କେବଳ ସଚ୍ଚା ହନୁମାନ ଭକ୍ତ ହିଁ ଦେଖନ୍ତୁ, 24 ଘଣ୍ଟାରେ ହିଁ ଦୂର ହେଇଯିବ ଆପଣଙ୍କର ସବୁ ସମସ୍ଯା, ନିଜେ ଦେଖନ୍ତୁ ଚମତ୍କାର

କୁହନ୍ତି ଶ୍ରଦ୍ଧା ଆରାଧନା ରେ ଅନେକ ଶକ୍ତି ଥାଏ । ଶ୍ରୀ ତୁଳସୀ ଦାସ କୁହନ୍ତି ପ୍ରଭୁ ତାଙ୍କ ଭକ୍ତର ଲାଜ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରନ୍ତି ଏବଂ ଭକ୍ତର ରକ୍ଷା କରିଥାନ୍ତି । ରାମ ଭକ୍ତ ହନୁମାନ ଚିରଞ୍ଜିବୀ ଅଟନ୍ତି ।

ଭଗବାନ ଶ୍ରୀରାମଙ୍କ ପରମଧାମ ଯାତ୍ରା ବେଳେ ଶ୍ରୀରାମ କଥା ଶୁଣିବା ପାଇଁ ଚିରଞ୍ଜିବୀ ହେବାର ବର ମାଗିଥିଲେ । ଗୋଟିଏ ସମୟର କଥା ଯେତେବେଳେ ଜଣେ ସନ୍ଥ ଶ୍ରୀ ଅଯୋଧ୍ୟା ଧାମରେ ଶ୍ରୀ ରାମ କଥା ଶୁଣାଇଥିଲେ । ସେ ପ୍ରତିଦିନ ଏକ ଘଣ୍ଟା ପ୍ରବଚନ ଦିଅନ୍ତି । ସେଠାକାର ଅନେକ ଭିଡ଼ ଜଣେ ରାମ କଥା ଶୁଣିବା ପାଇଁ । ସେହି ସାଧୁ ଜଣଙ୍କର ନିୟମ ଥିଲା ହନୁମାନ କଥା ଆରମ୍ଭ କରିବା ପୂର୍ବରୁ ହନୁମାନ ମହାରାଜାଙ୍କୁ ଆମନ୍ତ୍ରଣ କରନ୍ତି ରାମ କଥା ଶୁଣିବା ପାଇଁ ।

ସେଠାରେ ଜଣେ ଓକିଲ ପ୍ରତିଦିନ ତାଙ୍କର ପ୍ରବଚନ ଶୁଣିବାକୁ ଆସନ୍ତି । ସେ ବହୁତ ଚତୁର ଥିଲେ । ସେ ଦେଖିଲେ ସାଧୁ ଜଣକ ପ୍ରତ୍ୟେକ ଦିନ ରାମ କଥା ପୂର୍ବରୁ ହନୁମାନଙ୍କୁ ଡାକୁଛନ୍ତି, କଣ ସତରେ ହନୁମାନ ରାମ କଥା ଶୁଣିବାକୁ ଆସୁଛନ୍ତି ? ଏପରି ତାଙ୍କ ମନରେ ପ୍ରଶ୍ନ ଉଠେ ଆଉ ସେ ସାଧୁ ଜଣକୁ କୁହନ୍ତି, ଆପଣ ରାମାୟଣ କଥା ଭଲ କହୁଛନ୍ତି ତେବେ ଯେଉଁଠି ରାମାୟଣ କଥା ହେଉଛି କଣ ସେଠି ହନୁମାନ ଆସନ୍ତି ? ଆପଣ ଯେଉଁ ଗଦି ରଖିଛନ୍ତି କଣ ସେଥିରେ ହନୁମାନ ବସନ୍ତି ?

