Nora Fatehi ଙ୍କ ଲାଇଫ ଷ୍ଟାଇଲ, ଇନକମ, ଘର, ବୟଫ୍ରେଣ୍ଡ ଓ କେତେ ସମ୍ପତ୍ତି ଅଛି ତାଙ୍କ ପାଖରେ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଚଳଚିତ୍ର ଦେଖିବାକୁ ସମସ୍ତେ ଭଲ ପାଆନ୍ତି । ସେଥିରେ ବିଭିନ୍ନ ଲୋକ ବିଭିନ ଅଭିନୟ କରିଥାନ୍ତି । ବଲିଉଡ ର ହିରୋଇନ ମାନଙ୍କର ଯେତେ ବି ପ୍ରଶଂସା କରିଲେ କମ ପଡିବ । ସେମିତି ହିଁ ଏବେ ବଲିଉଡ କୁ ଆସିଥିବା ନୋରା ଫତେହ ତାଙ୍କର ବେଶଭୁଷା ଏବଂ ଅଭିନୟ ମାଧ୍ୟମରେ ଲୋକମାନଙ୍କର ମନ ଖୁବ ସହଜରେ ଜିତିପାରିଛନ୍ତି । ତାଙ୍କର ବର୍ତ୍ତମାନ ଷ୍ଟାଇଲରେ ଲୋକମାନେ ଖୁବ ଦିୱାନା ହୋଇସାରିଛନ୍ତି ତାଙ୍କର । ନୋରା ଫତେହ ଙ୍କ ବାହାରକୁ ଯିବା ଷ୍ଟାଇଲ ମଧ୍ୟ ଖୁବ ବଢିଆ ହୋଇଥାଏ ।

ଏହାଛଡା ନୋରା ତାଙ୍କର ଫିଟନେସ କୁ ନେଇ ଖୁବ ଯତ୍ନବାନ । ନୋରା ଖୁବ କମ ସମୟ ମଧ୍ୟରେ ବଲିଉଡର ଜଣେ ଆଗଧାଡ଼ି ର ନାୟିକା ଏବଂ ଡ୍ୟାନ୍ସର ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ତାଙ୍କ ଵିଷୟ ରେ ଅନେକ ଗୁଡିଏ କଥା ଆପଣଂକୁ କହିବାକୁ ଯାଉଛୁ । ଆପଣ ହୁଏ ତ ଏହି କଥା ଗୁଡିକ ଆଗରୁ ଜାଣି ନ ଥାଇ ପାରନ୍ତି । ତେବେ ଆସନ୍ତୁ ବନ୍ଧୁଗଣ ଆହୁରି ବହୁତ କିଛି କଥା ଜାଣିବା ନୋରା ଫତେହି ଙ୍କ ଵିଷୟରେ ।

ବନ୍ଧୁଗଣ ନୋରା ଙ୍କ ଜନ୍ମ ୧୯୯୨ ମସିହା ଫେବ୍ରୁଆରୀ ୬ ତାରିଖ ଦିନ କାନାଡ଼ା ଠାରେ ହୋଇଥିଲା । ବର୍ତ୍ତମାନ ତାଙ୍କର ବୟସ ୩୧ ବର୍ଷ ଅଟେ । ସେ ଜଣେ ଆରବ ପରିବାର ର ସଦସ୍ୟ ଅଟନ୍ତି । ତାଙ୍କ ଜନ୍ମ ପୂର୍ବ ରୁ ତାଙ୍କ ପରିବାର ମୋରୋକୋ ଠାରେ ରହୁଥିଲେ ଓ ତାଙ୍କ ଜନ୍ମ ସମୟ ରେ ସେମାନେ କାନାଡ଼ା କୁ ଚାଲିଆସିଥିଲେ । ସେ କାନାଡ଼ା ରେ ହିଁ ନିଜର ପାଠ ପଢା ଶେଷ କରିଛନ୍ତି । ନୋରା ଜଣେ ଡ୍ୟାନ୍ସର, ଅଭିନେତ୍ରୀ, ପ୍ରଯୋଜକ ଓ ମଡେଲ ଅଟନ୍ତି।

