ଏହି ଛୋଟ କଳାକାର ସାମ୍ନାରେ ଫିକା ପଡିଯିବେ ବଲୀଉଡ ଷ୍ଟାରମାନେ, ଏତେ କମ ବୟସରୁ ଇନକମ କରୁଛନ୍ତି ଏତେ ଟଙ୍କା

ଯଦି ଆପଣଙ୍କ ଭିତରେ ପ୍ରତିଭା ଅଛି ତେବ କେହି ବି ଆପଣଙ୍କଠାରୁ ସେହି ପ୍ରତିଭାକୁ ଛଡାଇ ନେଇ ପାରିବ ନାହିଁ । ଫିଲ୍ମ ଇଣ୍ଡଷ୍ଟ୍ରିର କଥା କହିଲେ ପ୍ରତିଭା ଦମରେ ଆପଣଙ୍କ ଉପରେ ଟଙ୍କାର ବର୍ଷା ବି ହୋଇପାରେ । ଏମିତି କୁହାଯାଏ କି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ଲୋକଙ୍କ ମଧ୍ୟରେ ଥିବା ପ୍ରତିଭା ହିଁ ତାହାର ମୂଲ୍ୟ କହିଥାଏ । ବହୁତ କଳାକରମାନେ ଛୋଟ ବୟସରେ ହିଁ ଏହି ଇଣ୍ଡଷ୍ଟ୍ରିରେ ଗୋଡ ରଖିଛନ୍ତି ।

ଛୋଟ ବୟସରେ ହିଁ ସେମାନେ ବହୁତ ବଡ ବଡ କାମ କରିଛନ୍ତି । ଏହି ଛୋଟ କଳାକାରଙ୍କ ସାମ୍ନାରେ ଟିଭି ଏବଂ ବଲୀଉଡର ଷ୍ଟାରମାନେ କିଛି ନୁହନ୍ତି। ତାଙ୍କର ଫିସ ଜାଣିଲେ ଆପଣ ମାନେ ବି ଭାବିବେ କି ସେମାନେ ଏତେ କମ ବୟସରେ ଏତେ ଟଙ୍କା ପାଉଛନ୍ତି ।

ଏହି ଛୋଟ କଳକାରମାନଙ୍କ ସାମନାରେ କିଛି ନୁହନ୍ତି ଟିଭି – ବଲୀଉଡର ଷ୍ଟାରମାନେ

ଆଜିକାଲି ଫିଲ୍ମ ରେ ଛୁଆଙ୍କ କାମକୁ ବି ନୋଟିସ କରାଯାଏ। ଯଦି କାମ ଭଲ କରିବେ ତେବେ ଦର୍ଶକ ତାଙ୍କୁ ପସନ୍ଦ ବି କରିବେ ଓ ପ୍ରୋଡ୍ୟୁସର ତାଙ୍କୁ ଭଲ ଟଙ୍କା ମଧ୍ୟ ଦେବେ।

୧. ହର୍ଷ ମୟାର

ବର୍ଷ ୨୦୧୧ରେ ଆସିଥିବା ଫିଲ୍ମ ‘ଆଈ ଏମ କଲାମ’ରେ ହର୍ଷ ମୟାର ଏମିତି ଦମଦାର ଅଭିନୟ କରିଥିଲେ କି ତାଙ୍କୁ ସମସ୍ତେ ପସନ୍ଦ କରିଲେ । ତାଙ୍କୁ ମାତ୍ର ୨୧ ଦିନର ଶୁଟିଙ୍ଗ ପାଇଁ ମିଳିଥିଲା ୧ ଲକ୍ଷ ଟଙ୍କା । ଏହା ପରେ ସେ ରାନୀ ମୁଖାର୍ଜୀଙ୍କ ଫିଲ୍ମ ‘ହିଚକୀ’ ରେ ନଜର ଆସିଥିଲେ ।

