ହିଟ ଫିଲ୍ମରୁ ଡେବ୍ୟୁ କରିଥିଲେ ମଧ୍ୟ ବଲୀଉଡରେ ତିଷ୍ଠି ରହି ପାରିଲେ ନାହିଁ ଏହି 5 ଷ୍ଟାର୍ସ, ଜଣେତ ବ୍ଲକବଷ୍ଟର ହିଟ ଦେଇଥିଲେ

ସ୍କୁଲର ଦିନରେ ମୋର ଗୋଟିଏ ସାଙ୍ଗ ଥିଲା ଯିଏ ସବୁବେଳେ କ୍ଳାସରେ ଫାଷ୍ଟ ହେଉଥିଲା । ସ୍କୁଲରେ ସମସ୍ତେ ତାଙ୍କୁ ପସନ୍ଦ କରୁଥିଲେ କିନ୍ତୁ ଯେମିତି ଆମେ ଆଗକୁ ଆଗକୁ ବଢିଲୁ ସେମିତି ତାହାର ପୋଜିସନ ତଳକୁ ଖସିବାକୁ ଲାଗିଲା । ଧୀରେ ଧୀରେ ସେ ନମ୍ବର ୧ ରୁ ଶେଷ ନମ୍ବର କୁ ଚାଲିଆସି ଥିଲା ।

ବର୍ତ୍ତମାନ ତାକୁ କେହି ଯାଣନ୍ତି ନାହିଁ । ଏମିତି ହିଁ ଅବସ୍ଥା ହେଇଛି ବଲୀଉଡ ର କିଛି କଳକାରଙ୍କ ସହିତ । ବଲୀଉଡର କିଛି କଳକାର ଏମିତି ବି ଅଛନ୍ତି ଯେଉଁମାନଙ୍କର ପ୍ରଥମ ଫିଲ୍ମ ସୁପରହିଟ ରହିଲା କିନ୍ତୁ ଗୋଟିଏ ଫିଲ୍ମ କରିଲା ପରେ ସେମାନେ ପୁରାପୁରୀ ବଲୀଉଡରୁ ଗାୟବ ହୋଇଗଲେ । ଆଜି ଆମେ ଏମିତି କିଛି ବଲୀଉଡର ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ।

ଭୂମିକା ଚାୱଲା

ଭୂମିକା ଚାୱଲା ସଲମାନ ଖାନଙ୍କ ସହ ଫିଲ୍ମ ‘ତେରେ ନାମ’ ରେ ନଜର ଆସିଥିଲେ । ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା ଏବଂ ସୁପରହିଟ ମଧ୍ୟ ହୋଇଥିଲା, ରତାରାତି ସେ ଷ୍ଟାର ହୋଇଗଲେ । କିନ୍ତୁ ଏହି ଫିଲ୍ମ ପରେ ତାଙ୍କୁ କୌଣସି ଭଲ ଫିଲ୍ମ ମିଳିଲା ନାହିଁ ଏବଂ ଗୋଟିଏ ଦୁଇଟା ଫିଲ୍ମ କରିଲା ପରେ ସେ ସାଇଡ ରୋଲ ରେ ନଜର ଆସିଲେ । କେତେ ବର୍ଷ ହେବ ସେ କୌଣସି ଫିଲ୍ମ କରି ନାହାନ୍ତି ।

ହିମେଶ ରେଶମିୟା

ଗୋଟିଏ ସମୟରେ ଲୋକମାନେ ହିମେଶ ରେଶମିୟାଙ୍କର ଗୀତକୁ ପାଗଳ ଭଳି ଶୁଣୁଥିଲେ । ହିମେଶ ରେଶମିୟାଙ୍କ ଫିଲ୍ମ ‘ଆପ କା ସୁରୁର’ ବକ୍ସ ଅଫିସରେ ହିଟ ରହିଲା କିନ୍ତୁ ତାଙ୍କର ବାକି ଫିଲ୍ମ ଫ୍ଲପ ହେଲା ।

ଭାଗ୍ୟଶ୍ରୀ

ଫିଲ୍ମ ‘ମୈଂନେ ପ୍ୟାର କିୟା’ ରେ ସମସ୍ତଙ୍କ ହୃଦୟରେ ନିଜର ଜାଗା ତିଆରି କରିଥିବା ଭାଗ୍ୟଶ୍ରୀ ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ଏହି ଫିଲ୍ମ ବହୁତ ସୁପର ହିଟ ହୋଇଥିଲା କିନ୍ତୁ ଏହା ପରେ ସେ ଯେମିତି ଫିଲ୍ମରୁ ଗାୟବ ହୋଇଗଲେ ।

ଉପେନ ପଟେଲ

ଅବ୍ବାସ ମସ୍ତାନ କୀ ଫିଲ୍ମ ’୩୬ ଚାଇନା ଟାଉନ’ ରେ ବଲୀଉଡ ରେ ଡେବ୍ଯୂ କରିଥିବା ଉପେନ ପଟେଲଙ୍କୁ ବେସ୍ଟ ଡେବ୍ଯୂ ର ଆଇଫା ଅୱାର୍ଡ ମିଳିଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ହିଟ ରହିଲା କିନ୍ତୁ ଏହା ପରେ ଉପେନଙ୍କୁ କିଛି ସଫଳତା ମିଳିଲା ନାହିଁ ।

ସମିତା ସେଟ୍ଟୀ

ସମିତା ସେଟ୍ଟୀ ଶିଲ୍ପା ସେଟ୍ଟୀଙ୍କର ସାନ ଭଉଣୀ ଅଟନ୍ତି । ସେ ୨୦୦୦ ରେ ଆସିଥିବା ଫିଲ୍ମ ‘ମୋହବ୍ବତେଂ’ ରେ ଡେବ୍ଯୂ କରିଥିଲେ । କିନ୍ତୁ ଏହା ପରେ ସେ ଅନ୍ୟ କିଛି ଫିଲ୍ମରେ କାମ କରିଲେ କିନ୍ତୁ ସଫଳତା ମିଳିଲା ନାହିଁ । ଆପଣଙ୍କୁ ଆମର ଏଇ ଲେଖାଟି ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।