TV Serial ‘Veera’ ର ଏହି ଛୋଟ ଝିଅ ଏବେ ହେଇଯାଇଛନ୍ତି ବଡ, ଆଜି ଦେଖା ଯାଆନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ

ବନ୍ଧୁଗଣ, ଷ୍ଟାରପ୍ଲସ ଶୋ ‘ଏକ ବୀର କି ଅରଦାସ ବୀରା’ ରେ ଛୋଟ ବୀରାଙ୍କ ଭୂମିକରେ ଅଭିନୟ କରିଥିବା ହର୍ଷିତା ଓଝାଙ୍କୁ ତ ଆପଣ ନିଶ୍ଚୟ ମନେ ରଖିଥିବେ । ହର୍ଷିତା ଏହି ଧାରାବାହିକାରେ ରଣବିଜୟଙ୍କ ଭଉଣୀ ତଥା ଗୋଟେ ଝିଅର ଭୂମିକା ଖୁବ ଶାନଦାର ଭାବେ ପରିବେଶଣ କରିଥିଲେ । ଏହି ଶୋ ରେ ଛୋଟ ବୀରା ଭୂମିକାରେ ଅଭିନୟ କରିଥିବା ଏହି ଛୋଟ ଝିଅକୁ ଲୋକଙ୍କ ବହୁତ ଭଲ ପାଇବା ମିଳିଥିଲା ।

ଭାଇ ଭଉଣୀଙ୍କ ପ୍ରେମ ଉପରେ ଆଧାରିତ ଏହି ଟିଭି ଶୋ ସେତେବେଳେ ପ୍ରତ୍ଯେକ ଘରର ଟିଭି ସ୍କ୍ରିନରେ ଚାଲୁଥିଲା । ସେହି ସମୟର ହିଟ ଟିଭି ଶୋ ଗୁଡିକ ମଧ୍ୟରୁ ଗୋଟିଏ ଥିଲା ହର୍ଷିତାଙ୍କ ଅଭିନୀତ ଏହି ଧାରାବାହିକ । ତାଙ୍କ ଅଭିନୟରେ ସେ ଦର୍ଶକଙ୍କୁ ମୁଗ୍ଧ କରି ଦେଉଥିଲେ । ଏହି କାରଣରୁ ଏହି ଶୋ ୨୦୧୨ ମସିହାରୁ ଆରମ୍ଭ ହୋଇ ୨୦୧୫ ପର୍ଯ୍ୟନ୍ତ ଜାରି ରହିଥିଲା ।

ଛୋଟ ଭାଇ ଭଉଣୀ ଦୁହେଁ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ । କିନ୍ତୁ ଏହି ଧାରାବାହିକରେ ଦେଖା ଯାଇଥିବା ଏହି ଛୋଟ ଝିଅ ଏବେ ସଂପୂର୍ଣ୍ଣ ଭାବେ ବଦଳି ଯାଇଛି ଓ ବହୁତ ସୁନ୍ଦର ଦେଖା ଯାଉଛି । କୁନି ହର୍ଷିତା ଏବେ ୧୨ ବର୍ଷ ବୟସର ହୋଇ ଯାଇଛନ୍ତି । ଅନେକ ଲୋକ ତ ଏହି ଧାରାବାହିକ କେବଳ ହର୍ଷିତାଙ୍କ ଯୋଗୁଁ ହିଁ ଦେଖୁଥିଲେ । ଏତେ ଛୋଟ ଓ କ୍ୟୁଟ ଝିଅଟି ଯେତେବେଳେ ଟିଭି ସ୍କ୍ରିନରେ ଆସି କଥା କହୁଥିଲା, ଲୋକଙ୍କ ନଜର ଟିଭି ସ୍କ୍ରିନରୁ ହଟୁ ନ ଥିଲା ।

ଏବେ ଏହି ଟିଭି ଶୋ ବନ୍ଦ ହୋଇ ଯାଇଥିଲେ ମଧ୍ୟ ଅନେକ ଲୋକଙ୍କ ମନରେ ଜିଜ୍ଞାସା ହୁଏ କି ଏବେ ହର୍ଷିତା କେଉଁଠି ଅଛନ୍ତି ଓ କଣ କରୁଛନ୍ତି ? ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ହର୍ଷିତା ଖୁବ ଲମ୍ବା ସମୟ ଧରି ଲାଇମ ଲାଇଟ ଠୁ ଦୂରରେ ଅଛନ୍ତି ଓ ଏବେ ସେ ଏକାଡେମି ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଛନ୍ତି ।

ଏହା ସହ ସେ ସୁଇମିଙ୍ଗ ଶିଖୁଛନ୍ତି ଓ କଥକ ଡାନ୍ସରେ ମଧ୍ୟ ହର୍ଷିତାଙ୍କ ରୁଚି ରହିଛି । ଏହା ବ୍ଯତୀତ ହର୍ଷିତା ସୋସିଆଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ ରୁହନ୍ତି । ସେ ପ୍ରାୟତଃ ନିଜର ନୂଆ ନୂଆ ଫଟୋ ଓ ଭିଡିଓ ସୋସିଲ ମିଡିଆରେ ସେୟାର କରୁଥାନ୍ତି । ହର୍ଷିତାଙ୍କର ଜଣେ ଛୋଟ ଭାଇ ମଧ୍ୟ ଅଛନ୍ତି, ଯାହାଙ୍କ ନାମ ହର୍ଷିତ ଓଝା ଅଟେ ।

ସେ ନିଜ ଭାଇଙ୍କ ସହ ଭିଡିଓ ଅଫଲୋଡ କରିବାକୁ ଭଲ ପାଆନ୍ତି । ହର୍ଷିତାଙ୍କ ପିତା ସଞ୍ଜୟ ଓଝା ଜେନ ଫାଇନ୍ସିଆଲ ପ୍ଲାନର ଓ ତାଙ୍କ ମା ରୀନା ଜଣେ ହାଉସ ୱାଇଫ ଅଟନ୍ତି । ଟିଭି ଧାରାବାହିକ ଏକ ବୀର କି ଅରଦାସ ବୀରା ରେ ଆପଣଙ୍କୁ ବୀରାଙ୍କ ଭୂମିକା କିପରି ଲାଗିଥିଲା ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ । ଏହା ସହ ଆମ ପୋଷ୍ଟକୁ ଲାଇକ ଓ ସେୟାର ମଧ୍ୟ କରନ୍ତୁ ।