୨. ଦିୟା ଚାଳବାଡ

ଫିଲ୍ମ ପିଜ୍ଜା ଏବଂ ରକୀ ହୈଂଡସମରେ ଦିୟା ଭଲ ଅଭିନୟ କରିଥିଲେ । ସେ ଗୋଟି ଦିନ ଫିଲ୍ମର ଶୁଟିଙ୍ଗ ପାଇଁ ୨୫,୦୦୦ ଟଙ୍କା ନେଇଥିଲେ । ବିଜ୍ଞାପନରେ କାମକରିବା ପାଇଁ ତାଙ୍କୁ ୫୦ ରୁ ୬୦ ହଜାର ଟଙ୍କା ଦିଆଯାଏ ।

୩. ଦର୍ଶୀଲ

ବର୍ଷ ୨୦୦୭ରେ ଆସିଥିବା ଫିଲ୍ମ “ତାରେ ଜମିନ ପର”ରେ ଦର୍ଶୀଳ ନଜର ଆସିଥିଲେ । ଏହ ପରେ ସେ ବହୁତ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଦର୍ଶୀଲ ୬ ଦିନର ଶୁଟିଙ୍ଗ ପାଇଁ ୩୦ ହଜାର ଟଙ୍କା ନେଇଥିଲେ ।

୪. ହର୍ଷାଲ ମଲ୍ହୋତ୍ରା

 

ସଲମାନ ଖାନଙ୍କର ଫିଲ୍ମ ବଜରଂଗୀ ଭାଈଜାନରେ ହର୍ଷାଳ ମୁନ୍ନୀର ଅଭିନୟ କରିଥିଲେ । ତାଙ୍କର ଅଭିନୟରେ ସମସ୍ତେ କାନ୍ଦି ପକାଇଥିଲେ ଏବଂ ସେ ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲେ । ସେ ବହୁତ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି । ତାଙ୍କର ଫିସ ଲକ୍ଷ ଲକ୍ଷ ଟଙ୍କା ଅଟେ ।

୫. ମିଖାଇଲ ଗାନ୍ଧୀ

ମିଖାଇଲ ଫିଲ୍ମ “ସଚିନ ଦ ବିଲିୟନ ଡ୍ରୀମ୍ସ”ରେ ତେଂଦୁଲକରଙ୍କର ପିଲାବେଳର ରୋଲ କରିଥିଲେ । ଏହି ଫିଲ୍ମରେ ସେ ବହୁତ ଭଲ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ୩୦୦ ପିଲାମାନଙ୍କ ମଧ୍ୟରୁ ବଛା ଯାଇଥିଲା । ମିଖାଇଲଙ୍କୁ ଗୋଟିଏ ଫିଲ୍ମ ପାଇଁ ୧ ରୁ ୨ ଲକ୍ଷ ଟଙ୍କା ମିଳିଥାଏ ।

୬. ସାରା ଅର୍ଜୁନ

ଫିଲ୍ମ “ସୀକ୍ରେଟ ସୁପରଷ୍ଟାର”ରେ ସାରା ଗତଥର ଦେଖା ଯାଇଥିଲେ । ସେ ଐଶ୍ୱର୍ୟା ରାୟ ବଚ୍ଚନଙ୍କ ଫିଲ୍ମ ଜଜ୍ବାରେ ମଧ୍ୟ କାମ କରିଛନ୍ତି । ଏହା ସହିତ ଜଲ୍ଦି ହି ସେ ଇରଫାନ ଖାନଙ୍କ ସହିତ ହଲିଉଡ ଫିଲ୍ମରେ ନଜର ଆସିବେ ।

ତେବେ ଆପଣ ମାନଙ୍କୁ ଏହି ଛୋଟ କଳାକାର ମାନଙ୍କ ଅଭିନୟ କେମିତି ଲାଗେ ନିଜର ମତାମତ ନିଶ୍ଚୟ ଦେବେ। ଏହିଭଳି ମନୋରଞ୍ଜନ ଧର୍ମୀ ଖବର ପାଇଁ ଆମ ପେଜକୁ ଲାଇକ କରିବେ।