ଲତାଙ୍କ ପ୍ରକୃତ ନାଁ କଣ ଥିଲା ଓ କାହିଁକି ତାଙ୍କ ନାଁ ସାଙ୍ଗେ ଯୋଡି ହେଲା ମଙ୍ଗେସକର ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ…

ସ୍ଵର ସାମ୍ରାଜ୍ଞୀ ଲତାଙ୍କ ପୁରା ନାମ ହେଉଛି କୁମାରୀ ଲତା ଦିନାନାଥ ମଙ୍ଗେସକର । ତାଙ୍କ ପିତାଙ୍କ ନାମ ଥିଲା ପଣ୍ଡିତ ଦିନାନାଥ ମଙ୍ଗେସକର । ଯିଏ କି ମରାଠୀ ଥିଏଟରରେ ଅଭିନୟ କରିବା ସହ ଜଣେ ନାଟ୍ଯ ସଙ୍ଗୀତଜ୍ଞ ମଧ୍ୟ ଥିଲେ । ଦିନାନାଥଙ୍କ ମାଆ ୟେଶୁବାଇ ଜଣେ ଦେବଦାସୀ ଥିଲେ ଓ ସେ ଗୋଆର ମଙ୍ଗେସୀ ଗାଁରେ ରହୁଥିଲେ । ୟେଶୁବାଇ ସେହି ସମୟରେ ମନ୍ଦିରରେ ଭଜନ କୀର୍ତ୍ତନ କରି ଜୀବନ ଅତିବାହିତ କରୁଥିଲେ । ସେହି ସମୟରୁ ହିଁ ଦିନାନାଥଙ୍କୁ ମଙ୍ଗେସକର ଟାଇଟଲ ମିଳିଥିଲା ।

ଦିନାନାଥଙ୍କ ପ୍ରକୃତ ଟାଇଟଲ ଥିଲା ହାଡିକାଲ । କିନ୍ତୁ ପରେ ସେ ଏହା ବଦଳାଇ ନିଜ ଜନ୍ମସ୍ଥାନ ମଙ୍ଗେସୀ ନାଁରେ ମଙ୍ଗେସକର ବୋଲି ରଖିଥିଲେ । ଲତାଙ୍କ ପିଲାଦିନର ନାଁ ଥିଲା ହେମା । ଥରେ ଦିନାନାଥ ଭାବବନ୍ଧନ ନାମ ଏକ ନାଟକରେ ଅଭିନୟ କରିଥିଲେ । ସେହି ନାଟକରେ ଜଣେ ମହିଳା କଳାକାରଙ୍କ ନାଁ ଥିଲା ଲତିକା । ସେବେ ଦିନାନାଥଙ୍କୁ ଏହି ନାଁ ଏତେ ପସନ୍ଦ ଆସିଥିଲା ଯେ ସେ ନିଜ ଝିଅଙ୍କ ନାଁ ବଦଳାଇ ଲତା ରଖିଥିଲେ ।

ସେହି ଛୋଟ ଝିଅ ହେମା ଆଜି ସାରା ଦୁନିଆରେ ଲତା ମଙ୍ଗେସକର ନାଁରେ ବିଖ୍ୟାତ ହୋଇ ସାରିଛନ୍ତି । ସେହି ଲତା ଆଜି ସବୁଦିନ ପାଇଁ ଶୋଇ ଯାଇଛି । ସଙ୍ଗୀତ ଦୁନିଆକୁ ଅନେକ ଗାୟକ ଏବଂ ଗାୟିକା ଆସିବେ ଏବଂ ଯିବେ । କିନ୍ତୁ ଲତା ସବୁବେଳେ ଶ୍ରୋତାଙ୍କ ମନରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବେ । ଲତାଙ୍କ ସଙ୍ଗୀତ ଶ୍ରୋତାଙ୍କୁ ବାନ୍ଧି ରଖୁଥିଲା ।

ଲତାଙ୍କୁ ସଙ୍ଗୀତର ଯାଦୁଗରିଣୀ କହିଲେ ଅତ୍ଯୁକ୍ତି ହେବ ନାହିଁ । ଦୀର୍ଘ ୮ ଦଶନ୍ଧିରୁ ତିନି ପିଢିର ଲୋକେ ଲତାଙ୍କ ଗୀତର ଦିୱାନା ଅଟନ୍ତି । ସଙ୍ଗୀତ ଦୁନିଆରେ ପାଦ ଦେଉଥିବା ନବ ପ୍ରତିଭାଙ୍କା ପାଇଁ ଲତା ହେଉଛନ୍ତି ଜଣେ ଦେବୀ ସଦୃଶ । ନିଜ ସଙ୍ଗୀତ ଜାଦୁରେ ସେ ନିଜ ନାଁରେ କରି ଯାଇଛନ୍ତି ଏକାଧିକ ଜାତୀୟ ପୁରସ୍କାର । ଭାରତ ରତ୍ନ ଓ ଦାଦାସାହେବ ଫାଲକେ ପରି ବଊ ସମ୍ମାନଜନକ ପୁରସ୍କାର ସେ ନିଜ ନାଁରେ କରିଛନ୍ତି ।

ଦୁନିଆରେ ଯେତେ ଦିନ ପର୍ଯ୍ୟନ୍ତ ସଙ୍ଗୀତ ଥିବା ସେତେଦିନ ଯାଏଁ ଲତାଙ୍କ ସଙ୍ଗୀତ ଦୁନିଆରେ ଚିର ଅମର ହୋଇ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।