ବିବାହକୁ ହେଲାଣି 41 ବର୍ଷ, କିନ୍ତୁ ଆଜି ଯାଏଁ କେବେବି ଶାଶୁଘର ଯାଇ ନାହାଁନ୍ତି Hema Malini, ଶାଶୁଙ୍କ ସହିତ ରହିଛି ଏମିତି ସମ୍ପର୍କ

ହିନ୍ଦୀ ସିନେମାରେ ‘ଡ୍ରିମ ଗାର୍ଲ’ ନାମରେ ପ୍ରସିଦ୍ଧ, ଦିଗଜ ଓ ସୁନ୍ଦରୀ ଅଭିନେତ୍ରୀ ହେମା ମାଳିନୀଙ୍କ ନାମ ସେହି ବଲିଉଡ ଅଭିନେତ୍ରୀଙ୍କ ତାଲିକାରେ ସାମିଲ ଅଟେ ଯେଉଁମାନଙ୍କ ହୃଦୟ ଜେନ ବିବାହିତ ପୁରୁଷ ଉଆପରେ ଆସିଥିଲା ଓ ବିବାହିତ ପୁରୁଷଙ୍କୁ ହିଁ ବିବାହ କରିଥିଲେ ।

ହେମାମାଳିନୀ ହିନ୍ଦୀ ସିନେମାର ଦିଗଜ ଅଭିନେତା ଧର୍ମେନ୍ଦ୍ରଙ୍କ ପତ୍ନୀ ଅଟନ୍ତି । ଦୁହେଁ ୧୯୮୦ ମସିହାରେ ବିବାହ କରିଥିଲେ ଓ ସେମାନଙ୍କ ବିବାହକୁ ଆଜି ୪୧ ବର୍ଷ ହୋଇ ଗଲାଣି । ଧର୍ମେନ୍ଦ୍ରଙ୍କ ଏହା ଦ୍ଵିତୀୟ ବିବାହ ଥିଲା। ତାଙ୍କୁ ମାତ୍ର ୧୯ ବର୍ଷ ବୟସ ହୋତିହିବା ବେଳ ୧୯୫୪ ମସିହାରେ ତାଙ୍କର ପ୍ରଥମ ବିବାହ ହୋଇ ଯାଇଥିଲା । କିନ୍ତୁ ଫିଲ୍ମରେ ଆସିବା ପରେ ତାଙ୍କର ଅନେକ ଆଫେୟାର ଚାଲିଥିଲା ଓ ହେମାମାଳିନୀଙ୍କୁ ମଧ୍ୟ ସେ ପ୍ରେମ କରି ବସିଥିଲେ ।

ହେମାମାଳିନୀ ମଧ୍ୟ ବିବାହିତ ଧର୍ମେନ୍ଦ୍ରଙ୍କୁ ନିଜ ହୃଦୟ ଦେଇ ସାରିଥିଲେ । ଏହା ପରେ ୧୯୮୦ ରେ ସେମାନେ ବିବାହ କରି ନେଇଥିଲେ । କିନ୍ତୁ ଏହି ବିବାହକୁ ନେଇ ଅନେକ ବିଆବାଦ ଉଠିଥିଲା । ସେମାନଙ୍କ ବୟସରେ ମଧ୍ୟ ୧୩ ବର୍ଷର ପାର୍ଥକ୍ଯ ଥିଲା। ଆଉ ଧର୍ମେନ୍ଦ୍ର ତାଙ୍କ ପ୍ରଥମ ପତନୀଙ୍କୁ ଛାଡପାତ୍ର ନ ଦେଇ ଦ୍ଵିତୀୟ ବିବାହ କରି ନେଇଥିଲେ । ଏହି ବିବାହରେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର ଖୁବ ଖଫା ହୋଇଥିଲେ । ସେ କହିଥିଲେ କି ସେ ଯଦି ହେମାମାଳିନୀଙ୍କ ସ୍ଥାନରେ ଥାନ୍ତେ ତେବେ ଏମିତି କେବେ ମଧ୍ୟ କରି ନ ଥାନ୍ତେ ।

