ପିଲାବେଳେ ହିଁ Amitabh Bacchan ଙ୍କ ଝିଅ ସହିତ ହେଇ ସାରିଛି ଏହି ବଡ ଘଟଣା, ଏହା ସହିତ ସ୍କୁଲ ରେ ବି ହେଇଛି ଏକ ଏମିତି କାଣ୍ଡ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ହିନ୍ଦୀ ଫିଲ୍ମ ଜଗତର ବିଗ ବି ଅମିତାଭ ବଚ୍ଚନ ସବୁବେଳେ ଲୋକଲୋଚନରେ ରହିଥାନ୍ତି । କେବଳ ଅମିତାଭ କାହିଁକି ତାଙ୍କର ପୁରା ପରବାର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅମିତାଭ ବଚ୍ଚନ ସବୁବେଳେ ଏକ ଖାସ ବନ୍ଧନରେ ରହିଥାନ୍ତି । ଏହା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଆଜି ଦିନଟି ଶ୍ୱେତା ବଚ୍ଚନ ନନ୍ଦାଙ୍କପାଇଁ ଏକ ଖାସ ଦିନ ଅଟେ । କାହିଁକି ନା ଶ୍ୱେତା ଆଜି ୪୭ ବର୍ଷ ବୟସର ହୋଇଯାଇଛନ୍ତି । ୧୯୭୪ ମସିହାର ଆଜି ଦିନରେ ଶ୍ୱେତା ମୁମ୍ବାଇରେ ଜନ୍ମ ହୋଇଥିଲେ ।

କିନ୍ତୁ ସେ ନିଜ ପରିବାର ଭଳି ଫିଲ୍ମ ଜଗତକୁ ଆସିନଥିଲେ । କିନ୍ତୁ ସେ ସବୁବେଳେ ଲାଇମ ଲାଇଟ ରେ ରହୁଥିଲେ । ଆଜି ଆମେ ତାଙ୍କ ଜନ୍ମ ଦିବସରେ ଆପଣଙ୍କୁ ଜଣାଇବୁ କି ସେ କାହିଁକି ବଲିଉଡ ଇଣ୍ଡଷ୍ଟ୍ରିରେ ମନ ଦେଇନଥିଲେ ଏହା ପଛରେ କି ରହସ୍ୟ ଥିଲା । ତେବେ ଆସନ୍ତୁ ଜାଣିବା

ଜରନାଲିଷ୍ଟ ହୋଇ କାମ କରିଥିଲେ

ମୁମ୍ବାଇ ରେ ଜନ୍ମିତ ଶ୍ୱେତା ପଢିବା ପାଇଁ ସ୍ୱିଜରଲାଣ୍ଡ ଚାଲି ଯାଇଥିଲେ । ସେ ଏଠାରେ ବହୁତ ବର୍ଷ ରହି ପାଠ ପଢ଼ା ଶେଷ କରିଥିଲେ । ଏହାପରେ ପୁଣି ଭାରତକୁ ଫେରି ଆସିଥିଲେ । ଭାରତରେ ରହି ପତ୍ରକାରୀତା ଆରମ୍ଭ କରିଥିଲେ । ଶ୍ୱେତାଙ୍କ କହିବା ମୁତାବକ ସେ ମୂଳରୁ ହିଁ ବାଲିଉଡରୁ ଦୁରରେ ରହିବାକୁ ଚାହୁଁଥିଲେ । ତାଙ୍କ ଘରେ ସବୁବେଳେ ଫିଲ୍ମର ପରିବେଶ ରହୁଥିଲା କିନ୍ତୁ ସେ କେବେବି ଏଥିରେ ମନ ଦେଇନଥିଲେ । ଶ୍ୱେତା ୨୦୦୬ ରେ ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । L India official ସେ କାମ କରିସାରିଛନ୍ତି ।

ଛୋଟ ବେଳର ଘଟଣାରୁ ମନରେ ପସିଯାଇଥିଲା ଡର

କୁହାଯାଏ କି ଶ୍ଵେତା ବଚନ ନନ୍ଦା ବହୁମୁଖୀ ପ୍ରତିଭାର ଧନୀ ଅଟନ୍ତି । ତାଙ୍କୁ ଲେଖିବାକୁ ବହୁତ ଭଲ ଲାଗିଥାଏ । ତାଙ୍କ ବିଷୟରେ କିଛି କଥା ନିଜ କଲମ ମାଧ୍ୟମରେ କରିସାରିଛନ୍ତି । ଏହି କାରଣରୁ ଗୋଟେ ଘଟଣାକୁ କହିଥିଲେ । ଯେତେବେଳେ ସେ ଛୋଟୋ ଥିଲେ ସେତେବେଳେ ତାଙ୍କ ମା ବାପା ଫିଲ୍ମ ସୁ-ଟିଂରେ ବ୍ୟସ୍ତ ଥିଲେ । କାହିଁକି ନା ସେମାନେ ଦୁଇଜଣ କଳାକାର ଥିଲେ ବୋଲି ତାଙ୍କ ଶିଫ୍ଟ କାମ କରିବାକୁ ପଡୁଥିଲା ।

ସେଥିପାଇଁ ସେ ବହୁତ ବାର ତାଙ୍କୁ ସେଟରେ ଦେଖା କରିବା ପାଇଁ ଚାଲିଯାଉଥିଲେ । ଆଗକୁ ଶ୍ଵେତ କହୁଛନ୍ତି ଯେ ଥରେ ତାଙ୍କ ବାପାଙ୍କ ମେକଅପ ରୁମରେ ଖେଳୁଥିଲେ । ସେହି ସମୟରେ ତାଙ୍କ ଆଙ୍ଗୁଳି ଇଲେକ୍ଟ୍ରିରେ ଫସିଯାଇଥିଲା । ଯାହା ଦ୍ଵାରା ତାଙ୍କ ମନରେ ଡର ପସିଯାଇଥିଲା । ମଜାଳିଆରେ ଶ୍ବେତା ଥରେ କହିଥିଲେ ,ଏହି ଘଟଣା କାରଣରୁ ସେ ଇଣ୍ଡଷ୍ଟ୍ରିରେ ସେ ପାଦ ରଖିବା ପାଇଁ ସାହସ ଜୁଟାଇ ପାରିନଥିଲେ ।

ଅଭ୍ୟାସ ପରେ ମଧ୍ୟ ଡାୟଲଗ ଭୁଲିଯାଉଥିଲେ

ଶ୍ଵେତା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ବନାଇବା ପାଇଁ ମଧ୍ୟ ଆଉ ଗୋଟେ କାରଣ ହେଉଛି ଯେ ସେ ଅଭ୍ୟସ ପରେ ମଧ୍ୟ ଡାୟଲଗଗୁଡିକ ଭୁଲିଯାଉଥିଲେ । କାରଣ ଶ୍ଵେତା ନିଜେ ହିଁ ଏହି ବିଷୟରେ ଗୋଟିଏ ସାକ୍ଷାତକାରରେ କହିଥିଲେ । ଶ୍ବେତା କହିଥିଲେ କି ଗୀତା ଗାଇବା ଓ ଅଭିନୟ କରିବା ଏକ ପ୍ରକାରର ସହଜ କାମ ଅଟେ । କିନ୍ତୁ ସ୍କୁଲ ଦିନରେ ତାଙ୍କୁ ଯେତେବେଳେ ଅଭିନୟ କରିବାକୁ ମିଳିଲା ସେତେବେଳେ ତାଙ୍କୁ ଜଣାପଡିଲା ବହୁତ କଷ୍ଟକର କାମ ଅଟେ ।

ଶ୍ଵେତ ଆହୁରି ମଧ୍ୟ କହିଥିଲେ କି ନାଟକରେ ତାଙ୍କୁ ହବାଇନ ଝିଅର ଅଭିନୟ କରିବାକୁ ଦିଆଗଲା । ନିଜକୁ ପ୍ରମାଣ କରିବା ପାଇଁ ଶ୍ବେତା ଭଲ ଭାବେ ନାଟକଟିକୁ ଅଭିନୟ କରିବା ପାଇଁ ଅଭ୍ୟାସ କରିଥିଲେ । କିନ୍ତୁ ଶେଷ ସମୟରେ ଡାୟଲଗଟିଗୁଡିକ ଭୁଲି ଗଲେ । ଯାହା ଦ୍ଵାରା ନାଟକଟି ଖରାପ ହୋଇଗଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।