Tabu ଙ୍କ ପ୍ରେମରେ ପାଗଳ ଥିଲେ Bollywood ର ଏହି ଏହି 3 ଜଣ ହୀରୋ, ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତାବୁ ବଲିଉଡ ର ସବୁଠୁ ସୁନ୍ଦର ଓ ଲୋକପ୍ରିୟ ଅଭିନେତ୍ରୀ ମାନନକ ମଧ୍ୟରେ ଜଣେ । ତବୁଙ୍କ ଅସଲି ନାମ ପ୍ରତିମା ଫାକିମା ହାସମ୍ମି ଅଟେ । ୧୯୭୧ ମସିହା ନଭେମ୍ବର ୪ ତାରିଖରେ ତବୁଙ୍କର ଜନ୍ମ ହୋଇଥିଲା । ବଲିଉଡ ରେ ସେ ବହୁତ ଫିଲ୍ମ କରିଛନ୍ତି ଯାହାକି ସୁପର ହିଟ ହୋଇଛି ଯେଉଁ କାରଣରୁ ସେ ଲୋକପ୍ରିୟ ହୋଇପାରିଛନ୍ତି । ନିଜର ଫିଲ୍ମ କ୍ୟାରୀୟରରେ ସେ ଇଣ୍ଡିଆନ ନେସନାଲ ଆୱାର୍ଡ ଦୁଇଥର ଜିତି ସାରିଛନ୍ତି । ଏହା ଛଡା ଫିଲ୍ମ ଫେୟାର ଆୱାଡ଼ ତାଙ୍କୁ ୬ଥର ସମ୍ମାନିତ କରାଯାଇଛି । ତାଙ୍କୁ ୨୦୧୧ ମସିହାରେ ଭାରତର ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି ।

ବଲିଉଡ ବ୍ୟତୀତ , ଇଂରାଜୀ , ତାମିଲ , ତେଲଗୁ , ମାଲାଲିୟମ ଓ ବଙ୍ଗାଳି ଫିଲ୍ମରେ ମଧ୍ୟ ତବୁ କାମ କରି ସାରିଛନ୍ତି । ବଲିଉଡରେ ବହୁତ ବଡ ବଡ ଅଭିନେତା ମାନଙ୍କ ସହିତ ସେ କାମ କରିଛନ୍ତି । ତାଙ୍କର କିଛି ଅଭିନେତାଙ୍କ ସହ ପ୍ରେମ ସମ୍ପର୍କ କଥା ମଧ୍ୟା ଚର୍ଚ୍ଚାରେ ଥିଲା ।

ନିଜର ସୁନ୍ଦରତା ପାଇଁ ସେ ପ୍ରାୟତଃ ବହୁତ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ପ୍ରେମରେ ବହୁତ ଅଭିନେତା ପାଗଳ ଥିଲେ ମଧ୍ୟ ସେ କାହାକୁ ତାଙ୍କ ଜୀବନରେ ଆସିବାକୁ ଦେଇ ନ ଥିଲେ । ତବୁ ୧୯୯୪ ମସିହାରେ ଆସିଥିବା ଫିଲ୍ମ ବିଜୟ ପଥ ରେ ଅଜୟ ଦେବଗନଙ୍କ ସହିତ ତାଙ୍କର ଅଭିନୟ କ୍ୟାରିୟରର ଆରମ୍ଭ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା ।

ଏହା ପରେ ସେମାନେ ବଲିଉଡରେ ମିଶି ବହୁତ ଫିଲ୍ମରେ କାମ କରିଥିଲେ । ଏହା ପରେ ସେମାନେ ଉଭୟେ ଉଭୟଙ୍କୁ ଭଲ ମଧ୍ୟ ପାଇଥିଲେ । ଏମାନେ ବହୁତ ଦିନ ପର୍ଯ୍ୟନ୍ତ ସମ୍ପର୍କରେ ରହିବା ପରେ , ଶେଷରେ ସେମାନେ ଅଲଗା ହୋଇ ଯାଇଥିଲେ । ଏହା ଭିତରେ ଅଜୟ ଦେବଗନ କାଜୋଲଙ୍କ ସହିତ ବିବାହ କରିନେଲେ ।

୧୯୯୫ ମସିହାରେ ଆସିଥିବା ଫିଲ୍ମ ‘ପ୍ରେମ’ ରେ ଅଭିନେତା ସଞ୍ଜୟ କପୁର ଓ ତବୁଙ୍କ ଯୋଡି ବହୁତ ଲୋକପ୍ରିୟ ହୋଇଥିଲା । ସଞ୍ଜୟ କପୁର ଓ ତବୁଙ୍କ ଯୋଡି ଏହି ଫିଲ୍ମରେ ଲୋକପ୍ରିୟ ହୋଇଥିଲା । ଏହା ପରେ ସେମାନେ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । କିନ୍ତୁ କିଛି ଦିନ ପରେ ସେମାନଙ୍କ ଲଭ ଷ୍ଟୋରୀରେ ପୂର୍ଣ୍ଣଛେଦ ପଡିଥିଲା ।

ସେହିପରି ସାଉଥ ଫିଲ୍ମ ଇଣ୍ଡରଷ୍ଟ୍ରି ର ବହୁତ ଲୋକପ୍ରିୟ ଅଭିନେତା ନାଗାର୍ଜୁନ ଓ ତବୁ ବହୁତ ଦିନ ପର୍ଯ୍ୟନ୍ତ ସମ୍ପର୍କରେ ରହିଥିଲେ । କିନ୍ତୁ ନାଗାର୍ଜୁନ ପୂର୍ବରୁ ବିବାହିତ ଥିଲେ , ତେଣୁ ତବୁ ନାଗାର୍ଜୁନଙ୍କ ଘରକୁ ଭାଙ୍ଗିବାକୁ ଚାହୁଁ ନ ଥିଲେ । ଶେଷରେ ବହୁତ ଦିନ ପର୍ଯ୍ୟନ୍ତ ସମ୍ପର୍କରେ ରହିଲା ପରେ ସେମାନେ ଆପସ ବୁଝାବଣାରେ ଦୁହେଁ ଅଲଗା ହୋଇ ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।