ତଲାକ ନ ଦେଇ ନିଜର ସ୍ଵାମୀଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି ଏହି ଅଭିନେତ୍ରୀ ମାନେ, ଜଣେ ତ ବହୁତ ଜଲ୍ଦି ମା’ ହେବାକୁ ଯାଉଛନ୍ତି

ବଲୀଉଡ ଦୁନିଆରେ ସମ୍ପର୍କ ଯେତେ ଜଲ୍ଦି ହୋଇଥାଏ, ସେତେ ଜଲ୍ଦି ଭାଙ୍ଗି ବି ଥାଏ । ଏଠି ବାହାଘର ଏବଂ ବ୍ରେକଅପ ଖବର ଆସିବା ସାଧାରଣ କଥା ଅଟେ । ରିଲେଶନଶିପରେ ଆସିବା ପରେ ହିଁ କଳାକାରମାନେ ନିଜର ସମ୍ପର୍କକୁ ଶୀଘ୍ର ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଆନ୍ତି ଏବଂ ଏହି କାରଣ ଯୋଗୁ ବାହାଘରର କିଛି ସମୟ ପରେ ତାଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥାଏ ଏବଂ ପରସ୍ପରଠାରୁ ସେମାନେ ଅଲଗା ହୋଇଯାଆନ୍ତି । ଆଜି ଆମେ ଆପଣଙ୍କୁ କିଛି ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ  ଯେଉଁମାନେ ତଲାକ ନ ନେଇ ସ୍ବାମୀଙ୍କ ଠାରୁ ଅଲଗା ରହୁଛନ୍ତି ।

ଏମିତିରେ ତଲାକ ପରେ ହିଁ ବହୁତ ଦମ୍ପତି ଅଲଗା ହୋଇଥାନ୍ତି, କିନ୍ତୁ ତଲାକ ବିନା ବି ଅଲଗା ହୋଇଯିବା କଥା ଟିକେ ଆଲଗା ଲାଗୁଛି ନା? କିନ୍ତୁ ଫିଲ୍ନ ଦୁନିଆରେ ଏମିତି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ତଲାକ ବିନା ନିଜର ସ୍ଵାମୀଙ୍କ ଠାରୁ ଅଲଗା ରହୁଛନ୍ତି । ଏବଂ ସେମାନେ ନିଜ ଲାଇଫରେ ଖୁସି ଅଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ମାଆ ବି ହୋଇଯାଇଛନ୍ତି । ତେବେ ଚାଲନ୍ତୁ ଜାଣିବା ଏଥିରେ କେଉଁ ଅଭିନେତ୍ରୀମାନେ ସାମିଲ ଅଛନ୍ତି ।

ରାଧିକା ଆପ୍ଟେ

ବଲୀଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରାଧିକା ଆପ୍ଟେ ବହୁତ ଫିଲ୍ମରେ କାମ କରିସାରିଛନ୍ତି । ନିଜର ଅଭିନୟ ଦ୍ଵାରା ସେ ଲୋକମାନଙ୍କୁ ନିଜର ଦିବାନା ବନାଇସାରିଛନ୍ତି । କହିଦେଉଛୁ ଯେ ୨୦୧୨ରେ ରାଧିକା ଆପ୍ଟେ ବେନେଡିକ୍ଟ ଟେଲରଙ୍କ ସହ ବାହା ହୋଇଥିଲେ  କିନ୍ତୁ ବର୍ତ୍ତମାନ ସେ ନିଜର ସ୍ଵାମୀଙ୍କ ଠାରୁ ଅଲଗା ରହୁଛନ୍ତି । କହିରଖୁଛୁ ଯେ ଏମାନଙ୍କର ତଲାକ ହୋଇନାହିଁ ।

ସୁରବୀନ ଚାୱଲା

ଫିଲ୍ମ ହେଟ ଷ୍ଟୋରି – ୨ ରୁ ନିଜର ପରିଚୟ ବନାଇଥିବା ସୁରବୀନ ଚାୱଲା ୨୦୧୫ରେ ଅକ୍ଷୟ ଠକ୍କରଙ୍କୁ ବାହା ହୋଇଥିଲେ । ସୁରବୀନଙ୍କର ଫିଲ୍ମ କ୍ୟାରିୟର ଭଲ ଅଟେ କିନ୍ତୁ ବିବାହିତ ଜୀବନ ଭଲ ନୁହେଁ । ବାହାଘରର କିଛି ସମୟ ପରେ ହିଁ ସେ ନିଜେ ସ୍ଵାମୀଙ୍କ ଠାରୁ ଅଲଗା ରହୁଛନ୍ତି । ଏବଂ ବର୍ତ୍ତମାନ ସେ ମା ହେବାକୁ ଯାଉଛନ୍ତି । କହିଦେଉଛୁ ଯେ ସେ ବି ନିଜର ସ୍ଵାମୀଙ୍କ ଠାରୁ ତଲାକ ନେଇ ନାହାନ୍ତି ।

ପ୍ରୀତୀ ଝଂଗିୟାନୀ

ମୋହବ୍ବତେ ଗର୍ଲ ନାମରେ ପ୍ରସିଦ୍ଧ ପ୍ରୀତୀ ଝଂଗିୟାନୀ ବର୍ଷ ୨୦୦୮ରେ ପ୍ରବୀଣ ଡବାସଙ୍କ ସହ ବିବାହ କରିଥିଲେ । ବାହାଘର ପରେ ସେ ବଲୀଉଡ ଦୁନିଆରୁ ନିଜକୁ ଦୂର କରିଦେଲେ । କହିଦେଉଛୁ ଯେ ପ୍ରୀତୀ ଝଂଗିୟାନୀ ଗୋଟିଏ ପୁଅର ମା ଅଟନ୍ତି । ପ୍ରୀତୀ ବି ନିଜର ସ୍ଵାମୀଙ୍କ ଠାରୁ ତଲାକ ବିନା ଅଲଗା ରହୁଛନ୍ତି ।

ବଲୀଉଡର ଏହିଭଳି ତାଜା ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି।