ଆଲୀଶାନ ହୋଟେଲର ଲକ୍ଷ ଲକ୍ଷ ଟଙ୍କାର ବିଲ ନ ଦେଇ ଫେରାର ହୋଇଯାଇଥିଲେ ଏହି ଅଭିନେତ୍ରୀ, ଏବେ ଧରାପଡିଲେ ପୋଲିସ ହାତରେ, ଆଉ ତା ପରେ …

ଟଙ୍କା ବହୁତ ବଡ ଜିନିଷ ଅଟେ । ଯିଏକି ସମ୍ପର୍କକୁ ବି ଦେଖେ ନାହିଁ, ଏବଂ ନାହିଁ କୌଣସି ସେଲିବ୍ରିଟୀକୁ ଦେଖେ । କିଛି ଏହିଭଳି ମାମଲା ସାଉଥ ଅଭିନେତ୍ରୀ – ପ୍ରୋଡ୍ଯୂସର ପୂଜା ଗାନ୍ଧୀଙ୍କ ସହ ହୋଇଛି । ପ୍ରଥମେ ତ ସେ ଏକ ଆଲୀଶାନ ହୋଟେଲରେ କିଛି ଦିନ ପାଇଁ ରହିଲେ ଏବଂ ଯେତେବେଳେ ବିଲ ଦେବାର ସମୟ ଆସିଲା ତେବେ ସେ ଚୁପଚାପ ସେଠୁ ଫେରାର ହୋଇଗଲେ । ଯେତେବେଳ ଲୋକମାନେ ଏହି ବିଷୟରେ ଜାଣି ପାରିଲେ ତେବେ ସମସ୍ତେ ତାଙ୍କୁ ନେଇ ଅଲଗା ଅଲଗା କଥା କହୁଛନ୍ତି ।

ଆଲୀଶାନ ହୋଟେଲର ଲକ୍ଷ ଲକ୍ଷ ଟଙ୍କାର ବିଲ ବିନା ଦେଇ ଫେରାର ହୋଇଗଲେ ଏହି ଅଭିନେତ୍ରୀ

୫୦ ରୁ ବି ଅଧିକ ଫିଲ୍ମରେ କାମ କରି ସାରିଥିବା ଫିଲ୍ମ ପ୍ରୋଡ୍ଯୂସର ଏବଂ ଅଭିନେତ୍ରୀ ପୂଜା ଗାନ୍ଧୀଙ୍କୁ ନେଇ ପୁଣି ଥରେ ବିବାଦ ସାମନାକୁ ଆସିଛି । ପୂଜା ତାମିଲ, ତେଲୁଗୁ, ମଲୟାଲମ, କନ୍ନଡ ଏବଂ ବେଙ୍ଗଲି ଭାଷାରେ ବହୁତ ଫିଲ୍ମ କରିଛନ୍ତି । ତାଙ୍କ ଉପରେ ଆରୋପ ଲାଗିଛି କି ଗତ କିଛି ଦିନ ତଳେ ସେ ବେଙ୍ଗାଲୁରୁର ଏକ ଶାନଦାର ହୋଟେଲକୁ ଯାଇ ପହଞ୍ଚିଲେ ।

ସେଠି ଆରମ କରି ସମସ୍ତ ପ୍ରକାରର ସୁବିଧାକୁ ସେ ଉପଭୋଗ କରିଲେ । ଏହା ପରେ ସେ ଯେତେବେଳେ ଜାଣି ପାରିଲେ କି ତାଙ୍କର ବିଲ ୪ ଲକ୍ଷ ଟଙ୍କାରୁ ବି ଅଧିକ ହେଇଗଲାଣି ତେବ ସେ ସେଠୁ ଲୁଚି ଯିବା ପାଇଁ ପ୍ଳାନ କରିଲେ । ଏହା ପରେ ହୋଟେଲର ମ୍ୟାନେଜର ପୂଜା ଗାନ୍ଧୀଙ୍କ ନାମରେ ପୁଲିସ ଷ୍ଟେସନରେ କେଶ ଦାୟର କରିଛନ୍ତି । ଏବଂ ପୁଲିସ ବି ପୂଜାଙ୍କୁ ଧରିବାରେ ସଫଳ ହେଲେ । ଏବଂ ପୂଜା ୨ ଲକ୍ଷ ଟଙ୍କା ଦେଇଛନ୍ତି ଏବଂ ବାକି ଟଙ୍କା ଜଲ୍ଦି ହିଁ ଦେଇଦେବେ ବୋଲି କହିଛନ୍ତି ।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ପୂଜା କୌଣସି ବିବାଦରେ ଫସିଛନ୍ତି। ଏହା ପୂର୍ବରୁ ବି ୨୦୧୧ରେ ପୂଜା ପ୍ରୋଡ୍ଯୂସର କିରଣଙ୍କ ସହ ଟଙ୍କା ନେଇ ବିବାଦ ହୋଇଥିଲା । ଏବଂ ଦୁଇ ଜଣ ପରସ୍ପରଙ୍କ ବିରୁଦ୍ଧରେ କେସ ବି କରିଥିଲେ । ପୂଜା ୨୦୦୨ରେ ଫିଲ୍ମ ଦୁଶ୍ମନୀରୁ ଡେବ୍ୟୂ କରିଥିଲେ । ଏହା ପରେ ସେ ବିଭିନ୍ନ ଫିଲ୍ମରେ ବି କାମ କରିସାରିଛନ୍ତି । ବର୍ତ୍ତମାନ ସେ କିଛି ଫିଲ୍ମ ପ୍ରୋଡ୍ଯୂସ ବି କରୁଛନ୍ତି । ଆଗକୁ ଆପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।