ଏହି କଥା ଶୁଣି ସାଧୁ ଜଣକ କହିଲେ ଏହା ମୋର ବ୍ୟକ୍ତିଗତ ବିଶ୍ବାସ ଅଟେ । ଏହାକୁ ଶୁଣି ଓକିଲ ଜଣକ ପୁଣିଥରେ ପ୍ରଶ୍ନ କଲେ ହନୁମାନ ଅଛନ୍ତି ବୋଲି କଣ ପ୍ରମାଣ ଅଛି ? ଯଦି ଆପଣ ଅନେକ ଲୋକଙ୍କୁ ପ୍ରବଚନ ଶୁଣାଇଛନ୍ତି ତେବେ ଆପଣ ସମସ୍ତଙ୍କୁ ପ୍ରମାଣ କରି ଦେଖାଇବାକୁ ହେବ ଯେ ହନୁମାନ ସତରେ ରାମ କଥା ଶୁଣିବା ପାଇଁ ଆସୁଛନ୍ତି । କିନ୍ତୁ ସାଧୁ ଜଣକ ଓକିଲ ଜଣକୁ ବୁଝାଇ କହିଲେ ମତେ ଏହାକୁ ପ୍ରମାଣ କରିବା ଦରକାର ନାହିଁ, ଏହା ଏକ ବ୍ୟକ୍ତିଗତ ଶ୍ରଦ୍ଧାର ବିଷୟ ଅଟେ ।

ଆପଣ କହିବେ ମୁଁ ପ୍ରବଚନ ଛାଡିଦେବି ନହେଲେ ଆପଣ ଏଠାକୁ ଆସିବା ବନ୍ଦ କରନ୍ତୁ । କିନ୍ତୁ ଓକିଲ ଜଣକ ସାଧୁଙ୍କ ସହ ତର୍କ କରି କହିଲେ ମତେ ପ୍ରମାଣ ଦରକାର ଓ‌ ସେଇ ସାଧୁ ଜଣକ ଅନେକ ତର୍କ ପରେ ବିରକ୍ତ ହୋଇ କହିଲେ, ଠିକ୍ ଅଛି ମୁଁ କାଲି ଏହାକୁ ପ୍ରମାଣ କରି ଦେଖାଇବି, ସେଥିପାଇଁ ଆପଣ ହନୁମାନ ମହାରାଜ ବସୁଥିବା ଗଦି ଆପଣ ଆଜି ସାଙ୍ଗରେ ଘରକୁ ନେଇ ଯାଆନ୍ତୁ ।

କାଲି ଏହି ଗଦିକୁ ସାଙ୍ଗରେ ନେଇ ଆସିବେ‌ । ଯେତେବେଳେ ମୁଁ ହନୁମାନଙ୍କୁ ଆମନ୍ତ୍ରଣ କରିବି ଏହାପରେ ଆପଣ ସେ ଗଦିକୁ ଉଚ୍ଚକୁ ଉଠାଇ ଦେଖିବେ । ଯଦି ଗଦି ଉପରକୁ ହୋଇଗଲା ତେବେ ଭାବିବେ ହନୁମାନ ନାହାନ୍ତି । ଏହାପରେ ଓକିଲ ସର୍ତ୍ତ ମଧ୍ୟ ରଖିଲେ ଯେ ଯଦି ମୁଁ ହାରେ ତେବେ ଆପଣଙ୍କ ପାଖରେ ଦିକ୍ଷା ନେବି, ଆଉ ଯଦି ଆପଣ ହାରନ୍ତି ତେବେ ମୋ ଅଫିସରେ ଚପରାସି ରହିବେ ।

ତାପର ଦିନ ଗଦିକୁ ଅଣାଗଲା ଏବଂ ହନୁମାନଙ୍କୁ ଆମନ୍ତ୍ରଣ କରାଗଲା । ଆଶ୍ଚର୍ଯ୍ୟର କଥା ଯେ ଓକିଲ ଜଣକ ଗଦିକୁ ଉଠାଇବା ଦୂରର କଥା ତାକୁ ୩ଥର ଚେଷ୍ଟା ପରେ ଛୁଇଁ ପାରିଲେ ନାହିଁ । ଏହାପରେ ସେ ଅନୁତାପ କଲେ ଏବଂ ସାଧୁଙ୍କ ପାଦତଳେ ଯାଇ କ୍ଷମା ମାଗିଲେ । ସର୍ତ୍ତ ଅନୁଯାୟୀ ସେ ସେଠାରେ ଦିକ୍ଷା ନେଇଗଲେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ |