Anupam Kher କ’ଣ ପାଇଁ କହିଲେ ମତେ ଆଞ୍ଜୁଳାଏ ପାଣିରେ ବୁ-ଡି ମ-ରି-ବା ଦରକାର, ଏହି ମଜେଦାର Video ଦେଖିଲେ ଆପଣ ବି ହସି ହସି ଗଡିବେ

ଅନୁପମ ଖେର୍ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାୟ କରିଥିଲେ ଯେଉଁଥିରେ ଅନୁପମ ଖେର ସକାଳ ଚାଲିବା ସମୟରେ ସେ କୁହନ୍ତି କି ଆଜି ମୁଁ ୨୨୨୨ ପାଦ ଚାଲିଛନ୍ତି । ଯାହା ୧.୬ କିମି । ସେହି ସମୟରେ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଯାଉଥିଲେ ।

ତେବେ ଅନୁପମ ଖେର୍ ତାଙ୍କୁ ଦେଖି କହିଲେ, ଭାଈ ଆପଣଙ୍କ ଘର କେତେ ଦୂର ? ବ୍ୟକ୍ତି ଜଣକ ଉତ୍ତର ଦେଲେ ମୋ ଘର ୬-୭ କିମି ଆଉ ଚାଲି ଚାଲି ଯିବି । ଏହାପରେ ପୁଣି ଅନୁପମ ପଚାରିଲେ କଣ ଆପଣ ପ୍ରତ୍ୟେକ ଦିନ ଚାଲି କରି ଯାଆନ୍ତି ଏବଂ ଆସନ୍ତି । ସେହି ବ୍ୟକ୍ତି ଜଣକ ଉତ୍ତରରେ କହିଲେ ହଁ ମୁଁ ପ୍ରତ୍ୟେକ ଦିନ ଚାଲିକି ଯାଏ ଏବଂ ଚାଲିକି ଆସେ ।

ଅନୁପମ ପୁଣି ତାଙ୍କୁ ପଚାରି ଥିଲେ କି ପ୍ରତ୍ୟେକ ଦିନ ଆପଣ ଯିବା ଆସିବା କରୁଛନ୍ତି ତେବେ ଅନେକ ସମୟ ଲାଗୁଥିବ ତ ଯିବା ଆସିବା କରିବାରେ ପାଖାପାଖି ୧ ଘଣ୍ଟାରୁ ଉର୍ଦ୍ଧ୍ବ ! ସେହି ବ୍ୟକ୍ତି ଜଣକ ପୁଣି ଉତ୍ତରରେ କହିଲେ ହଁ ପାଖାପାଖି ୧ ଘଣ୍ଟା ଲାଗି ଥାଏ କିନ୍ତୁ ମୁଁ ଗଳିକନ୍ଦି ରାସ୍ତା ଦେଇ ଯାଏ ଯାହା ଅଳ୍ପ ସମୟ ଲାଗେ ।

ଏହାପରେ ତାଙ୍କୁ ପଚାରିଲେ ଆପଣଙ୍କ ଶୁଭ ନାମ କ’ଣ ଅଟେ ? ସେହି ବ୍ୟକ୍ତି ଜଣକ କହିଲେ ତାଙ୍କ ନାଁ ଜ୍ଞାନଚନ୍ଦ୍ର ବୋଲି । ପୁଣି ତାଙ୍କୁ ପଚାରିଲେ ତମେ ମତେ ଜାଣିଛ ? ବ୍ୟକ୍ତି ଜଣକ କହିଲେ ନାହିଁ ମୁଁ ଆପଣଙ୍କୁ ଜାଣିନାହିଁ । ଅନୁପମ ଖେର କହିଲେ ମୁଁ ଅନୁପମ ଏବେ ଜାଣି ପାରିଲେ । ସେହି ବ୍ୟକ୍ତି ଜଣକ ନାଁ ମୁଁ ଜାଣି ପାରୁ ନାହିଁ । ତାପର ଅନୁପମ ତାଙ୍କ ମାସ୍କକୁ ଉତାରି ଦେଲେ ଆଉ ପୁଣି ପ୍ରଶ୍ନ କଲେ ଏବେ ମତେ ଜାଣି ପାରୁଥିବେ ‘ମୁଁ ଫିଲ୍ମରେ କାମ କରେ’ ।

ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏହା ଯେ ମାସ୍କ କାଢିଲା ପରେ ମଧ୍ୟ ବ୍ୟକ୍ତି ଜଣକ ଚିହ୍ନି ନାହାନ୍ତି ବୋଲି କହିଲେ । ଅନୁପମ ହସି ହସି କହିଲେ ଏହା ଦେଖନ୍ତୁ ଯେ ହିମାଚଳ ପ୍ରଦେଶ ସିମଲା ରେ ରହୁଥିବା ଗୋଟିଏ ଛୋଟ ଗାଁରେ ଲୋକେ ୫୧୮ ଫିଲ୍ମ କରିଥିବା ବ୍ୟକ୍ତିକୁ ଜାଣି ନାହାନ୍ତି । ପରେ ବ୍ୟକ୍ତି ଜଣକ କହିଲେ ମୁଁ ମାସ୍କ ପାଇଁ ଆପଣଙ୍କୁ ଚିହ୍ନି ପାରିଲି ନାହିଁ ।

ଏହାପରେ ଅନୁପମ କହିଲେ ଓ ଏବେ ଆପଣ ମତେ ଜାଣି ପାରିଲେ, ତାହେଲେ ମୁଁ କିଏ ? ହସର କଥା ଏହା ଯେ ପୁଣି ବ୍ୟକ୍ତି ଜଣକ କହିଲେ ଆଉ ଟିକିଏ ଆଗରୁ ଆପଣ କ’ଣ ନାଁ କହିଲେ ଭୁଲିଗଲି । ଅନୁପମ ହସି ହସି ବେଦମ୍ ହୋଇଗଲେ ଆଉ କହିଲେ ଏହା କେଡେ ସୁନ୍ଦର ମୁହୁର୍ତ୍ତ ମୋ ପାଇଁ । ଆଞ୍ଜୁଳାଏ ପାଣି ଦିଅ ମୁଁ ସେଥିରେ ବୁ-ଡି ମ-ରି-ବା-କୁ ଚାହୁଁଛି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।