କଣ ଆପଣ ଜାଣିଛନ୍ତି କି Ollywood ର ଏହି ଫେମସ ଯୋଡିଙ୍କ ମଧ୍ୟରେ ବୟସର ପାର୍ଥକ୍ଯ କେତେ ? 1 ନଂ ଯୋଡି ସବୁଠୁ ଅଧିକ ଲୋକପ୍ରିୟ

ଓଡିଆ ସିନେମାର ରୂପରେଖ ଠୁ ଅଭିନେତା ଓ ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ଏବେ ପୂର୍ବ ଅପେକ୍ଷା ସବୁ କିଛିରେ ପରିବର୍ତ୍ତନ ହୋଇଯାଇଛି ।  ଆମ ଓଡିଶା ସହ ଅନ୍ୟ ଭାରତର ଅନ୍ୟ ରାଜ୍ୟ ଗୁଡିକରେ ଏବେ ଓଡିଆ ସିନେମା ତା ପରିଚୟ ସୃଷ୍ଟି କରି ପାରୁଛି ।

ଆଜିର ଯୁବପିଢି ହିନ୍ଦୀ ସିନେମା ଓ ହଲିଉଡ ପ୍ରତି ଅଧିକ ଆଗରହି ହେଉଥିଲେ ମଧ୍ୟ, ଓଡିଆ ସିନେମାର ଚାହିଦା ମଧ୍ୟ କିଛି କମି ଯାଇ ନାହିଁ । ଆମ ଅଭିନେତା ଓ ଅଭିନେତ୍ରୀ ତାଙ୍କ ଅଭିନୟ କୌଶଳରେ ଦର୍ଶକଙ୍କ ମନରେ ଜାଗା ବନେଇ ପାରୁଛନ୍ତି । ତେବେ ସେମାନଙ୍କ ଫିଲ୍ମ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଚର୍ଚ୍ଚାରେ ରହୁଛନ୍ତି । ତେବେ ଆଜି ଆମେ ଆପଣଙ୍କ ପ୍ରିୟ ଓଲିଉଡର ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ କେତେ ବୟସ ପାର୍ଥକ୍ଯ ଅଛି ତାହା ଆପଣଙ୍କୁ ଜଣାଇବୁ । ତେବେ ଚାଲନ୍ତୁ ଜାଣିବା ।

ଏବେ କିଛି ମାସ ପୂର୍ବରୁ ବିବାହ କରିଥିଲେ ଆପଣ ସମସ୍ତଙ୍କ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା । ରାଜସ୍ଥାନରେ ଖୁବ ଧୁମଧାମରେ ଓଡିଆ ରୀତିନୀତି ଓ ପରମ୍ପରା ସହ ବିବାହ କରିଥିଲେ ଏହି ଓଲିଉଡ ପ୍ରେମମୀଯୁଗଳ । ଦର୍ଶକ ଏହି ଯୋଡିଙ୍କୁ ଯେତିକି ପରଦା ଉପରେ ପସନ୍ଦ କରନ୍ତି ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ପସନ୍ଦ କରନ୍ତି । ତେବେ ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ର ହେବା ପରେ ସବ୍ୟସାଚୀଙ୍କ ଏହା ଦ୍ଵିତୀୟ ବିବାହ ଥିଲା । ତେବେ ଅର୍ଚ୍ଚିତାଙ୍କ ଠାରୁ ସବ୍ୟସାଚୀ ମାତ୍ର 4 ବର୍ଷ ବଡ ଅଟନ୍ତି ।

ପରଦା ଉପରେ ସବୁଠୁ ପ୍ରିୟ ଯୋଡି ହେଉଛି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବଙ୍କର । ସେହିପରି ପରଦା ବାହାରେ ମଧ୍ୟ ଦର୍ଶକ ସେମାନଙ୍କ ଯୋଡିକୁ ଖୁବ ପସନ୍ଦ କରନ୍ତି । ସେମାନେ ଗତ କିଛି ବର୍ଷ ହେଲା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଏବେ ତାଙ୍କ ବୈବାହିକ ଜୀବନର ଝଡ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଆପଣ ମାନଙ୍କ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ପତ୍ନୀ ବର୍ଷାପ୍ରିୟଦର୍ଶିନୀଙ୍କ ଠାରୁ ୩ ବର୍ଷ ବଡ ଅଟନ୍ତି ।

ସେହିପରି ବବି ମିଶ୍ର ଓଡିଆ ଆଲବମ ଜରିଆରେ ପାଦ ଦେଇଥିଲେ ଓଲିଉଡରେ । ଫିଲ୍ମରେ ତାଙ୍କ ଅଭିନୟ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ । ସେ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କୁ ବିବାହ କରିଥିଲେ । ବବି ମିଶ୍ର କୋଏଲଙ୍କ ଠାରୁ ୬ ବର୍ଷ ବଡ ଅଟନ୍ତି । ଅଭିନେତା ଦେବାଶିଷ ପାତ୍ର ଓ ମୋନାଲିସା ଅନେକ ଓଡିଆ ଆଲବମରେ ଏକାଠି ଓ ଅଲଗା ଅଲଗା ମଧ୍ୟ କାମ କରିଥିଲେ । ସେମାନଙ୍କ ଆଲବମ ଗୀତ ଗୁଡିକୁ ସମସ୍ତେ ଖୁବ ପସନ୍ଦ କରନ୍ତି । ମୋନାଲିସା ଓ ଦେବାଶିଷ ବିବାହ କରିଥିଲେ ଓ ଦେବାଶିଷ ମୋନାଲିସାଙ୍କ ଠାରୁ ୩ ବର୍ଷ ବଡ ଅଟନ୍ତି ।

ଗୋଟେ ସମୟରେ ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ତାଙ୍କ ଯୋଡି ସମସ୍ତେ ପସନ୍ଦ କରୁଥିବା ବେଳେ ସିଦ୍ଧାନ୍ତ ବାହା ହୋଇଥିଲେ ମାମା ମିଶ୍ରଙ୍କୁ । ମାମା ମିଶ୍ରଙ୍କ ଅଭିନୟ ମଧ୍ୟ ସମସ୍ତେ ଖୁବ ପସନ୍ଦ କରନ୍ତି । ତେବେ ସିଦ୍ଧାନ୍ତ ମାମା ମିଶ୍ରଙ୍କ ଠାରୁ ୪ ବର୍ଷ ବଡ ଅଟନ୍ତି । ଏମାନଙ୍କ ମଧ୍ୟରୁ ଆପଣଙ୍କୁ କେଉଁ ଯୋଡି ବେଶୀ ପସନ୍ଦ ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।