୮୦ ଦଶକରେ Bollywood ରେ ରାଜ କରୁଥିବା ହିରୋଇନ ମାନଙ୍କର ଇଏ ହେଉଛନ୍ତି ରିଅଲ ଲାଇଫ ଝିଅ, 4 ନମ୍ବର ମା-ଝିଅ ଯୋଡି ଲାଗନ୍ତି ପୁରା ଜେରକ୍ସ କପି

ବନ୍ଧୁଗଣ ଆପଣମାନଙ୍କୁ ବଲୀଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଅଭିନେତ୍ରୀ ମିଳିଯିବେ ଯେଉଁମାନେ ନିଜର ପ୍ରତିଭା ସହିତ ନିଜର ଅନ୍ଦାଜ ଦ୍ଵାରା ସମସ୍ତଙ୍କୁ ଦିବାନା କରିଛନ୍ତି ଓ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଏହି ଅଭିନେତ୍ରୀମାନେ ବହୁତ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି । କିନ୍ତୁ ଆପଣ ସମସ୍ତେ ଏହି ଅଭିନେତ୍ରୀମାନଙ୍କ ବିଷୟରେ ଜାଣିଛନ୍ତି କିନ୍ତୁ କଣ ତାଙ୍କର ଝିଅମାନଙ୍କ ବିଷୟରେ ଜାଣିଛନ୍ତି । ଯେଉଁମାନେ ନିଜର ଅଭିନେତ୍ରୀ ମାଙ୍କ ଠାରୁ ବି ଅଧିକ ସୁନ୍ଦର ଅଟନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ଝିଅମାନଙ୍କ ବିଷୟରେ କହିବୁ ।

ଶର୍ମିଲା ଟୈଗୋର- ଆଜି ବି ଲୋକମାନେ ଅଭିନେତ୍ରୀ ଶର୍ମିଲା ଟୈଗୋରଙ୍କ ଦିବାନା ଅଟନ୍ତି । କିନ୍ତୁ ଯଦି ତାଙ୍କର ଝିଅଙ୍କ ବିଷୟରେ କହିବା ତେବେ ତାଙ୍କର ଦୁଇଟି ଝିଅ ଅଛନ୍ତି । ସବା ଅଲି ଖାନ ଓ ଶୋହା ଅଲି ଖାନ । ସବା ଅଲି ଖାନଙ୍କୁ ଅଭିନୟ ପ୍ରତି ରୁଚି ନାହିଁ ।

ଯେଉଁ କାରଣରୁ ସେ ନିଜର କ୍ୟାରିୟର ଜ୍ୱେଲରୀ ଡିଜ଼ାଇନର ରୂପରେ ବାଛିଲେ । ଆଜି ସେ ଏହି ଫୀଲ୍ଡରେ ବହୁତ ସଫଳ ମଧ୍ୟ ଅଛନ୍ତି । ଯଦି ତାଙ୍କର ଛୋଟ ଝିଅ ଶୋହା ଅଲି ଖାନଙ୍କ ବିଷୟରେ କହିବା ତେବେ ସେ ଜଣେ ଅଭିନେତ୍ରୀ ଅଟନ୍ତି । କିନ୍ତୁ ବର୍ତ୍ତମାନ ସେ ବଲୀଉଡ ଠାରୁ ଦୂରରେ ଅଛନ୍ତି ।

ଜୟା ବଚ୍ଚନ

ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୟା ବଚ୍ଚନ ନିଜର କ୍ୟାରିୟରରେ ଗୋଟିଏରୁ ବଢି ଗୋଟିଏ ହିଟ ଫିଲ୍ମ ଦେଇଛନ୍ତି । କିନ୍ତୁ ଯଦି ତାଙ୍କର ଝିଅଙ୍କ ବିଷୟରେ କହିବା ତେବେ ତାଙ୍କର ଝିଅଙ୍କ ନାଁ ଶ୍ଵେତ ନନ୍ଦା ଅଟେ । ଯିଏକି ଜଣେ ଲେଖିକା ଅଟନ୍ତି । ସେ ପ୍ରଥମେ ନିଜର କ୍ୟାରିୟର ମଡେଲିଙ୍ଗ ରୂପରେ ଆରମ୍ଭ କରିଥିଲେ । କିନ୍ତୁ ପରେ ସେ ମଡେଲିଙ୍ଗ ଛାଡି ଲେଖିକା ହୋଇଗଲେ ।

