Rani Mukerji ଙ୍କ ଘରର ପାଣି ବି କଣ ପାଇଁ ପିଆନ୍ତି ନାହିଁ Kajol, ଏତେ ଘୃଣା କଣ ପାଇଁ ? ଜାଣନ୍ତୁ ପୁରା ସତ !

ବଲିଉଡରେ ଏମିତି କିଛି ଭାଇ ଭଉଣୀଙ୍କ ଯୋଡ଼ି ଅଛି ଯାହା ବହୁତ ଚର୍ଚ୍ଚିତ ଅଟେ । ବଲିଉଡ ଗୋଟିଏ ଏମିତି ଯାଗା ଯେଉଁଠି ଭାଇ ଭଉଣୀ ସୁପରଷ୍ଟାର ହେବାପାଇଁ ନିଜ ସମ୍ପର୍କକୁ ମଧ୍ୟ ଖରାପ କରିବାକୁ ପଛାନ୍ତି ନାହିଁ । ଯେଉଁଠି ବଲିଉଡର କିଛି ଭାଇଭଉଣୀ ଯୋଡ଼ି ସାଥିରେ କାମ କରିବାକୁ ନେଇ ଚର୍ଚ୍ଚାରେ ରୁହନ୍ତି ତେବେ ସେଇଠି ବଲିଉଡ ଇଣ୍ଡଷ୍ଟ୍ରିରେ ଦୁଇ ଭଉଣୀ ରାନୀ ମୁଖାର୍ଜୀ ଏବଂ କାଜଲ ଦୁହେଁ ଦୁହିଁଙ୍କ ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ।

ଏହି କଥା ସମସ୍ତେ ଜାଣନ୍ତି ଯେ କାଜଲ ଏବଂ ରାଣୀ ଦୁଇଜଣ ସମ୍ପର୍କୀୟ ଭଉଣୀ ଅଟନ୍ତି କିନ୍ତୁ ଦୁଇଜଣଙ୍କୁ ନେଇ କୈାଣସି ନା କୈାଣସି କଥାକୁ ନେଇ ଚିନ୍ତା ବନିରୁହେ । ବଲିଉଡ ଇଣ୍ଡଷ୍ଟ୍ରିରେ ଦୁହେଁ ଦୁହିଁଙ୍କ ବଡ଼ ଶତ୍ରୁ ବୋଲି ମାନନ୍ତି । ଏମିତିକି ଏହି ଦୁଇ ଭଉଣୀ ଦୁହେଁ ଦୁହିଁଙ୍କ ଘରର ପାଣି ବି ପିଅନ୍ତି ନାହିଁ ଏବଂ ଇଭେଣ୍ଟରେ ଦୁହେଁ ଦୁହିଁଙ୍କୁ ଅଣଦେଖା କରିବାର ସଫା ସଫା ନଜର ଆସନ୍ତି ।

ତେବେ ସେଇଠି ଏମାନଙ୍କ ଶତ୍ରୁତାରେ ଘିଅ ଢାଳିବାର କାମ ୟସ୍ ଚୋପ୍ରାଙ୍କ ଫିଲ୍ମ ‘ଜବ୍ ତକ୍ ହେ ଜାନ୍’ ଫିଲ୍ମରେ କରିଥିଲା । ଯେତେବେଳେ କାଜଲଙ୍କ ସ୍ବାମୀ ଅଜୟ ଦେବଗନ୍ଙ୍କ ଫିଲ୍ମ ‘ସନ୍ ଅଫ୍ ସରଦାର୍’ ଏବଂ ‘ଜବ୍ ତକ୍ ହେ ଜାନ୍’ ଏକା ଦିନରେ ରିଲିଜ ହୋଇଥିଲା ଯେଉଁଥିପାଇଁ ଦୁଇଟି ଫିଲ୍ମ ପାଇଁ ବକ୍ସ ଅଫିସରେ ସଂଘର୍ଷ ହେଲା । ‘ଜବ୍ ତକ୍ ହେ ଜାନ୍’ କୁ ଅଧିକ ସ୍କ୍ରିନ ମିଳିଲା ଯେଉଁଥିପାଇଁ ଦୁଇଜଣଙ୍କ ଭିତରେ ଶତ୍ରୁତା ବଢିଲା ।


