ଶେଷରେ ଦୀର୍ଘ ୧୭ ବର୍ଷ ପରେ କାଜୋଲ କହିହିଁ ଦେଲେ କି, ସେ କାହିଁକି କରିଥିଲେ ଅଜୟ ଦେବଗନଙ୍କୁ ବିବାହ

ବଲୀଉଡର ଦୁନିଆ ବଡ ଆଶ୍ଚର୍ଯ୍ୟ ଜନକ ଅଟେ । ଏଠି କେତେବେଳେ କଣ ହୋଇଯିବ କିଛି କହିହେବ ନାହିଁ । ବଲୀଉଡର ଯାଦୁ ଲୋକମାନଙ୍କ ଉପରେ କିଛି ଏମିତି ଛାଇ ଅଛି ଯେ ସେମାନେ ତାଙ୍କର ପସନ୍ଦିତା ଅଭିନେତାଙ୍କର ସବୁ କାମ କରିବାକୁ ଚାହାନ୍ତି । ଏମିତି କି କିଛି ଲୋକମାନେ ତାଙ୍କ ଭଳି ଜୀବନ ଯାପନ ମଧ୍ୟ କରିଥାନ୍ତି । ବଲୀଉଡର ଏମିତି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି କିନ୍ତୁ କିଛି ଏମିତି ଅଛନ୍ତି ଯାହାଙ୍କର ଜାଦୁ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଅଛି ।

ଆଜି ବି ସେ ଷ୍ଟାର ମାନେ ଯେତେବେଳେ ବଡ ସ୍କ୍ରିନ ଉପରେ ଆସନ୍ତି ତାଙ୍କୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଜାଗି ଉଠେ ।

ଦେଖିବା ମାତ୍ରେ ହିଁ ଦର୍ଶକଙ୍କ ମଧ୍ୟରେ ଜାଗି ଉଠେ ଉତ୍ସାହ :

ଏମିତି ହିଁ ଜଣେ ଅଟନ୍ତି ଅଜୟ ଦେବଗନ । ଅଜୟ ଦେବଗନ ଯେତେବେଳେ ସ୍କ୍ରିନ ଉପରେ ଆସନ୍ତି ସେତେବେଳେ ସିନେମା ହଲରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଜାଗି ଉଠେ । ଆପଣ ସମସ୍ତେ ଜାଣିଛନ୍ତି କି ଅଜୟ ଦେବଗନ ୨୪ ଫେବ୍ରୁୟାରୀରେ ୧୯୯୯ରେ କାଜୋଲଙ୍କ ସହ ବାହା ହୋଇଥିଲେ ଏବଂ ଏମାନେ ସବୁବେଳେ ବିବାଦ ଠାରୁ ଦୂରରେ ରୁହନ୍ତି ।

ଲମ୍ବା ସମୟ ହେବ ରହିଛି ଦୁଇ ଜଣଙ୍କର ଯୋଡି :

ଏହି ଦୁଇଜଣ ଦୁଇ ସୁନ୍ଦର ପିଲାଙ୍କର ପିତା ମାତା ଅଟନ୍ତି । ନ୍ୟାସା ଏବଂ ୟୁଗ । କାଜୋଲ ବହୁତ ଚୂଳବୁଲି ଅଟନ୍ତି ଏହାର ଓଲଟା ଅଜୟ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି । ଏହି ଦମ୍ପତି ବଲୀଉଡର ସବୁଠୁ ସଫଳ ଦମ୍ପତି ଅଟନ୍ତି ।

ଜାଣନ୍ତୁ କାଜୋଲ ଏବଂ ଅଜୟଙ୍କର ବାହାଘରର କିଛି ରୋଚକ କଥା :

·    କାଜୋଲ ନିଜର ଫିଲ୍ମ କ୍ୟାରିୟରରେ ଶିଖରରେ ପହଞ୍ଚିବା ପରେ ହିଁ ଅଜୟ ଦେବଗନଙ୍କ ସହିତ ବାହା ହେବା ପାଇଁ ନିଷ୍ପତି ନେଇଥିଲେ ।

·    କାଜୋଲ ଅଜୟ ଦେବଗନଙ୍କୁ କୌଣସି ଭ୍ରମ ଠାରୁ ଦୂରରେ ରଖନ୍ତି ଏବଂ ଏହା କହିଛନ୍ତି କି ସେ ବର୍ଷକୁ ମାତ୍ର ଗୋଟିଏ ଫିଲ୍ମ କରିବେ ।

·    କାଜୋଲ କହିଲେ କି ସେ ନିଜର ବାହାଘର ପୂର୍ବରୁ ଲମ୍ବା ସମୟ ପର୍ଯ୍ୟନ୍ତ ନିଜର କ୍ୟାରିୟରକୁ ଠିକ କରିବା ପାଇଁ କଷ୍ଟ କରିସାରିଛନ୍ତି ।

·    ବାହାଘର ପୂର୍ବରୁ କାଜୋଲ ଗୋଟିଏ ବର୍ଷରେ ବହୁତ ଫିଲ୍ମ କରୁଥିଲେ । କିନ୍ତୁ ବାହାଘର ପରେ ସେ ଫିଲ୍ମ କରିବା କିଛି ଟା କମ କରିଦେଲେ । ସେ ବାହାଘର ପରେ ନିଜ ଜୀବନରେ ସ୍ତାୟିତ୍ଵ ଚାହୁଁଥିଲେ ।

·    ଅଜୟ ଦେବଗନ କାଜୋଲଙ୍କ ସହିତ ସମ୍ପର୍କ କରିବାକୁ ଇଛା କରିଲେ ଏବଂ ଦୁଇଜଣ ବାହା ହୋଇଗଲେ । ବାହାଘର ପରେ ମିଡିଆମାନେ କହିଲେ କି ଦୁଇଜଣଙ୍କର ଯୋଡି ଚାଲିବ ନାହିଁ ।

·    କାଜୋଲ ନିଜର ଏବଂ ଅଜୟ ଦେବଗନଙ୍କର ସମ୍ପର୍କ ବିଷୟରେ କହିଲେ କି, “ସେ କହିଲେ କି ଆମର ବାହାଘର ଏଥିପାଇଁ ଏତେ ବର୍ଷ ପର୍ଯ୍ୟନ୍ତ ରହିଛି କାରଣ ପ୍ରାୟତଃ ମୁଁ ସବୁ ନିସ୍ପତି ନେଇଥାଏ ଏବଂ ସେ ସବୁବେଳେ ଚୁପ ରୁହନ୍ତି ।

·    ୧୮ ବର୍ଷ ପରେ ଏହି ବଲୀଉଡ ଦମ୍ପତି ଖୁସି ଖୁସି ଜୀବନ ଯାପାନ କରୁଛନ୍ତି । ଏହା ସହିତ ଦୁଇଜଣ ନିଜର ପିଲା ନ୍ୟାସା ଏବଂ ୟୁଗ ସହିତ ବହୁତ ସମୟ ବିତାଇ ଥାନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ କାଜୋଲ ଏବଂ ଅଜୟଙ୍କ ଯୋଡି କେମିତି ଲାଗେ ନିଶ୍ଚୟ କମେଣ୍ଟ କରିବେ, ଭଲ ଲାଗିଲେ ଗୋଟେ ଶେୟାର କରିବେ ଓ ଏହିଭଳି ନୂଆ ନୂଆ ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି।