Ollywood ର ଲୋକପ୍ରିୟ ହିରୋଇନ ଯେଉଁମାନେ ମା’ ହେଲା ପରେ ଆକଟିଂ ଜଗତରୁ ଦୂରେଇ ଗଲେ

ସାଧାରଣତଃ ଦେଖିବାକୁ ମିଳିଥାଏ ଅନେକ ଅଭିନେତ୍ରୀ ନିଜ କ୍ଯାରିଅର ଶୀର୍ଷରେ ଥାଇ ମଧ୍ୟ ମା ହେବା ପରେ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖନ୍ତି । କେବଳ ବଲିଉଡ ନୁହେଁ, ବରଂ ଓଲିଉଡରେ ମଧ୍ୟ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଦିନେ ନିଜ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ ଜିଣି ପାରିଥିଲେ । କିନ୍ତୁ ମା ହେବା ପରେ ଛାଡି ଦେଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି । ଆଜି ଆମେ ଆପଣଙ୍କୁ ଏହିପରି କେତୋଟି ଅଭିନେତ୍ରୀଙ୍କ ବିଷୟରେ ମନେ ପକାଇ ଦେବୁ ।

ଆମ ତାଲିକାରେ ପ୍ରଥମେ ଅଛନ୍ତି ସ୍ଵିଟି । ତାଙ୍କୁ ଆପଣ ସିରିଏଲ ‘ମାନିନୀ’ ରେ ଅଭିନୟ କରୁଥିବାର ଦେଖିଥିବେ । ସେହି ସିରିଏଲରେ କାମ କରିବା ସମୟରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଆଉ ଏହାପରେ ସେ ଅଭିନୟ କରିବା ଛାଡି ଦେଇଥିଲେ । ଦ୍ବିତୀୟରେ ଅଛନ୍ତି ଅନିଶା । ଦେବାଶିଷ ଓ ଅନିଶାଙ୍କ ଯୋଡିଙ୍କୁ ସମସ୍ତେ ପସନ୍ଦ କରନ୍ତି । ଶୁଟିଙ୍ଗ ସେଟରେ ଦେଖା ହେବା ପରେ ପରସ୍ପରକୁ ପ୍ରେମ କରି ସେମାନେ ବିବାହ କରିଥିଲେ ।

ଅନିଶାଙ୍କର ଗୋଟିଏ କନ୍ୟା ସନ୍ତାନ ହେବା ପରେ ସେ ମଧ୍ୟ ନିଜକୁ ଓଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ରଖିଛନ୍ତି । ଉପାସନାଙ୍କୁ ଆପଣ ଅନେକ ଆଲବମ ଏବଂ ସିରିଏଲ ମାନଙ୍କରେ ଅଭିନୟ କରିଥିବାର ଦେଖିଥିବେ । ଉପାସନା ମଧ୍ୟ ଏକ ପୁତ୍ର ସନ୍ତାନଙ୍କ ମା ହେବା ପରେ ଓଲିଉଡରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି ।

ମାହି ଓ ଚନ୍ଦନଙ୍କ ଯୋଡି ଆପଣ ବେଶ ଭଲ ଭାବେ ଜାଣିଥିବେ । ମାହିଙ୍କର ଗୋଟିଏ ଝିଅ ହେବା ପରେ ସେ ମଧ୍ୟ ଓଲିଉଡରୁ ଦୂରେଇ ଯାଇଛନ୍ତି । ମିଠିଙ୍କୁ ଆପଣ ଅନେକ ଶୋ ରେ ଆଙ୍କରିଂ କରୁଥିବାର ଦେଖିଥିବେ । ଏହାଛଡା ତାଙ୍କର ଅନେକ ଆଲବମ ମଧ୍ୟ ଦେଖିଥିବେ । ମିଠି ମଧ୍ୟ ମା ହେବା ପରେ ଓଲିଉଡରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି । ଇପ୍ସିତାଙ୍କୁ ମଧ୍ୟ ଆପଣ ଅନେକ ଆଲବମ, ସିରିଏଲ ଏବଂ ଫିଲ୍ମରେ ମଧ୍ୟ ଅଭିନୟ କରିଥିବାର ଦେଖିଥିବେ ।

ସେହିପରି ଇପ୍ସିତା ମଧ୍ୟ ବିବାହ କରି ମା ହେବା ପରେ ଓଲିଉଡରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି । ସିରିଏଲ ‘ସିନ୍ଦୁର ବିନ୍ଦୁ’ ରେ ରାନୁଙ୍କୁ ଆପଣ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରିବା ସମୟରେ ତାଙ୍କର ବିବାହ ହୋଇଥିଲା ଓ ବିବାହ ପରେ ସେ ଓଲିଉଡରୁ ସଂପୂର୍ଣ୍ଣ ଦୂରେଇ ରହିଛନ୍ତି । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଛନ୍ତି । ଆମେଲିଙ୍କୁ ମଧ୍ୟ ଆପଣ ଅନେକ ଆଲବମରେ ଦେଖିଥିବେ ଦେଖିଥିବେ । ଆମେଲି ମଧ୍ୟ ମା ହେବା ପରେ ଅଭିନୟ ଛାଡି ଦେଇଥିଲେ । ଆଉ ଏବେ ଓଲିଉଡକୁ ଆଉ ଥରେ ଫେରି ଆସିଛନ୍ତି ।

ମୋନାଲିସା ଏବଂ ଦେବାଶିଷଙ୍କ ଯୋଡିକୁ କିଏ ନ ଜାଣେ । ସେମାନେ ମଧ୍ୟ ପ୍ରେମ ବିବାହ କରିବା ପରେ ମୋନାଲିସା ଅଭିନୟରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି । ତାଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ଏହାପରେ ହେଉଛନ୍ତି ଆପଣଙ୍କ ପ୍ରିୟ ଯୋଡି ସିଦ୍ଧାନ୍ତ ଏବଂ ମାମା ମିଶ୍ର । ମାମା ମିଶ୍ର ମଧ୍ୟ ମା ହେବା ପରେ ଓଲିଉଡରୁ ଏକଦମ ଦୂରେଇ ଯାଇଥିଲେ । ଶେଷରେ ହେଉଛନ୍ତି ପ୍ରିୟା । ତାଙ୍କୁ ଆପଣ ଅନେକ ଫିଲ୍ମରେ ଅଭିନୟ କରୁଥିବାର ଦେଖିଥିବେ । ମା ହେବା ପରେ ସେ ଇଣ୍ଡଷ୍ଟ୍ରିରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି ।

ବର୍ତ୍ତମାନ କିଛି ରିୟାଲିଟି ଶୋ ରେ ପ୍ରିୟାଙ୍କୁ ଜଜ୍ ଭାବେ ଦେଖିବାକୁ ମିଳୁଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।