ଇଏ ହେଉଛନ୍ତି TV ସିରିଏଲ ରାମାୟଣ ର ଲକ୍ଷ୍ମଣ (Sunil Lahri) ଙ୍କ ସ୍ତ୍ରୀ ଆଉ ପୁଅ, ଦେଖନ୍ତୁ ତାଙ୍କର ପୁରା ପରିବାର ଓ Biography

ବନ୍ଧୁଗଣ ଟେଲିଭିଜନ ଜଗତରେ ପ୍ରସାରିତ ହୋଇଥିବା ସିରିଏଲ “ରାମାୟଣ” ଆପଣ ମାନଙ୍କର ନିଶ୍ଚୟ ମାନେ ଥିବ । ସିରିଏଲ “ରାମାୟଣ”ରେ ଅଭିନୟ କରିଥିବା କଳାକାର ମାନେ ଆଜି ବି ଲୋକଙ୍କ ମନରେ ଛାପ ଛାଡି ଦେଇ ଯାଇଛନ୍ତି । ଆଜି ବି ଦର୍ଶକ ମାନେ “ରାମାୟଣ” ସିରିଏଲକୁ ମାନେ ପକାଇ ପୁଣି ଥରେ ସେହି ସିରିଏଲ ଆରମ୍ଭ ହେଉ ବୋଲି ଆଶା କରୁଛନ୍ତି ।

ଏହି ସିରିଏଲରେ ଅଭିନୟ କରିଥିବା କଳାକାର ମାନେ ନିଜର ନିଜର ଚରିତ୍ର ଏତେ ନିପୁଣ ଭାବେ ବ୍ୟାଖ୍ୟା କରିଥିଲେ ଯେ ଜହକଉ ଭୁଲିବା ସମ୍ଭବ ନୁହେ । ଆଜି ବି ଦର୍ଶକ ମାନେ ଏହି କଳାକାର ମାନଙ୍କୁ ତାଙ୍କର ରିୟଲ ନାଁ ରେ ନ ଜାଣି ସେମାନଙ୍କର ଭୂମିକା ଅନୁଯାୟୀ ନାଁ ରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ “ରାମାୟଣ” ସିରିଏଲରେ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ଅଭିନେତାଙ୍କ ପରିବାର ବିଷୟରେ କିଛି କହିବାକୁ ଯାଉଛୁ ।

“ରାମାୟଣ” ସିରିଏଲରେ ଲକ୍ଷ୍ମଣ ଭୂମିକରେ ଅଭିନୟ କରିଥିବା ଅଭିନେତାଙ୍କ ପ୍ରକୃତ ନାଁ ହେଉଛି ସୁନୀଲ ଲେହେରି। ଅଭିନେତା ସୁନୀଲ ୧୯୬୧ ମସିହା ଜୁନ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଅଭିନେତା ସୁନୀଲ “ରାମାୟଣ” ବ୍ଯତୀତ “ବିକ୍ରମ ବେତାଳ”, “ଦାଦା ଦାଦି କି କାହାଣୀ” ଆଦି ସିରିଏଲରେ କାମ କରିବା ସହ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ଅଭିନେତା ସୁନୀଲ ଲେହେରି ୧୯୮୦ ମସିହାରେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ ।

ତାଙ୍କର ରିୟଲ ଲାଇଫ ବିଷୟରେ କହିବାକୁ ଗଲେ ସେ ଦୁଇଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାଁ ହେଉଛି ରାଧା ସେନ ଓ ଦିତୀୟ ସ୍ତ୍ରୀଙ୍କ ନାଁ ହେଉଛି ଭାରତୀ ପାଠକ ଅଟେ । ସୁନୀଲଙ୍କ ପିତାଙ୍କ ନାମ ହେଉଛି ଡାକ୍ତର ଶିଖର ଚନ୍ଦ୍ରା ଲେହେରି ଓ ମାଙ୍କ ନାଁ ହେଉଛି ତାରା ଲେହେରି ଅଟେ । ସୁନୀଲ ଲେହେରିଙ୍କର ଗୋଟେ ପୁଅ ଅଛନ୍ତି ଯାହାଙ୍କର ନାଁ ହେଉଛି ରାମ କୃଷ୍ଣ ପାଠକ ଅଟେ ଯିଏ ଜଣେ ଅଭିନେତା ଅଟନ୍ତି ।

ଅଭିନେତା ସୁନୀଲ ଲେହେରି ରାମାୟଣ ସିରିଏଲ ରେ ଏତେ ସୁନ୍ଦର ଅଭିନୟ କରିଥିଲେ ଯେ ଏଥି ପାଇଁ ସେ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଥିଲେ । ଏହି ସିରିଏଲରେ ବଡ ଭାଇ ରାମ ଚନ୍ଦ୍ରଙ୍କର ଛୋଟ ଭାଇ ଭୂମିକାରେ ଅଭିନେତା ସୁନୀଲ ଲେହେରି ଅଭିନୟ କରି ଆଜି ବି ଲୋକଙ୍କ ମନରେ ଘର କରି ରହିଛନ୍ତି । “ରାମାୟଣ” ସିରିଏଲରେ ଗୋଟେ ଭଲ ପୁଅ, ଭାଇ, ସ୍ଵାମୀ, ଦିଅର ଚରିତ୍ରରେ ଖୁବ ସୁନ୍ଦର ଅଭିନୟ କରିଥିଲେ । ମାତା ସୀତାଙ୍କର ଜୀବନ ରକ୍ଷା ପାଇଁ ଲକ୍ଷ୍ମଣ ଚରିତ୍ରରେ ତାଙ୍କର ଭୂମିକା ବେଶ ପ୍ରଶଂସନୀୟ ଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସୁନୀଲ ଲେହେରିଙ୍କର ଚରିତ୍ର କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାଇବେ । ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।