ଏହି କଥା ସମସ୍ତେ ଜାଣନ୍ତି ଯେ କାଜଲ ଏବଂ ରାଣୀ ଦୁଇଜଣ ସମ୍ପର୍କୀୟ ଭଉଣୀ ଅଟନ୍ତି କିନ୍ତୁ ସେମାନଙ୍କର ଏହି ସମ୍ପର୍କ ଆରମ୍ଭରୁ ଭଲ ରହି ନାହିଁ । ବଲିଉଡକୁ ଆସିବା ପୁର୍ବରୁ ଦୁଇ ଜଣଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଅନେକ ତର୍କ ଏବଂ ଝଗଡ଼ା ହୋଇ ସାରିଛି । ତେବେ ସେଇଠାରେ ୟସ୍ରାଜ୍ ପ୍ରଡକ୍ସନ ମଧ୍ୟ ଏମାନଙ୍କ ଝଗଡ଼ା ରେ ମହତ୍ତ୍ଵପୂର୍ଣ୍ଣ ଭୁମିକା ଲିଭାଇଛନ୍ତି ।

ଯେପର୍ଯ୍ୟନ୍ତ ୟସ୍ରାଜ୍ ପ୍ରଡକ୍ସନ ୟସ୍ରାଜ୍ଙ୍କ ହାତରେ ଥିଲା ସେତେବେଳେ କାଜଲ ତାଙ୍କର ଅନେକ ଗୁଡ଼ିଏ ଫିଲ୍ମରେ ନଜର ଆସି ଯାଆନ୍ତି । କାଜଲ୍ ୟସ୍ରାଜ୍ ପ୍ରଡକ୍ସନରେ ନିର୍ମିତ ଡି ଡି ଏଲ୍ ଜେ, ଫନା, ଦିଲ୍ଲଗି ଭଳି ଅନେକ ଗୁଡ଼ିଏ ସୁପରହିଟ ଫିଲ୍ମ କରିଛନ୍ତି କିନ୍ତୁ କିଛି ଦିନ ପରେ ୟସ୍ରାଜ୍ ଙ୍କ ପୁତ୍ର ଆଦିତ୍ୟ ଚୋପ୍ରାଙ୍କ ହାତକୁ ପ୍ରଡକ୍ସନ ହାଉସ ଚାଲି ଆସିଲା ।

ଏହାପରେ ସେ ରାଣୀ ମୁଖାର୍ଜୀଙ୍କ ପ୍ରେମରେ ପଡି ଯାଇଥିଲେ । ଏହାପରେ ପରିସ୍ଥିତି ବଦଳିବାରେ ଲାଗିଲା ଯାହା କାଜଲଙ୍କ କ୍ୟାରିଅର୍ ଉପରେ ପଡ଼ିବାକୁ ଲାଗିଲା ତାପରେ କାଜଲ ଫିଲ୍ମରେ କମ୍ ନଜର ଆସିଲେ । ରାଣୀ ଆଦିତ୍ୟଙ୍କୁ ବିବାହ କଲେ ଏହାପରେ କାଜଲଙ୍କୁ ଫିଲ୍ମ ଦେବାକୁ ରାଣୀ ମନା କରିଦେଲେ । ଯେତେବେଳେ କାଜଲ ଏବଂ ରାଣୀ ‘କୁଛ୍ କୁଛ୍ ହୋତା ହେ’ ରେ କାମ କରୁଥିଲେ ସେତେବେଳେ ଦୁଇଜଣଙ୍କର ଶତ୍ରୁତା ବଲିଉଡର ହଟ୍ ଖବର ପାଲଟି ଯାଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।