ନୀତୁ କପୁର

ନିଜ ସମୟରେ ପ୍ରସିଦ୍ଧ ଅଭିନେତ୍ରୀ ନୀତୁ କପୁର ବି ବହୁତ ହିଟ ହିଟ ଫିଲ୍ମ ଦେଇଛନ୍ତି । ନୀତୁ କପୁରଙ୍କ ଝିଅଙ୍କ ନାଁ ରିଧିମା କପୁର ସାହାନୀ ଅଟେ । ସେ ଜଣେ ପ୍ରସିଦ୍ଧ ଫ୍ୟାସନ ଡିଜାଇନର ଅଟନ୍ତି ଓ ବର୍ତ୍ତମାନ ସେ ଫ୍ୟାସନ ଓ ଡିଜାଇନର ଇଣ୍ଡଷ୍ଟ୍ରିରେ ଜଣେ ଜଣା ଶୁଣା ନାଁ ଅଟନ୍ତି ।

ହେମା ମାଳିନୀ

ବଲୀଉଡରେ ଡ୍ରିମ ଗର୍ଲ ନାମରେ ପ୍ରସିଦ୍ଧ ହେମା ମାଳିନୀଙ୍କ ନାଁ ଆଜି ବି ସମସ୍ତଙ୍କ ମୁହଁରେ ଅଛି । ହେମା ମାଳିନୀ କେବଳ ନିଜର ଅଭିନୟ ପାଇଁ ନୁହେଁ ନିଜର ଭରତନାଟ୍ୟମ ନୃତ୍ୟ ପାଇଁ ବି ଜଣା ଯାଆନ୍ତି । ଯଦି ତାଙ୍କର ଝିଅଙ୍କ ବିଷୟରେ କହିବା ତେବେ ତାଙ୍କର ଦୁଇଟି ଝିଅ ଅଛନ୍ତି । ଆହାନା ଦେଓଲ ଓ ଇଶା ଦେଓଲ । ଯଦି ଇଶା ଦେଓଲଙ୍କ ବିଷୟରେ କହିବା ତେବେ ସେ ବି ନିଜ ମାଙ୍କ ଭଳି ଜଣେ ଅଭିନେତ୍ରୀ ସହ ନୃତ୍ୟଶିଳ୍ପୀ ଅଟନ୍ତି । ଯିଏକି ବଲୀଉଡର କେତେକ ଫିଲ୍ମରେ ନଜର ଆସିସାରିଛନ୍ତି ।

କିନ୍ତୁ ତାଙ୍କର ଛୋଟ ଝିଅ ବଲୀଉଡରେ ମାତ୍ର ଗୋଟିଏ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ବର୍ତ୍ତମାନ ଦୁଇ ଜଣ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ଅଛନ୍ତି ଓ ନିଜର ବିବାହିତ ଜୀବନରେ ବହୁତ ଖୁସିରେ ଅଛନ୍ତି ।

ମୁମତାଜ

ବଲୀଉଡର ଅଭିନେତ୍ରୀ ମୁମତାଜ ବର୍ତ୍ତମାନ ସମୟରେ ବଲୀଉଡ ଠାରୁ ଦୂରରେ ଅଛନ୍ତି । କିନ୍ତୁ ଆଜି ବି ଏହି ଇଣ୍ଡଷ୍ଟ୍ରିରେ ତାଙ୍କର ଚମକ ଅଛି । ସେ ବହୁତ ହିଟ ଫିଲ୍ମ ଦେଇଛନ୍ତି । ଯଦି ତାଙ୍କର ଝିଅ ବିଷୟରେ କହିବା ତେବେ ତାଙ୍କର ଦୁଇଟି ଝିଅ ଅଛନ୍ତି ଯାହାଙ୍କର ନାମ ନତାଶା ଓ ତନୟା ଅଟେ । ଏହି ଦୁଇ ଜଣ ହିଁ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।