କେମିତି କମିବ ବଡ଼ ପେଟ ? ମାତ୍ର ୧ ସପ୍ତାହରେ ହିଁ ପତଳା ହେବ ଶରୀର- Dr. Mousumi Mishra

ମୋଟାପଣ ଆଜିକାଲି ଏକ ବଡ ସମସ୍ଯା ଅଟେ । ଆପଣଙ୍କର BMI ରୁ ହିଁ ଆପଣଙ୍କ ମୋଟାପଣ ନିର୍ଦ୍ଧାରିତ ହୋଇଥାଏ । ସେଣ୍ଟିମିଟର ଅନୁସାରେ ଆପଣଙ୍କ ଉଚ୍ଚତା/ଓଜନ କଲେ ଯଦି ୧୮ ତଳକୁ ଆପଣଙ୍କ BMI ଆସେ ତେବେ ଆପଣଙ୍କ ଓଜନ କମ ଅଛି ବୋଲି କୁହାଯାଏ ।

ଯଦି ଏହି ୨୨ ଉପରକୁ ଦେଖାଏ ତେବେ ଆପଣ ମୋଟା ଅଛନ୍ତି ଏବଂ ଯଦି ଏହା ୩୦ ଉପରକୁ ଦେଖାଏ ତେବେ ଆପଣ ଓବେସିଟି ର ଶିକାର ହୋଇଛନ୍ତି ବୋଲି କୁହାଯାଏ । ତେବେ ଖରାପ ଖାଦ୍ୟାଭ୍ୟାସ ତଥା ଅଧିକ କ୍ୟାଲୋରିଯୁକ୍ତ ଖାଦ୍ଯ, ଫାଷ୍ଟଫୁଡ, ଅଧିକ ମିଠା ଖାଇବା ଆଦି ଯୋଗୁଁ ମଣିଷ ମୋଟାପଣର ଶିକାର ହେଉଛି । ଏହା ସହ ଶାରୀରିକ ପରିଶ୍ରମ ନ କରିବା, ଗୋଟିଏ ଜାଗାରେ ବସି ରହି ଫୋନ ଚଳେଇବା ବ ଟିଭି ଦେଖିବା, ଅସମୟରେ ଖାଇବା ତଥା ଅଳସୁଆପଣ ମୋଟାପଣର ମୁଖ୍ୟ କାରଣ ଅଟେ ।

ଆଜିକାଲି ପିଲାମାନେ ମଧ୍ୟ ଖେଳା ବୁଲା କରିବାକୁ ପସନ୍ଦ କରୁ ନାହାନ୍ତି, ଅଧିକ ବାହାର ଜିନିଷ ଖିବାକୁ ପସନ୍ଦ କରୁଛନ୍ତି ଓ ଗୋଟିଏ ଜାଗାରେ ବସି ରହି କେବଳ ମୋବାଇଲରେ ଖେଳୁଛନ୍ତି । ସେଥିପାଇଁ ଅତି କମ ବୟସର ପିଲାମାନଙ୍କ ଠାରେ ମଧ୍ୟ ମୋଟାପଣ ଦେଖା ଦେଉଛି । ମୋଟାପଣକୁ ହେୟ ଜ୍ଞାନ କଇରବ ଉଚିତ ନୁହେଁ । କାରଣ ଏହା ଆମ ଶରୀରରେ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏ । ଯଦି ଆପଣ ଉଚିତ ପଦକ୍ଷେପ ନେଇ ମୋଟାପଣ କମ ନ କରିବେ ତେବେ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେବେ ।

