟୁ ଖବର କଣ ପାଇଁ ଲୁଚାଇବାକୁ କହିଥିଲେ ଓ କଣ ସର୍ତ୍ତ ରଖିଥିଲେ । ଆମ ପୋଷ୍ଟ ଆପଣଙ୍କୁ ପସନ୍ଦ ହୋଇଥିଲେ ଲାଇକ, ସେୟାର ଓ କମେଣ୍ଟ ନିଶ୍ଚୟ କରିବେ ।