ମାତ୍ର 47 ବର୍ଷ ବୟସରେ ଆଈ ହୋଇ ସାରିଲେଣି Raveena Tandon, ଦେଖନ୍ତୁ ନିଜ ନାତୁଣୀ ସହ ରବିନାଙ୍କ କିଛି ବଛା ବଛା ଫଟୋ

୯୦ ଦଶକର ସର୍ବୋତ୍ତମ ଅଭିନେତ୍ରୀ ମାନଙ୍କ ମଧ୍ୟରେ ରବିନା ଟଣ୍ଡନ ଅନ୍ଯତମ ଥିଲେ । ନିଜ ଅଭିନୟ ଓ ସୌନ୍ଦର୍ଜ୍ୟ ଯୋଗୁଁ ଦର୍ଶକ ଆଜି ମଧ୍ୟ ତାଙ୍କୁ ମନେ ରଖିଛନ୍ତି । ୨୬ ଅକ୍ଟୋବର ୧୯୭୪ ମସିହାରେ ଜନ୍ମଗ୍ରହଣ କରିଥିବା ରବିନା ଏବେ ୪୭ ବର୍ଷରେ ପଦାର୍ପଣ କରିଛନ୍ତି । ଆଜି ମଧ୍ୟ ସୁନ୍ଦରତା ମା-ମ-ଲା-ରେ ଅନେକ ଅଭିନେତ୍ରୀଙ୍କୁ ସେ କଡା ଟ-କ୍କ-ର ଦେଉଛନ୍ତି । ଫିଲ୍ମ ‘ପଥର କେ ଫୁଲ୍’ ରୁ ସେ ନିଜ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଆରମ୍ଭରୁ ହିଁ ସଫଳତା ପାଇବା ସହ ଅନେକ ଫିଲ୍ମରେ କାମ କରିଥିଲେ ଯାହା ଦର୍ଶକ  ଖୁବ ପସନ୍ଦ କରିଥିଲେ ।

ନିଜ ସମୟର ଲୋକପ୍ରିୟ ଟପ୍ ଅଭିନେତ୍ରୀ ରହି ସାରିଛନ୍ତି ରବିନା । ଅଭିନୟ ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ରବିନା ଟଣ୍ଡନ ମାତ୍ର ୪୭ ବର୍ଷ ବୟସରେ ଆଈ ବନି ସାରିଲେଣି । ଆପଣଙ୍କୁ ଏହି କଥା ବିଶ୍ବାସ କରିବାକୁ ମୁସ୍କିଲ ହେଲେ ମଧ୍ୟ ଏହା ନିରାଟ ସତ୍ୟ ଅଟେ । ଆପଣଙ୍କୁ ଜଣାଇ ଦେଉଛୁ ଯେ ରବିନା ଟଣ୍ଡନ ଯେତେବେଳେ ମାତ୍ର ୨୧ ବର୍ଷର ହୋଇଥିଲେ ସେହି ସମୟରେ ସେ ୧୯୯୫ରେ ଦୁଇଟି ଝିଅଙ୍କୁ କୋଳକୁ ନେଇଥିଲେ ।

ସେମାନଙ୍କ ନାମ ହେଉଛି ପୂଜା (୧୧) ଓ ଛାୟା (୮) । ରବୀନ ଖୁବ ଭଲ ଭାବେ ଦୁଇ ଝିଅଙ୍କ ଲାଳନପାଳନ କରିବା ସହ ସେମାନଙ୍କ ବିବାହ ମଧ୍ୟ  ଖୁବ ଧୁମଧାମ୍ ରେ କରିଥିଲେ । ରବିନାଙ୍କ ଝିଅ ଛାୟା ୨୦୧୯ରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ରବିନା ନିଜ ନାତିଙ୍କ ନାମ ରୁଦ୍ର ରଖିଛନ୍ତି । ଆଈ ହେବା ଖୁସିରେ ରବିନା ସେତେବେଳେ ଗୋଟିଏ ଗ୍ରାଣ୍ଡ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ ଓ ନିକଟ ବନ୍ଧୁଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ନାତି ରୁଦ୍ର ସହ ରବିନା ଅନେକ ଫଟୋ ସୋସିଆଲ ମିଡିଆରେ ନିୟମିତ ଶେୟାର କରନ୍ତି ।

ନାତିଙ୍କ ବ୍ଯତୀତ ରବିନା ଦୁଇ ଝିଅଙ୍କ ସହ ମଧ୍ୟ ଫଟୋ ଶେୟାର କରନ୍ତି । ରବିନା ୨୦୦୩ରେ ଫିଲ୍ମ ଡାଇରେକ୍ଟର ଅନିଲ ଥଡାନୀଙ୍କୁ ଡେଟ କରିବା ଆରମ୍ଭ କରିଥିଲେ ଓ ୨୦୦୪ରେ ଦୁହେଁ ବିବାହ ମଧ୍ୟ କରିଥିଲେ । ୨୦୦୫ ରେ ସେ ଝିଅ ରାଶା ଓ ୨୦୦୮ ରେ ପୁଅ ରଣବିର ବର୍ଦ୍ଧନଙ୍କୁ ଜନ୍ମ ଦେଇଥିଲେ । ଅଭିନେତ୍ରୀ ଏହି ଦୁଇ ପିଲାଙ୍କ ଫଟୋ ମଧ୍ୟ ପ୍ରାୟତଃ ଶେୟାର କରନ୍ତି । ବିବାହ ପରେ ରବିନା ଫିଲ୍ମରୁ ବିରତି ନେଇ ଯାଇଥିଲେ ।

ଦୀର୍ଘ ସମୟ ପରେ ଏବେ ସେ ଫିଲ୍ମ ‘କେଜିଏଫ ଚାପ୍ଟର-୨’ ରେ ରମିକା ସେନ ଚରିତ୍ରରେ ଅଭିନୟ କରୁଥିବାର ଦେଖାଯିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।