ଜଣେ ଜଣେ ବହୁତ କମ ଖାଇଲେ ମଧ୍ୟ ତାଙ୍କର ଓଜନ ବଢିଯାଏ । ଏହାର କାରଣ ହେଉଛି ମେଟାବୋଲିଜିମ । ଆପଣଙ୍କ ମେଟାବୋଲିଜିମ ଯଦି ସନ୍ତୁଳିତ ନ ରହିବ ତେବେ ଆପଣଙ୍କ ହଜମକ୍ରିୟାରେ ବାଧା ସୃଷ୍ଟି ହେବ । ଖାଦ୍ଯ ହଜମ ହୋଇ ଠିକ ଭାବେ ରକ୍ତରେ ମିଶି ନ ପାରିଲେ ସେହି ସବୁ ଚର୍ବି ଆକାରରେ ଶରୀରର ବିଭିନ୍ନ ଅଙ୍ଗରେ ଜମି ଯାଆନ୍ତି । ସେଥିପାଇଁ ପ୍ରଥମେ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ ରହିଛି । ଏହା ସହ ଚିନି, ଲୁଣ ଓ ମଇଦା ଏହି ତିନୋଟି ଜାତୀୟ ଖାଦ୍ଯ ଖାଆନ୍ତୁ ନାହିଁ ।

ବହୁତ କମ ପରିମାଣରେ ଚିନି ଓ ଲୁଣ ଖାଦ୍ଯରେ ବ୍ୟବହାର କରନ୍ତୁ । ଅଧିକ ତେଲ ମସଲା ଜାତୀୟ ଖାଦ୍ଯ, ଫାଷ୍ଟଫୁଡ, ଥଣ୍ଡା ପାନୀୟ ଆଦି ଖାଇବାରୁ ବଞ୍ଚିତ ରୁହନ୍ତୁ । ଅଧିକ ପରିମାଣରେ ସବୁଜ ପନିପରିବା ଓ ଫଳମୂଳ ନିଜ ଖାଦ୍ଯରେ ସାମିଲ କରନ୍ତୁ । ପ୍ରତ୍ଯେକ ଦିନ ସକାଳ ଜଳଖିଆ, ଲଞ୍ଚ ଏବଂ ଡିନର ରେ ଗୋଟିଏ ଲେଖାଏଁ ଫଳ ନିଜ ଖାଦ୍ଯରେ ସାମିଲ କରନ୍ତୁ ଓ ସବୁବେଳେ ଅଧ ପେଟ ଖାଦ୍ଯ ଖାଆନ୍ତୁ । ମୋଟାପଣ କମ କରିବାକୁ ହେଲେ ଆପଣଙ୍କୁ ଅଳସୁଆପଣ ଛାଡି ନିଜ ଶରୀରକୁ ସକ୍ରିୟ କରିବାକୁ ପଡିବ ।

ଏଥିପାଇଁ ସକାଳୁ ଚାଲନ୍ତୁ କିମ୍ବା ବ୍ୟାୟାମ ଓ ଯୋଗ ପ୍ରାଣାୟମ କରନ୍ତୁ । ଯଦି ପାରୁଛନ୍ତି ତେବେ ସନ୍ଧ୍ୟା ସମୟରେ ମଧ୍ୟ ଚାଲନ୍ତୁ । ଯଦି ସମ୍ଭବ ତେବେ ଜିମ ମଧ୍ୟ ଯାଆନ୍ତୁ । ଆପଣ ଗୋଟିଏ ଦିନରେ ଯେତିକି ଖାଦ୍ୟ ଖାଉଛନ୍ତି ସେତିକି ଭଲ ଭାବେ ଯେପରି ହଜମ ହେବ ଓ ଜମି ରହିଥିବା ଚର୍ବି ମଧ୍ୟ କମିବ ସେଥିପାଇଁ ଶାରୀରିକ ପରିଶ୍ରମ ଅତ୍ୟନ୍ତ ଆବଶ୍ୟକ । ଦରକାର ପଡିଲେ ଡାକ୍ତରଙ୍କ ପରାମର୍ଶ ନେବା ମଧ୍ୟ ଶ୍ରେୟସ୍କର ହେବ । ଆମ ପୋଷ୍ଟଟି ଆପଣଙ୍କୁ ଉପଯୋଗୀ ଲାଗିଥିଲେ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଓ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।