ଅଣ୍ଡରୱାର୍ଲ୍ଡ ଡନ ସହ ହୋଟେଲ ରୁମରେ ଧରା ପଡିଥିଲେ ଏହି ହିରୋଇନ, ନା ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

ବଲୀଉଡର ଏହି ରଙ୍ଗୀନ ଦୁନିଆର ସମ୍ପର୍କ ଅଣ୍ଡରୱାର୍ଲ୍ଡ ସହ ବହୁତ ପୁରୁଣା ଅଟେ । ଯେମିତି କି କୌଣସି ସୁପରଷ୍ଟାରକୁ ଅଣ୍ଡରୱାର୍ଲ୍ଡ ଠାରୁ ଧମକ ମିଳିବା କିମ୍ବା କୌଣସି ଅଭିନେତ୍ରୀ ସହ ଅଣ୍ଡରୱାର୍ଲ୍ଡ ଡନର ପ୍ରେମ ସମ୍ପର୍କ । କିଛି ଅଭିନେତ୍ରୀ ତ ନିଜର କ୍ୟାରିୟର ସହ ବାଜି ଲଗେଇ ଦେଇଥିଲେ, କିଛି ଅଣ୍ଡରୱାର୍ଲ୍ଡ ଡନଙ୍କ ସହିତ ପ୍ରେମ କରି ଓ ଶେଷରେ ସେହି ଅଭିନେତ୍ରୀମାନେ ନିଜର କ୍ୟାରିୟରକୁ ବି ନଷ୍ଟ କରି ଦେଲେ ।

କହିବାକୁ ଗଲେ ଏହିଭଳି ଜଣେ ବଲୀଉଡର ଅଭିନେତ୍ରୀ ଓ ବିଗ ବସର ପ୍ରତିଯୋଗୀ ମୋନିକା ବେଦୀଙ୍କୁ ତ ଆପଣ ସମସ୍ତେ ଜାଣିଛନ୍ତି । ମୋନିକା ବେଦୀ ନିଜ କ୍ୟାରିୟରର ଆରମ୍ଭ ୧୯୯୫ରେ ତେଲଗୁ ଫିଲ୍ମ ‘ତାଜ ମହଲ’ରୁ କରିଥିଲେ । କିନ୍ତୁ ଏହି ଅଭିନେତ୍ରୀ ସେତେବେଳେ ଅଧିକ ଚର୍ଚାରେ ଆସିଗଲେ ଯେତେବେଳେ ସେ ଅଣ୍ଡରୱାର୍ଲ୍ଡ ଡନ ସହିତ ଗୋଟିଏ ହୋଟେଲ ରୁମରେ ଧରା ପଡିଥିଲେ ।

ମୋନିକା ବେଦୀ ଓ ଅଣ୍ଡରୱାର୍ଲ୍ଡ ଡନ ଅବୁ ସାଲେମଙ୍କ ସହିତ ସମ୍ପର୍କ ହେବା କାରଣରୁ ମୋନିକା ବେଦୀ ବହୁତ ଚର୍ଚାରେ ରହିଥିଲେ । ମିଳିଥିବା ସୂଚନା ଅନୁସାରେ ଅଭିନେତ୍ରୀ ମୋନିକା ବେଦୀ ଫିଲ୍ମ ପାଇଁ ଡାୟରେକ୍ଟରଙ୍କୁ ଅବୁ ସାଲେମ ନାଁରେ ଧମକ ବି ଦେଉଥିଲେ । ମୋନିକା ଓ ଅବୁ ସାଲେମଙ୍କୁ ଜେଲ ବି ଯିବାକୁ ପଡିଥିଲା । କିନ୍ତୁ କିଛି ବର୍ଷ ଜେଲରେ ରହିବା ପରେ ମୋନିକା ବେଦୀ ଜେଲରୁ ବାହାରି ଆସିଲେ ।

କିନ୍ତୁ ଅବୁ ସାଲେମ ଆଜି ବି ଜେଲରେ ଅଛନ୍ତି । କହିବାକୁ ଗଲେ ମୋନିକା ବେଦୀଙ୍କ ସହ ଅବୁ ସାଲେମର ସମ୍ପର୍କ ବିଷୟରେ ସେତେବେଳେ ଜଣ ପଡିଲା ଯେତେବେଳେ ପୁର୍ତ‌ଗାଲ‌ ପୋଲିସ ଅବୁ ସାଲେମକୁ ଧରିଥିଲେ ଓ ସେ ଏକ ହୋଟେଲରେ ନିଜର ଗର୍ଲଫ୍ରେନ୍ଡ ଉର୍ଫ ବଲୀଉଡ ଅଭିନେତ୍ରୀ ମୋନିକା ବେଦୀଙ୍କ ସହିତ ଥିଲେ । ଅବୁ ସାଲେମଙ୍କ ଉପରେ ଲେଖା ଯାଇଥିବା ବହି ‘ମାୟ ନେମ ଇଜ ଅବୁ ସାଲେମ’ଙ୍କ ଅନୁସାରେ ସୁନ୍ଦର ଅଭିନେତ୍ରୀ ମୋନିକାଙ୍କୁ ବଲୀଉଡରେ ପ୍ରଥମେ ବ୍ରେକ ‘ଜାନମ ସମଝା କରୋ’ ବି ଅବୁ ସାଲେମଙ୍କ କାରଣରୁ ମିଳିଥିଲା ।

କିନ୍ତୁ ବର୍ତ୍ତମାନ ସମୟରେ ମୋନିକା ବେଦୀ ଟିଭି ସିରିୟଲରେ କାମ କରୁଛନ୍ତି । ଖବର ଅନୁସାରେ ମୋନିକା ବେଦୀ ପ୍ରଥମ ଥର ବର୍ଷ ୧୯୯୮ରେ ଅବୁ ସାଲେମଙ୍କ ସମ୍ପର୍କରେ ଆସିଥିଲେ ଓ ତାହା ବି ପୁଣି ଫୋନ ଦ୍ଵାରା । ମୋନିକାଙ୍କୁ ସେହି ସମୟରେ ଜଣା ନ ଥିଲା କି ସେ ଅଣ୍ଡରୱାର୍ଲ୍ଡ ଡନ ସହ କଥାବାର୍ତ୍ତା କରୁଛନ୍ତି । କାରଣ ଡନ ପ୍ରଥମ ଥର ନିଜର ପରିଚୟ ଏକ ବିଜନେସମ୍ୟାନ ବୋଲି କହିଥିଲେ ।

ଆପଣଙ୍କୁ କହିଦେଉଛୁ କି ମୋନିକା ବେଦୀ ବହୁତ ହିନ୍ଦୀ ଓ ତେଲୁଗୁ ଫିଲ୍ମରେ ନଜର ଆସିଛନ୍ତି । କିନ୍ତୁ କେଉଁଥିରେ ବି ତାଙ୍କୁ ଖାସ ସଫଳତା ମିଳିଲା ନାହିଁ । କହିବାକୁ ଗଲେ ସେ ବିଗ ବସ, ଝଲକ ଦିଖଲା ଜା, ସରସ୍ଵତୀଚନ୍ଦ୍ର ଭଳି କେତେକ ସିରିୟଲରେ ବି ନଜର ଆସିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।