ମହିଳାଙ୍କ ସାର୍ଟର ବଟନ ବାଁ ପଟେ କାହିଁକି ରହିଥାଏ ? କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଆମର ଏହି ଦୁନିଆରେ ବହୁତ ଅଜବ କଥା ଭରି ପଡିଛି । କିନ୍ତୁ କିଛି କଥା ଏମିତି ବି ଅଛି ଯାହାକୁ ବହୁତ କମ ଲୋକମାନେ ଜାଣି ଛନ୍ତି । କହିବାକୁ ଗଲେ ଲୋକମାନେ ଏହାକୁ ସବୁ ଦିନ ଦେଖନ୍ତି କିନ୍ତୁ ଏହା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ । ଏମିତି ଏକ ରୋଚକ କଥା ହେଉଛି ମହିଳାଙ୍କ ସାର୍ଟର ବୋତାମ, ଯାହା ସବୁବେଲେ ବାମ ପଟେ ଥାଏ । ବୋଧେ ଆପଣ ସମସ୍ତେ ଜାଣିଥିବେ କି ପୁରୁଷଙ୍କ ବୋତାମ ଡାହାଣ ପଟେ ଥାଏ । ଏହା କାହିଁକି ହୋଇଥାଏ ? ଆସନ୍ତୁ ଜାଣିବା ଏହା ପଛର କାରଣ କଣ ?

ପ୍ରଥମ ତର୍କ

ପୁରୁଷଙ୍କ ସାର୍ଟ ବୋତାମ ସବୁବେଲେ ଡାହାଣ ପଟେ ଏବଂ ମହିଳାଙ୍କ ସାର୍ଟଙ୍କର ବୋତାମ ବାମ ପଟେ ଥାଏ । ଏହା ପଛର କାରଣ ହେଉଛି କି ପୁରୁଷ ମାନେ ନିଜର ସାର୍ଟ ବୋତାମ ଖୋଲିବା ଏବଂ ବନ୍ଦ କରିବା ପାଇଁ ବାମ ହାତର ସାହାର୍ଯ୍ୟ ନେଇଥାନ୍ତି । ସେଥିପାଇଁ ତାଙ୍କର ସାର୍ଟ ବୋତାମ ଡାହାଣ ପଟେ ଥାଏ । ମହିଳା ସାର୍ଟ ବୋତାମ ଖୋଲିବା ପାଇଁ ଡାହାଣ ହାତର ସାହାରା ନେଇ ଥାନ୍ତି । ସେଥିପାଇଁ ତାଙ୍କ ସାର୍ଟ ବୋତାମ ବାମପଟେ ଲାଗିଥାଏ ।

ଦ୍ଵିତୀୟ ତର୍କ

ଏହାର ଦ୍ଵିତୀୟ ତର୍କ ହେଉଛି ପୂର୍ବରୁ ପୁରୁଷମାନେ ନିଜର ସାର୍ଟ ପିନ୍ଧୁଥିଲେ । ଯେତେବେଳେ କି ମହିଳା ମାନେ ନିଜର କପଡା ପିନ୍ଧିବା ପାଇଁ ଅନ୍ୟର ସାହାଜ୍ଯ ନେଉଥିଲେ । ସେଥିପାଇଁ ମହିଳାଙ୍କ ସାର୍ଟର ବଟନ ବାଁ ପଟେ ଲଗା ଯାଇଥାଏ, ଯାହା ଆଜି ପର୍ଯ୍ୟନ୍ତ ବି ଜାରି ଅଛି ।

ତୃତୀୟ ତର୍କ

ତୃତୀୟ ତର୍କ ହେଉଛି କି ମହିଳା ଏବଂ ପୁରୁଷଙ୍କ କପଡା ମଧ୍ୟରେ ବହୁତ ବିଭିନ୍ନତା ଥାଏ । କିନ୍ତୁ ସମୟ ସହିତ ଜିନିଷ ଗୁଡିକ ମଧ୍ୟ ବଦଳି ଯାଏ ଏବଂ କପଡା ଗୁଡିକ ସମସ୍ତଙ୍କର ସମାନ ହୋଇ ଯାଉଛି । ସେଥିପାଇଁ ପୁରୁଷ ଏବଂ ମହିଳାଙ୍କ କପଡା ମଧ୍ୟରେ ଅଳ୍ପ ପାର୍ଥକ୍ୟ ରଖିବା ପାଇଁ ଏମିତି କରା ଯାଇଥାଏ ।

ଚତୁର୍ଥ ତର୍କ

ଇତିହାସ ଅନୁସାରେ କପଡାର ବାମ ପଟେ ରେ ବୋତାମ ଲଗାଇବାର ଆଦେଶ ନେପୋଲିୟନ ବୋନାପାର୍ଟଙ୍କ ଦ୍ଵାରା ଦିଆ ଯାଇଥିଲା । ଏହାର କାରଣ ଏହା ଥିଲା କି ନେପୋଲିୟନ ସବୁବେଳେ ନିଜର ହାତ ସାର୍ଟ ଭିତରେ ରଖୁଥିଲେ । ଏହାକୁ ଦେଖି କିଛି ମହିଳା ମାନେ ତାଙ୍କର ଥଟା କରିଲେ । ଏହି କଥାରେ ରାଗି ଯାଇ ନେପୋଲିୟନ ମହିଳାଙ୍କ କପଡାର ବୋତାମକୁ ବାମ ପଟେ ଲଗାଇବା ପାଇଁ ଆଦେଶ ଦେଇଥିଲେ ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।