ଏତେ ବର୍ଷ ପରେ ପୁଣି ବାହାରିଲା ଶିଲ୍ପା ସେଟ୍ଟୀଙ୍କ ଦୁଃଖ, କହିଲେ ‘ଖରାପ ଲାଗେ କି ଫିଲ୍ମ ଧଡକନ ପାଇଁ ମୋତେ…’

ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ନିଜ ଫିଲ୍ମ କ୍ୟାରିଅରରେ ଗୋଟିଏ ରୁ ବଳି ଗୋଟିଏ ଫିଲ୍ମ ଦେଇଛନ୍ତି ଯାହା ମଧ୍ୟରୁ ଫିଲ୍ମ ଧଡକନ ବ୍ଲକବଷ୍ଟର ଅଟେ । ଏହି ଫିଲ୍ମଟିକୁ ସମସ୍ତେ ନିଶ୍ଚୟ ଥରେ ଦେଖିଥିବେ । ଏହି ଫିଲ୍ମର ଷ୍ଟୋରି ଠାରୁ ଆକଟିଂ ପର୍ଯ୍ୟନ୍ତ ସବୁ କିଛି ପରଫେକ୍ଟ ଥିଲା, କିନ୍ତୁ ଆଜି ଶିଲ୍ପା ସେଟ୍ଟୀଙ୍କର ଏହି ଫିଲ୍ମ ପାଇଁ ଗୋଟିଏ ପଶ୍ଚାତାପ ରହିଯାଇଛି , ଯାହା ବିଷୟରେ ସେ ସମସ୍ତଙ୍କ ସାମ୍ନାରେ କହିଛନ୍ତି । ତେବେ ଚାଲନ୍ତୁ ଜାଣିବା କି ଆଜି ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ଶିଲ୍ପା ସେଟ୍ଟୀ ବଲିଉଡରେ ବହୁତ ନାମ କମାଇଛନ୍ତି, ସେ କେବଳ ତାଙ୍କର ଆକଟିଂର ଜାଦୁ ଦେଖାଇ ନାହାନ୍ତି ବରଂ ଲୋକଙ୍କ ହୃଦୟରେ ମଧ୍ୟ ରାଜ କରିଛନ୍ତି । ଆଜି ଶିଲ୍ପା ସେଟ୍ଟୀ ଫିଲ୍ମ ନ କରୁଥିଲେ ମଧ୍ୟ କିନ୍ତୁ ଛୋଟ ପରଦାରେ ଦେଖା ଯାଉଛନ୍ତି ଓ ଏହା କାରଣ ଅଟେ କି ସେ ଆଜି ବି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ।

ମୁଁ ବହୁତ ରିଜେକ୍ସନ ସହିଛି – ଶିଲ୍ପା ସେଟ୍ଟୀ

Image courtesy: Google

ଶିଲ୍ପା ସେଟ୍ଟୀ କହିଛନ୍ତି କି ପ୍ରଥମରୁ ମୋତେ ବହୁତ ରିଜେକ୍ସନ ସହିବାକୁ ପଡିଥିଲା । ଶିଲ୍ପା ସେଟ୍ଟୀ ନିଜର ଫିଲ୍ମ କ୍ୟାରିଅର  ଶାହରୁଖ ଙ୍କ ଫିଲ୍ମ ବାଜିଗର ରୁ ଆରମ୍ଭ କରିଥିଲେ । ଏହି ଫିଲ୍ମ ତାଙ୍କ ପାଇଁ ବହୁତ ମହତ୍ତ୍ଵ ରଖିଥିଲା କାରଣ ତାଙ୍କର ପ୍ରଥମ ଫିଲ୍ମ ଯାହା ହିଟ ହୋଇଥିଲା । କିନ୍ତୁ ତାଙ୍କ ମନରେ ଆଜି ପର୍ଯ୍ୟନ୍ତ ଗୋଟିଏ ଦୁଃଖ ଅଛି ଯାହାକୁ ସେ ଏବେ ଜାହିର କରିଛନ୍ତି ।

ଫିଲ୍ମ ଧଡକନ ଓ ଫିର ମିଲେଙ୍ଗେ ପାଇଁ ଆୱାର୍ଡ ମିଳିଲା ନାହିଁ – ଶିଲ୍ପା ସେଟ୍ଟୀ

Image courtesy: Google

ସେ କହିଲେ କି ମୁଁ ଫିଲ୍ମ ଧଡକନ ଓ ଫିର ମିଲେଙ୍ଗେ ଭଳି ହିଟ ଫିଲ୍ମ କରିଛି କିନ୍ତୁ ମୋତେ କେବେ ବି ଏହି ଫିଲ୍ମ ପାଇଁ କୌଣସି ଆୱାର୍ଡ ମିଳିନାହିଁ । ଏମିତିରେ ଶିଳ୍ପାଙ୍କର କହିବା କଥା କି ମୋତେ ତ ପ୍ରଥମେ ବୁଝାପଡୁନଥିଲା କି ମୋତେ ଏତେ ଭଲ ଭଲ ଫିଲ୍ମ କେମିତି ମିଳିଲା ? ତା ସହିତ ଶିଲ୍ପା କହିଲେ କି ସେତେବେଳେ ମୋର ବ୍ଲଣ୍ଡ ବାଳ ଥିଲା ଓ ମୁଁ ବ୍ଲୂ ଲେନ୍ସ ଓ ଲାଲ ଲିପଷ୍ଟିକ ଲଗାଉଥିଲି, ଯାହା ମୋ ଉପରେ ବହୁତ ଭଲ ଲାଗେ, କିନ୍ତୁ କେବେ ବି ମୋତେ କୌଣସି ଆୱାର୍ଡ ମିଳିଲା ନାହିଁ, ବିଶେଷ କରି ଫିଲ୍ମ ଧଡକନ ଓ ଫିର ମିଲେଙ୍ଗେ ପାଇଁ ।

Image courtesy: Google

ସେ କହିଲେ କି ବୋଧେ ଲୋକ ମୋତେ କେବେ ବି ଅଭିନେତ୍ରୀ ଭାବରେ ସ୍ଵୀକାର ହିଁ କରି ନାହାଁନ୍ତି । ହିଟ ଫିଲ୍ମ ଦେବା ପରେ ମଧ୍ୟ ମୋ କ୍ୟାରିଅର ଚାଲିଲା ନାହିଁ, କିନ୍ତୁ ମୋତେ ଏବେ ଦୁଃଖ ନାହିଁ କାରଣ ମୋତେ ଲାଗୁଛି କି ମୁଁ ବିଲକୁଲ ଠିକ ରାସ୍ତାରେ ଅଛି । ତା ସହିତ ସେ କହିଛନ୍ତି କି ରିଜେକ୍ସନକୁ କେବେ ଡରନ୍ତୁ ନାହିଁ, କାରଣ ଏହା ଆପଣଙ୍କୁ ଆହୁରି ସକ୍ଷମ କରିଥାଏ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।