Priyanka-Nick ଙ୍କ ଫଟୋ ଦେଖି ଲଜ୍ଜ୍ୟାରେ ନାଲି ହୋଇଗଲେ Parineeti, ଲେଖିଲେ- ‘ଦିଦି ଏସବୁ କଣ ଚାଲିଛି, ଏଠି ପରିବାର…

ବଲିଉଡ ରୁ ନେଇ ହଲିଉଡ ଯାଏ ନାମ କମାଇ ସାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଫଟୋ ଗୁଡିକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ପ୍ରିୟଙ୍କା ପ୍ରାୟତଃ ସ୍ଵାମୀ ନିକ୍ ଙ୍କ ସହ ଫଟୋ ସେୟାର କରନ୍ତି ଓ ଫ୍ୟାନମାନେ ମଧ୍ୟ ତାହା ଖୁବ ପସନ୍ଦ କରନ୍ତି । କିନ୍ତୁ ଅନକେ ସମୟରେ ପ୍ରିୟଙ୍କା ନିଜ ଫଟୋ ପାଇଁ ଟ୍ରୋଲ ମଧ୍ୟ ହୁଅନ୍ତି । ଏବେ ନିକଟରେ ପ୍ରିୟଙ୍କା ସ୍ଵାମୀ ନିକ୍ ଜୋନାସଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ଯାହାପରେ ତାଙ୍କୁ ଜମେଇକି ଟ୍ରୋଲ କରାଯାଉଛି । କେବଳ ଏତିକି ନୁହେଁ ୟୁଜର୍ସ ଅଭଦ୍ର ଭାଷାରେ ମଧ୍ୟ କମେଣ୍ଟ କରୁଛନ୍ତି ।

ପ୍ରିୟଙ୍କା ଚୋପ୍ରା ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏକ ସେୟାର କରିଥିବା ଏକ ଫଟୋରେ ରେଡ ଏବଂ ବ୍ଲାକ କଲରର ଏକ ବି-କି-ନି ପିନ୍ଧିଛନ୍ତି ଓ ଖୁବ ହଟ୍ ମଧ୍ୟ ଲାଗୁଛନ୍ତି । ପ୍ରିୟଙ୍କା ପେଟେଇକି ଶୋଇଛନ୍ତି ଓ ତାଙ୍କ ପଛରେ ସ୍ଵାମୀ ନିକ୍ ଜୋନାସ ଗୋଟିଏ ଖାଇବା ନା-ଇ-ଫ (eating kni-fe) ରଖିଥିବା ଦେଖିବାକୁ ମିଳୁଛି । ଏହାର କ୍ୟାପ୍ସନରେ ସେ ‘ସ୍ନାକ’ ଲେଖି ହାର୍ଟ ଇମୋଜି ଦେଇଛନ୍ତି । ଏହି ଫଟୋ ଦେଖି ସମସ୍ତେ ଅଲଗା ଅଲଗା ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, “ଏହି ସବୁ କରିବାକୁ ତୁମକୁ ଆମେରିକା ପଠାଯାଇଛି । ”

ଆଉ ଜଣେ ଲେଖିଛନ୍ତି, “ପ୍ରିୟଙ୍କା ଭାରତର ସଂସ୍କାର ଭୁଲି ଗଲେଣି । ” ସେମିତି ଆଉ ଜଣେ ୟୁଜର ଲେଖିଛନ୍ତି, “ତୁମକୁ କଣ ଲାଗୁଛି ଏମିତି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ଉଚିତ ଅଟେ ? କଣ ହେଇ ଯାଇଛି ତୁମ ମାନଙ୍କୁ ?” ଏହା ସହ ଆଉ ଜଣେ ୟୁଜର ଲେଖିଛନ୍ତି, “ପ୍ରିୟଙ୍କା ବିଦେଶ ଯାଇ ନିଜ ସଂସ୍କାର ଭୁଲି ଯାଇଛନ୍ତି । ସେ ଆମେରିକା ଯାଇ ଭୁଲି ଗଲେଣି କି ସେ ଜଣେ ଭାରତୀୟ । କିନ୍ତୁ ତାଙ୍କ ଉପରେ ତ ଏବେ ଆମେରିକାର ରଙ୍ଗ ଚଢିଛି । ” ଏହା ବ୍ଯତୀତ ଆହୁରି ଅନେକ ଲୋକ ଅଭଦ୍ର ଭାଷାରେ ଅମଧ୍ୟ କମେଣ୍ଟ ଦେଇଛନ୍ତି ।

ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ତଥା ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି । ସେ ଲେଖିଛନ୍ତି, “ଜୀଜ ! ମିମି ଦିଦି ! ଏସବୁ କଣ ଚାଲିଛି ? ଇନଷ୍ଟାଗ୍ରାମରେ ପରିବାର ଅଛନ୍ତି । ଆଖି ବନ୍ଦ କରି ଲାଇକ ବଟନ ଦେବେଇବାକୁ ଚେଷ୍ଟା କରୁଛି । ” ପ୍ରିୟଙ୍କା ଚୋପ୍ରା ଏହା ପୂର୍ବରୁ ମଧ୍ୟ ନିଜ ଫଟୋକୁ ନେଇ ଟ୍ରୋଲିଂ ର ଶି-କା-ର ହୋଇଛନ୍ତି । କିନ୍ତୁ ପ୍ରିୟଙ୍କାଙ୍କ କହିବା ନୂଆଯାୟୀ ସେ ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ସେ ନିଜ ଲାଇଫ ଉପଭୋଗ କରିବାରେ ଫୋକସ କରନ୍ତି ।

ତେବେ ପ୍ରିୟଙ୍କା ଚୋପ୍ରାଙ୍କ ୱାର୍କଫ୍ରଣ୍ଟ କଥା କହିଲେ, ସେ କିଛି ସମୟରୁ ଲଣ୍ଡନରେ ଆଗାମୀ ଫିଲ୍ମ ‘ସିଟୋଡେଲ’ କୁ ନେଇ ବ୍ୟସ୍ତ ଥିଲେ ଓ ଏବେ ନିକଟରେ ଆମେରିକା ଫେରିଛନ୍ତି । ସେ ସେଠାରେ ନିକ୍ ଜୋନାସଙ୍କ ଏକ କନସର୍ଟରେ ମଧ୍ୟ ସାଥ ଦେଇଥିଲେ । ଏହା ଛଡା ସେ ଫିଲ୍ମ ‘ଜୀ ଲେ ଜରା’ ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଓ କ୍ଯାଟ୍ରିନା କୈଫଙ୍କ ସହ ନଜର ଆସିବେ । ଖବର ଅନୁସାରେ ଏହି ଫିଲ୍ମ ୨୦୨୩ ମଧ୍ୟରେ ବଡ ପରଦାରେ ରିଲିଜ ହେବ । ଫିଲ୍ମଟିକୁ ଫରହାନ ଅଖତର ଡାଇରେକ୍ଟ କରିବା ସହ ଜୋୟା ଅଖତର ପ୍ରଡ୍ୟୁସ କରିବେ ।

ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ଆମ ପେଜ୍ କୁ ଲାଇକ କରନ୍ତୁ ।