TV ସିରିଏଲ ଝାନ୍ସି କି ରାଣୀ ରେ ନଜର ଆସିଥିବା ଏହି 2 ଜଣ Child Artist ଆଜି ଏତେ ବର୍ଷ ପରେ ଦେଖା ଯାଆନ୍ତି ବହୁତ ସୁନ୍ଦର, ଦେଖିବା ମାତ୍ରେ ଦିବାନା ହେଇଯିବେ

୨୦୦୯ରେ ଟିଭିରେ ପ୍ରସାରିତ ହେଉଥିବା ‘ଝାଂସୀ କୀ ରାନୀ’ ସିରିଏଲକୁ ତ ଆପଣମାନେ ସମସ୍ତେ ନିଶ୍ଚିତ ଦେଖିଥିବେ । ଏହି ସିରିଏଲ ସେହି ସମୟରେ ନିଜର ଦମଦାର କାହାଣୀ କାରଣରୁ ପ୍ରାୟତଃ ଚର୍ଚିତ ରହୁଥିଲା । ଏହା ସହିତ ଶୋର ସବୁ କିରଦାର ବି ଏହି ଶୋ କୁ ଦର୍ଶକମାନଙ୍କର ପସନ୍ଦିତା ଶୋ ବି କରିଦେଇଥିଲେ । କିନ୍ତୁ ଏହି ସିରିଏଲରେ ଅନ୍ୟ କିରଦାରମାନଙ୍କ ଅପେକ୍ଷା ପ୍ରାଚୀ ଓ ଛୋଟ ମଣିକର୍ଣିକାକୁ ଦର୍ଶକମାନେ ବହୁତ ଅଧିକ ପସନ୍ଦ କରୁଥିଲେ ।

କିନ୍ତୁ ବର୍ତ୍ତମାନ ସମୟର କଥାବାର୍ତ୍ତ କରିବା ତେବେ ଏହି ସିରିଏଲକୁ ୧୧ ବର୍ଷ ପୂର୍ଣ ହୋଇଯାଇଛି ଓ ଏହି ୧୧ ବର୍ଷ ମଧ୍ୟରେ ଛୋଟ ମଣିକର୍ଣିକା ଓ ପ୍ରାଚୀର କିରଦାରରେ ନଜର ଆସୁଥିବା ଏହି ଶିଶୁ କଳାକାରମାନ ବହୁତ ବଦଳି ଯାଇଛନ୍ତି ।

ଯାହାଙ୍କୁ ଚିହ୍ନିବା ବହୁତ କଷ୍ଟକର ଅଟେ । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ସିରିଏଲର ଛୋଟ ମଣିକର୍ଣିକା ଓ ପ୍ରାଚୀ କିରଦାରରେ ନଜର ଆସୁଥିବା ଏହି ଅଭିନେତ୍ରୀଙ୍କ ବିଷୟରେ କହିବୁ । ସିରିଏଲରେ ଛୋଟ ମଣିକର୍ଣିକା କିରଦାରରେ ନଜର ଆସୁଥିବା ଶିଶୁ କଳାକାରର ଅସଲ ନାଁ ଉଲ୍କା ଗୁପ୍ତା ଅଟେ । ଯାହାର ଜନ୍ମ ୧୨ ଏପ୍ରିଲ ୧୯୯୭ରେ ବିହାରରେ ହୋଇଥିଲା । ସେଥିପାଇଁ ସେ ନିଜର ପୁରା ଶିକ୍ଷା ବିହାରରୁ ହିଁ ପୁରା କରିଛନ୍ତି ।

ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କହିବା ତେବେ ସେ ନିଜର କ୍ୟାରିୟରର ଆରମ୍ଭ ୨୦୦୬ରେ ଆସିଥିବା ସିରିଏଲ ‘ରେଶମ ଦାଙ୍ଖ’ରୁ କରିଥିଲେ । ଯେଉଁଥିରେ ସେ ମାତ୍ର ୯ ବର୍ଷ ବୟସରେ ଦର୍ଶକମାନଙ୍କର ଭରପୁର ମନୋରଞ୍ଜନ କରିଥିଲେ । ତାଙ୍କର ଅଭିନୟ ଓ ପ୍ରତିଭାକୁ ଦେଖି କିଛି ନିର୍ମାତାମାନେ ତାଙ୍କୁ ଅନ୍ୟ କେତେକ ସିରିଏଲରେ କାମ କରିବା ପାଇଁ ସୁଯୋଗ ଦେଲେ । ଏହା ସହିତ ଉଲ୍କା ଗୁପ୍ତା କେତେକ ଫିଲ୍ମରେ ବି କାମ କରିଛନ୍ତି । ଯେଉଁଥିରେ ହିନ୍ଦୀ ଫିଲ୍ମ ସିମ୍ବା ଓ ମଣିକର୍ଣିକା ଫିଲ୍ମ ବି ସାମିଲ ଅଛି ।