ସେ ପୂର୍ବ ରୁ ଭଲ ନୃତ୍ୟ କରି ପାରୁ ନ ଥିଲେ କିନ୍ତୁ ପରେ ଟିଭି ରୁ ଦେଖି ଦେଖି ସେ ନୃତ୍ୟ ଶିଖିଥିଲେ । ଏହା ପରେ ସେ ନିଜ ବିଦ୍ୟାଳୟ ରେ ନୃତ୍ୟ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କ ମାତା ପିତା ଙ୍କ ଛାଡପତ୍ର ପରେ ପରିବାର ର ସମସ୍ତ ଭାର ତାଙ୍କ ଉପରେ ଆସିଯାଇଥିଲା । ସେ ଦିନ ସମୟ ରେ ଏକ ହୋଟେଲ ରେ ୱେଟର ଭାବରେ କାମ କରୁଥିଲେ ଏବଂ ସନ୍ଧ୍ୟା ସମୟ ରେ ଟେଲି କଲର ଭାବେ କାର୍ଯ୍ୟ କରୁଥିଲେ । ଏହା ପରେ ସେ ପ୍ରଥମ କରି ମଡେଲିଙ୍ଗ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।

ତାଙ୍କର ହିନ୍ଦୀ ବହୁତ ଖରାପ ଥିବା କାରଣ ରୁ ତାଙ୍କୁ ପ୍ରଥମେ ପ୍ରଥମେ ଅନେକ ଫିଲ୍ମ ରୁ ରିଜେକ୍ଟ କରି ଦିଆ ଯାଇଥିଲେ । ସେ ପ୍ରଥମ କରି “ରୋର” ନାମକ ଫିଲ୍ମ ରେ ଅଭିନୟ କରିଥିଲେ କିନ୍ତୁ ସେ ଫିଲ୍ମ ଟି ଏତେ ହିଟ ହୋଇ ନ ଥିଲା । ଏହା ପରେ ସେ ହିନ୍ଦୀ ଓ ତେଲୁଗୁ ଫିଲ୍ମ ରେ ଆଇଟମ ଗାର୍ଲ ଭାବେ ଦେଖା ଦେଇଥିଲେ । ସେ “ଦିଲବର” ଗୀତ ରୁ ବେଶ ଲୋକପ୍ରିୟତା ଲାଭ କରିଥିଲେ । ତାଙ୍କ ପରିବାର ରେ ତାଙ୍କର ଜଣେ ଭାଇ ଅଛି ଯାହାର ନାମ ହେଉଛି ଓମାର ଫେତେହି ।

ନୋରା ଗୋଟିଏ ଗୀତ ରେ ନୃତ୍ୟ କରିବା ପାଇଁ ୫୦ ଲକ୍ଷ ଟଙ୍କା ନେଇ ଥାନ୍ତି ଓ ଏକ ଫିଲ୍ମ ରେ ଅଭିନୟ କରିବା ପାଇଁ ୧ କୋଟି ଟଙ୍କା ନେଇଥାନ୍ତି । ସେ ନିଜ କ୍ୟାରିଅର ପାଇଁ ମୁମ୍ବାଇ ରେ ରହୁଛନ୍ତି । ସେ ଯେଉଁ ଘରେ ରହୁଛନ୍ତି ତାହାର ଦାମ ହେଉଛି ୧୮ କୋଟି ଟଙ୍କା । ଏହା ବ୍ୟତୀତ ତାଙ୍କ ପାଖରେ ଅନେକ ପ୍ରକାର ଦାମୀ କାର ମଧ୍ୟ ରହିଛି । ତେବେ ବନ୍ଧୁଗଣ ନୋରା ଆପଣଂକୁ କିପରି ଲାଗନ୍ତି ତାହା ଆମକୁ ନିଶ୍ଚୟ ଜଣେଇବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।