୨୦ ଅକ୍ଟୋବର ରେ IIFA ୨୦୧୯ ଆୱାର୍ଡ ଫାଙ୍କସନ କଲର୍ସରେ ଟେଲିକାସ୍ଟ ହୋଇଥିଲା । କହିବାକୁ ଗଲେ ଏଥର ର ଆଇଫା ବିଦେଶରେ ନୁହେଁ ମୁମ୍ବାଇରେ ଅର୍ଗନାଇଜ କରାଯାଇଥିଲା । ଏହି ବର୍ଷ ଆଇଫାକୁ ୨୦ ବର୍ଷ ପୁରା ହେଲା, ସେଥିପାଇଁ ଏହି ଆୱର୍ଡ ଫଙ୍କସନଙ୍କୁ ନିଜ ଦେଶରେ ଆୟୋଜନ କରିବା ପାଇଁ ମେକର୍ସମାନେ ନିଷ୍ପତି ନେଇଥିଲେ । ଏହି ଶୋ ରେ ବହୁତ ବଡ ବଡ ଷ୍ଟାରମାନେ ସାମିଲ ହୋଇଥିଲେ ଓ ସେମାନଙ୍କ ମଧ୍ୟରେ ରେଖା ଓ ଆଲିୟା ଭଟ୍ଟ ବି ସାମିଲ ଥିଲେ ।
ଏହି ଶୋ ରେ ଯେତେବେଳେ ରେଖା ସମସ୍ତଙ୍କ ସାମ୍ନାରେ ରଣବୀରଙ୍କୁ କହିଲେ ଆଲିୟାଙ୍କର ଲଭର, ତେବେ ସେହି ସମୟରେ ଆଲିୟାଙ୍କର ଏକ୍ସପ୍ରେଶନ ଦେଖିବାର ଥିଲା ।
ରେଖା ସମସ୍ତଙ୍କ ସାମ୍ନାରେ ରଣବୀରଙ୍କୁ କହିଲେ ଆଲିୟାଙ୍କ ଲଭର
ସ୍ଟେଜ ଉପରେ ରେଖା ବହୁତ ସମୟ ପର୍ଯ୍ୟନ୍ତ ରହିବା ପରେ ଶେଷରେ ସେ ସ୍ଟେଜ ଉପରେ ଏମିତି କିଛି କହିଦେଲେ କି ଆଲିୟା ଭଟ୍ଟ ଲାଜେଇ ଗଲେ । ରେଖା ସ୍ଟେଜ ଉପରେ ଥିବା ସମୟରେ ବେସ୍ଟ ମେଲ ଆକ୍ଟର ର ଆୱାର୍ଡ ର ଘୋଷଣା ରଣବୀର କପୁରଙ୍କ ନାମକୁ କରିଲେ ଓ ସେହି ସମୟରେ ରେଖା ରଣବୀରଙ୍କର ବହୁତ ପ୍ରଶଂସା ବି କରିଲେ ।
ରେଖା କହିଲେ କି, ରଣବୀର ଜଣେ ଭଲ ପିଲା ଅଟନ୍ତି, ବହୁତ ଭଲ ବନ୍ଧୁ ଅଟନ୍ତି, ବହୁତ ଭଲ ଭାଇ ଅଟନ୍ତି, ବହୁତ ଭଲ ଅଭିନେତା ଅଟନ୍ତି ଓ ସବୁଠୁ ବଡ କଥା କି ସେ ଜଣେ ବହୁତ ଭଲ ମଣିଷ ଅଟନ୍ତି । ରଣବୀର ଫଙ୍କସନକୁ ଯାଇ ନ ଥିବାରୁ ତାଙ୍କର ପୁରଷ୍କାର ଫିଲ୍ମ ନିର୍ମାତା ଅନୁରାଗ ବସୁ ନେଲେ ଓ ଏହା ପରେ ସେ ଆଲିୟାଙ୍କୁ ସେହି ପୁରଷ୍କାର ଦେଇ ଦେଲେ ।
ଦେଖନ୍ତୁ ଭିଡିଓ –
View this post on Instagram
My fav moment! Thank you @iifa & @colorstv | #rekha ji with @aliaabhatt #aliabhatt
ଏହା ପରେ ଶୋ ର ହୋସ୍ଟ ଆୟୁଷ୍ମାନ ଖୁରାନା ରେଖାଙ୍କୁ ଅନୁରୋଧ କରିଲେ କି ସେ ଆଲିୟା ଭଟ୍ଟଙ୍କର ଫିଲ୍ମ ‘ଗଲୀ ବୟ’ ର ଫେମସ ଡାୟଲଗ ‘ମେରେ ବୟଫ୍ରେନ୍ଡ ସେ ଗୁଲୁଗୁଲୁ କରେଗୀ…କୁ କୁହନ୍ତୁ । ଏହା ପରେ ଆଲିୟାଙ୍କୁ ସ୍ଟେଜ ଉପରକୁ ଡକାଗଲା । ଏହି ଡାଇଲାଗ କହିବା ପୁର୍ବରୁ ରେଖା କହିଲେ କି,
‘ମୁଁ ରଣବୀରଙ୍କ ବିଷୟରେ ଆଉ ଏକ କଥା କହିବାକୁ ଚାହୁଁଛି ଯାହା ମୁଁ ଭୁଲି ଯାଇ ଥିଲି କିନ୍ତୁ ବର୍ତ୍ତମାନ ଯେତେବେଳେ ଆଲିୟା ଏଠି ଅଛନ୍ତି ତେବେ ମୁଁ ଅଫିସିୟଲି ଏହା କହି ପାରିବି କି ‘ରଣବୀର ବହୁତ ଭଲ ଲଭର ବି ଅଟନ୍ତି ।‘ରେଖା ଏହି ଲାଇନକୁ ଅତି କମ ରେ ତିନି ଥର ରିପିଟ କରିଥିଲେ । ରେଖାଙ୍କର କଥା ଶୁଣି ଆଲିୟା ଲାଜେଇ ଯାଇ ତାଙ୍କ ପଛରେ ମୁହଁ ଲୁଚାଇଲେ ।