ପୁଣି ଓଡିଶାକୁ ଫେରିଲା ନାଇଟ କର୍ଫ୍ୟୁ, ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ରାଜ୍ୟର ଏହି ସବୁ ଜିଲ୍ଲା ରେ ଲାଗୁ ହେଲା କଟକଣା, ପଢନ୍ତୁ ମାନିବାକୁ ହେବ କେଉଁ ସବୁ ନିୟମ

ବର୍ତ୍ତମାନ ସମୟରେ ପୁରା ବିଶ୍ଵରେ କାରୋନା ସଂକ୍ରମଣର ଦ୍ଵିତୀୟ ଲହରୀ ଦେଖିବାକୁ ମିଳୁଛି । ଏହା ସହିତ ଭାରତରେ ବି କାରୋନାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଓଡିଶାରେ ବି ସେହିଭଳି କିଛି ଦୃଶ୍ୟ ନଜର ଆସୁଛି । ଏମିତିରେ ଓଡିଶା ସରକାର କିଛି କଡା ପଦକ୍ଷେପ ନେଇଛନ୍ତି । କହିବାକୁ ଗଲେ ଓଡିଶା ସରକାର କେତେକ ରାଜ୍ୟରେ ପୁଣି ଥରେ ନାଇଟ କର୍ଫ୍ୟୁ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି । କହିବାକୁ ଗଲେ ମାଲକାନଗିରିରେ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଯାଇଛି ।

ମାଲକାନଗିରିରେ ୨୩ ମାର୍ଚ୍ଚରୁ ୩୧ ପର୍ଯ୍ୟନ୍ତ ରାତି ୯ ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହୋଇ ଯାଇଛି । କହିଦେଉଛୁ କି ୨୦୨୧ରେ ଏହା ପ୍ରଥମ ଥର ଅଟେ ଯେତେବେଳେ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି ।

କହିବାକୁ ଗଲେ ଦୋଳଯାତ୍ରା ଓ ହୋଲିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏହିଭଳି ପଦକ୍ଷେପ ନେଇଛନ୍ତି । ଏହା ସହିତ ଜିଲ୍ଲା ପ୍ରଶାସନ ଅନ୍ୟ କିଛି କଡା ଆଦେଶ ବି ଦେଇଛନ୍ତି । ଯେମିତି ସର୍ବସାଧାରଣ ସ୍ଥାନରେ ଦୋଳ, ହୋଲି ପାଳନ କରି ପାରିବେ ନାହିଁ । ଏହା ସହିତ କୋଭିଡ ଗାଇଡଲାଇନକୁ ମାନି ୫୦ ଜଣ ବ୍ୟକ୍ତିକୁ ନେଇ ଦୋଳ ମେଲଣ କରାଯିବ । ଏହା ସହିତ ଦୋଳରେ ୨୦୦ ଲୋକରୁ ଅଧିକ ବ୍ୟକ୍ତି କୌଣସି ସ୍ଥାନରେ ଏକତ୍ରିତ ହୋଇ ପାରିବେ ନାହିଁ ।

ଏହା ସହିତ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ ବି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ କହିଛନ୍ତି । କହିଦେଉଛୁ କି କାରୋନାର ସ୍ଥିତିକୁ ଆଖି ଆଗରେ ରଖି କଟକ, ଭୁବନେଶ୍ଵର, ସମ୍ବଲପୁର ଭଳି କେତେକ ଜିଲ୍ଲାରେ ହୋଲି ପର୍ବ ପାଳନ ଉପରେ କଟକଣା ଜାରି କରି ଦିଆଯାଇଛି । ଏହା ସହିତ ଜିଲ୍ଲା ପ୍ରଶାସନ ନିବେଦନ ବି କରିଛନ୍ତି ସମସ୍ତେ ନିଜ ନିଜ ଘର ରହି ହୋଲି ପାଳନ କରନ୍ତୁ । ଅଳ୍ପ ସଂଖ୍ୟକ ଲୋକମାନଙ୍କୁ ନେଇ ଦୋଲ ମେଳଣ କରିବା ପାଇଁ ଅନୁମତି ଦିଆଯାଇଛି ।

କହିଦେଉଛୁ କି ଓଡିଶାରେ ଦୁଇ ଦିନ ହେବ ୧୦୦ ରୁ ଅଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ଏମିତିରେ ଓଡିଶା ସରକାର ବର୍ତ୍ତମାନ ଠାରୁ ହିଁ କଡ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି । ଅନ୍ୟ ପଟେ ମହାରାଷ୍ଟ୍ରରେ ଦିନକୁ ହଜାର ହଜାର ସଂକ୍ରମିତଙ୍କ ସଂଖ୍ୟା ବଢିବା ଦ୍ଵାରା ସରକାର ଚିନ୍ତିତ ହୋଇ ଯାଇଛନ୍ତି । କହିବାକୁ ଗଲେ ମହାରାଷ୍ଟ୍ର ଓ ଗୁଜୁରାଟ ସହ ଅନ୍ୟ ୧୨ ଟି ରାଜ୍ୟରେ ପୁଣି ଥରେ କରୋନା ଫେରିଛି ।

କହିଦେଉଛୁ କି ରାଜ୍ୟରେ କରୋନା ଭାଇରସକୁ ନେଇ ବର୍ଷେ ପୂର୍ଣ ହୋଇଯାଇଛି ଓ ସବୁଠୁ ଦୁଃଖର କଥା ଏହା ଅଟେ କି ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବି ଲୋକମାନଙ୍କ ମନରେ ଡର ଅଛି । ଏହା ସହିତ ଓଡିଶାରେ କରୋନାରରେ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିପାରେ ଲାଗିଛି । ଗତକାଲି ୧୪୬ ଜଣ କରୋନା ପଜିଟିବ ଚିହ୍ନଟ ହୋଇଛନ୍ତି । ଏମିତିରେ ସରକାର କରୋନା ସଂକ୍ରମିତଙ୍କ ସଂଖ୍ୟା ନ ବଢିବା ପାଇଁ ସମସ୍ତ ପ୍ରକାରର କଡା ପଦକ୍ଷେପ ନେଉଛନ୍ତି ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