ସମୟ ବିତିବା ସହ ଧର୍ମେନ୍ଦ୍ରଙ୍କ ଦୁଇ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ସୁଧୁରି ଯାଇଥିଲା । ଆପଣ ଜାଣିଥିବେ ବିବାହ ପରେ ଝିଅ ଟିଏ ସାଧାରଣ ଭାବେ ନିଜ ଶାଶୁଘରକୁ ହିଁ ଯାଇଥାଏ, କିନ୍ତୁ ହେମାମାଳିନୀଙ୍କ ସହ ଏମିତି ହୋଇ ନ ଥିଲା । ଖାସ କଥା ହେଉଛି, ହେମାମାଳିନୀ ମୁମ୍ବାଇରେ ଯେଉଁଠି ରୁହନ୍ତି ସେଠାରୁ ମାତ୍ର ୧୦ ମିନିଟର ବାଟ ହୋଇଥିଲେ ମଧ୍ୟ, ବିବାହର ୪୧ ବର୍ଷ ବିତିବା ପରେ ବି ସେ ଏବେ ଯାଏ ନିଜ ଶାଶୁଘରେ ପାଦ ଦେଇ ନାହାନ୍ତି ।

ତେବେ ହେମାମାଳିନୀଙ୍କ ଶାଶୁଘର ନ ଯିବାର କାରଣ ହେଉଛି, ଧର୍ମେନ୍ଦ୍ର ଓ ହେମାମାଳିନୀଙ୍କ ବିବାହ ପୂର୍ବରୁ ହିଁ ସେମାନଙ୍କ ମଧ୍ୟରେ ଏହା ସ୍ଥିର ହୋଇ ଯାଇଥିଲା ଯେ ହେମାମାଳିନୀ ନିଜ ସ୍ବାମୀଙ୍କ ପ୍ରଥମ ପରିବାରଠୁ ଦୂରେଇ ରହିବେ । ହେମାମାଳିନୀଙ୍କ କହିବା ମୁତାବକ, ସେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ଓ ତାଙ୍କ ପିଲାଙ୍କ ମଧ୍ୟରେ ଆସିବାକୁ ଚାହନ୍ତି ନାହିଁ, ସେଥିପାଇଁ ସେ କେବେ ମଧ୍ୟ ଶାଶୁଘର ଯାଇ ପାରିଲେ ନାହିଁ ।ସେ କେବେ ଶାଶୁଘର ନା ଯାଇଥିଲେ ମଧ୍ୟ ତାଙ୍କ ଶାଶୁ ଶତବନ୍ତ କୌରଙ୍କ ସହ ତାଙ୍କର ଦେଖା ହୋଇ ସାରିଛି ।

କୁହାଯାଏ କି, ଦିନେ ଧର୍ମେନ୍ଦ୍ରଙ୍କ ମା ଶତବନ୍ତ କୌର ତାଙ୍କ ବୋହୂ ହେମାମାଳିନୀଙ୍କୁ ଦେଖିବା ପାଇଁ କାହାକୁ ନ ଜଣାଇ ପହଞ୍ଚି ଯାଇଥିଲେ । ହେମା ନିଜ ତାଙ୍କ ବୟୋଗ୍ରାଫିରେ ଏହି କଥା ଖୁଲାସା କରିଛନ୍ତି । ହେମାଙ୍କ କହିବା ଅନୁଯାୟୀ ତାଙ୍କ ଶାଶୁଙ୍କ ସହ ତାଙ୍କର ଖୁବ ଭଲ ସମ୍ପର୍କ ଥିଲା । ହେମା ଗର୍ଭବତୀ ଥିବା ସମୟରେ ତାଙ୍କ ଶାଶୁ ତାଙ୍କୁ ଆଶୀର୍ବାଦ ଦେବାକୁ ମଧ୍ୟ ଆସିଥିଲେ । ଧର୍ମେନ୍ଦ୍ରଙ୍କ ମା ତଥା ହେମାମାଳିନୀଙ୍କ ସାସୁ ଏବେ ଦୁନିଆ ଛାଡି ଚାଲି ଯାଇଥିଲେ ମଧ୍ୟ ହେମାଙ୍କ ହୃଦୟରେ ତାଙ୍କ ଶାଶୁଙ୍କ ପାଇଁ ଖୁବ ପ୍ରେମ ଓ ସମ୍ମାନ ଥିଲା । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର ନିଶ୍ଚୟ କରନ୍ତୁ ।