ମଣିକର୍ଣିକା ଛୋଟ ଭଉଣୀ ପ୍ରାଚୀର ଜବରଦସ୍ତ କିରଦାରରେ ନଜର ଆସିଥିବା ଶିଶୁ କଳାକାର ବିଷୟରେ ଯଦି କହିବା ତେବେ ତାହାର ଅସଲ ନାଁ ଅଶନୁର କୌର ଅଟେ । ୩ ମେ ୨୦୦୪ରେ ରାଜଧାନୀ ଦିଲ୍ଲୀରେ ଅଶନୁର କୌରର ଜନ୍ମ ହୋଇଥିଲା । ଅଶନୁର କୌର ଅଭିନୟ କ୍ୟାରିୟର ବିଷୟରେ ଯଦି କଥାବାର୍ତ୍ତା କରିବା ତେବେ ସେ ମାତ୍ର ୫ ବର୍ଷ ବୟସରେ ସିରିଏଲ ‘ଝାଂସୀ କୀ ରାନୀ’ରେ ପ୍ରାଚୀ କିରଦାର କରି ଦର୍ଶକମାନଙ୍କ ପାଖରେ ବହୁତ ପ୍ରଶଂସିତ ହୋଇଥିଲେ ।

ଏହା ପରେ ଅଶନୁର କୌରଙ୍କୁ ଅନ୍ୟ କେତେକ ସିରିଏଲରେ ବି ଶିଶୁ କଳାକାର ରୂପରେ ଅଭିନୟ କରିବାର ସୁଯୋଗ ମିଳିଲା । କହିଦେଉଛୁ କି ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ‘ଝାଂସୀ କୀ ରାନୀ’କୁ ୧୧ ବର୍ଷ ପୁରା ହୋଇଯାଇଛି ଓ ଏହି ୧୧ ବର୍ଷ ମଧ୍ୟରେ ଏହି ଦୁଇ ଶିଶୁ କଳାକାରମାନେ ବି ବହୁତ ବଦଳି ଯାଇଛନ୍ତି ।

ଛୋଟ ମଣିକର୍ଣିକା କିରଦାରରେ ନଜର ଆସୁଥିବା ଉଲ୍କା ଗୁପ୍ତା ଆଜି ୨୩ ବର୍ଷର ହୋଇଯାଇଛନ୍ତି ଓ ଉଲ୍କା ଗୁପ୍ତାଙ୍କର ସେହି ସମୟର ଲୁକ ଠାରୁ ବର୍ତ୍ତମାନର ଲୁକରେ ବହୁତ ପରିବର୍ତ୍ତନ ଆସି ଯାଇଛି । ଉଲ୍କା ଗୁପ୍ତା ବର୍ତମାନ ବହୁତ ଗ୍ଲାମରସ ଓ ଷ୍ଟାଇଲିସ ହୋଇଯାଇଛନ୍ତି ଓ ବର୍ତ୍ତମାନ ବି ସେ ଅଭିନୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି ।

ଯଦି ଅଶନୁର କୌରଙ୍କ ବିଷୟରେ କହିବା ତେବେ ସେ ବର୍ତ୍ତମାନ ୧୬ ବର୍ଷର ହୋଇଯାଇଛନ୍ତି । ଏହି କାରଣରୁ ସେ ପୂର୍ବ ଅପେକ୍ଷା ବହୁତ ବଡ ଦେଖାଯାଉଛନ୍ତି । ଅଶନୁର କୌର ବର୍ତ୍ତମାନ ବହୁତ ଷ୍ଟାଇଲିସ ହୋଇଯାଇଛନ୍ତି । ଆପଣଙ୍କୁ କହିଦେଉଛୁ କି ଅଶନୁର କୌର ବର୍ତ୍ତମାନ ନିଜର ପରିବାର ସହିତ ମୁମ୍ବାଇରେ ରହୁଛନ୍ତି ଓ ଅଶନୁର କୌର ବି ନିଜର ଅଭିନୟ କ୍ୟାରିୟର ସକ୍ରିୟ ଅଛନ୍ତି । ସେ ବର୍ତ୍ତମାନ ସମୟରେ ସିରିଏଲ ପଟ‍ିୟାଲା ବେବ୍ସରେ କାମ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।