KGF Chapter 2 ଟିଜର କରିଲା ଧମାଲ ? ରିଲିଜ ପୂର୍ବରୁ ହିଁ ‘Bahubali’ ର ରେକର୍ଡ ଭାଙ୍ଗିଲା KGF 2

ବର୍ତ୍ତମାନ ପୁରା ଦେଶରେ ଦୁଇଟି ଜିନିଷକୁ ନେଇ ଲୋକମାନେ ସବୁଠୁ ଅଧିକ ଚର୍ଚା କରୁଛନ୍ତି । ଗୋଟିଏ ହେଉଛି ଆମେରିକାରେ ହୋଇଥିବା ହଙ୍ଗାମା ଓ ଦ୍ଵିତୀୟ ହେଉଛି କେଜିଏଫ ଚାପ୍ଟର ୨ ଟିଜର କରିଥିବା ହଙ୍ଗାମା । ୮ ଜାନୁଆରୀକୁ କେଜିଏଫ ଚାପ୍ଟର ୨ ଟିଜରକୁ ରିଲିଜ କରାଯାଇଥିଲା ଓ ସେହି ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଷୟରେ ହିଁ ଚର୍ଚା ଚାଲିଛି । କେବଳ ଚର୍ଚା ନୁହେଁ ଏହାର ଟିଜର କେତେକ ରେକର୍ଡକୁ ବି ନିଜ ନାଁରେ କରିସାରିଛି ।

ରିଲିଜର ୨୪ ଘଣ୍ଟା ମଧ୍ୟରେ ହିଁ ୟୁଟ୍ୟୁବରେ ଏହି ଟିଜରକୁ ସବୁଠୁ ଅଧିକ ଦେଖାଯାଉଥିବା ଟିଜରର ଟାଇଟେଲ ବି ମିଳି ଯାଇଛି । ୨୪ ଘଣ୍ଟା ମଧ୍ୟରେ ଏହି ଟିଜରକୁ ୭୨ ମିଲିୟନରୁ ବି ଦର୍ଶକ ଦେଖିସାରିଥିଲେ । ଏହା ସହିତ ଏହି ଟିଜର ୟୁଟ୍ୟୁବରେ ୫ ମ ସବୁଠୁ ଅଧିକ ଦେଖାଯାଇଥିବା ଭିଡିଓ ହୋଇଯାଇଛି ।

୩ ଦିନରେ ୧୪୦ ମିଲିୟନ ପାଖାପାଖି ଲୋକମାନେ ଦେଖି ସାରିଛନ୍ତି । ୟୁଟ୍ୟୁବରେ ଟ୍ରେଣ୍ଡ ଲିସ୍ଟରେ କେଜିଏଫ ଚାପ୍ଟର ୨ର ଟିଜର ପ୍ରଥମ ସ୍ଥାନରେ ଟ୍ରେଣ୍ଡ କରୁଛି । ମଜାଦାର କଥା ଏହା ଅଟେ କି ବର୍ଷ ୨୦୧୭ରେ ଆସିଥିବା ଫିଲ୍ମ ବାହୁବଳି ୨ର ଟ୍ରେଳରର ରେକର୍ଡକୁ କେଜିଏଫ ଚାପ୍ଟର ୨ର ଟିଜର ତୃତୀୟ ଦିନରେ ହିଁ ଭାଙ୍ଗି ଦେଇଛି । ବାହୁବଲି୨ର ଟ୍ରେଲରକୁ ବି ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟ୍ରେଳକୁ ୧୧୮ମିଲିୟନ ଲୋକମାନେ ଦେଖିଛନ୍ତି । ଯେତେବେଳେ କି କେଜିଏଫ ଚାପ୍ଟର ୨ ର ଟିଜର ଏହାକୁ ପାର କରିସାରିଛି । ଲୋକମାନଙ୍କ ମଧ୍ୟରେ ଏହି ଫିଲ୍ମରେ କ୍ରେଜ ଦେଖି ଲାଗୁଛି କି କେଜିଏଫ ଚାପ୍ଟର ୨ ଆୟ ମାମଲାରେ ବି ବହୁତ ଫିଲ୍ମକୁ ପଛରେ ଛାଡି ଦେଇ ପାରେ । ଏହି ଖୁସିକୁ ଜାହିର କରି ରବିନା ଟଣ୍ଡନ କହିଲେ କି କେଜିଏଫ ୨ ଟିଜର ନୂଆ ରେକର୍ଡ କରି ଦେଇଛି । ରକି ଭାଇ, ସଞ୍ଜୟ ଦତ୍ତ, ରବିନା ଟଣ୍ଡନଙ୍କ ପାଇଁ ଏହା ବହୁତ ବଡ ସଫଳତା ଅଟେ ।

ଫିଲ୍ମର ଟିଜର ବିଷୟରେ ମେକର୍ସ ବି ଗୋଟିଏ ଟ୍ବିଟ କରି ନିଜର ଖୁସି ଜାହିର କରିଥିଲେ । ୧୪୦ ମିଲିୟନ ପାଖାପାଖି ଦେଖିସାରିଥିବା ଦର୍ଶକମାନଙ୍କ ସହ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬.୧ ମିଲିୟନ ଲୋକମାନେ ଦେଖିସାରିଛନ୍ତି ।

କହିଦେଉଛୁ କି ଏହି ଫିଲ୍ମ ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ କେଜିଏଫର ଦ୍ଵିତୀୟ ଚାପ୍ଟର ଅଟେ । ଯେଉଁ ସମୟରେ ଏହାର ପ୍ରଥମ ଚାପ୍ଟର ରିଲିଜ ହୋଇଥିଲା ସେହି ସମୟରେ ଏହି ଫିଲ୍ମ ବଡ ପରଦାରେ ହାଙ୍ଗମା କରି ଦେଇଥିଲା ।

ଫିଲ୍ମ କେବଳ କନ୍ନଡ ଭାଷାରେ ନୁହେଁ ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ବି ରିଲିଜ କରାଯାଇଥିଲା । କେଜିଏଫର ପ୍ରଥମ ଚାପ୍ଟର ପାଖାପାଖି ୨୫୦ କୋଟି ଟଙ୍କା ଆୟ କରିଥିଲା । କେଜିଏଫ ଚାପ୍ଟର ୨ ଏହି ବର୍ଷ ହିଁ ସିନେମା ଘରେ ରିଲିଜ ହବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।