ଅର୍ଜୁନ କପୁରଙ୍କୁ ମଲାଇକା ଅରୋରା ଦେଲେ ଝଟକା, କହିଦେଲେ ଏମିତି କଥା ‘ବର୍ତ୍ତମାନ ମୁଁ ତୁମକୁ…’

ବଲୀଉଡରେ ପ୍ରାୟତଃ ବ୍ରେକଅପ ଏବଂ ରିଲେଶନଶିପର ଖବର ସାମନାକୁ ଆସିଥାଏ । କିନ୍ତୁ ଗତ ବର୍ଷ ବଲୀଉଡ ଦୁନିଆ ବାହାଘରର ସିଜିନ ଥିଲା । ଏମିତିରେ ବଲୀଉଡର ପପୁଲାର ଦମ୍ପତି ମଲାଇକା ଏବଂ ଅର୍ଜୁନ କପୂରଙ୍କର ବାହାଘରକୁ ନେଇ ତାଙ୍କର ଫ୍ୟାନ ମାନେ ଅପେକ୍ଷା କରିଛନ୍ତି । ମଲାଇକା ଏବଂ ଅର୍ଜୁନ ବହୁତ ସମୟ ହେବ ପରସ୍ପରକୁ ଡେଟ କରୁଛନ୍ତି । କିନ୍ତୁ ଦୁଇଜଣ ବାହାଘରକୁ ନେଇ ଚୁପଚାପ ରହିଛନ୍ତି ।

ଏମିତିରେ କୁହାଯାଉଛି କି ଦୁଇଜଣଙ୍କର ବାହାଘର ବହୁତ ଜଲ୍ଦି ହୋଇପାରେ । ମଲାଇକାଙ୍କର ଅର୍ଜୁନଙ୍କ ଫ୍ୟାମେଲିରେ ଏଣ୍ଟ୍ରି ହୋଇ ସାରିଛି । କେବଳ ବାହାଘରର ଅପେକ୍ଷା । କିନ୍ତୁ ଏହି ସବୁ ପୂର୍ବରୁ ମଲାଇକା ଅରୋରା ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ବୟାନ ଦେଇଛନ୍ତି । ମଲାଇକା ଅରୋରାଙ୍କୁ ଯେତେବେଳେ ଅର୍ଜୁନ କପୁର ସହ ବାହାଘର ବିଷୟରେ ପଚରାଗଲା ତେବେ ସେ ପୁରା ଅଲଗା ଉତ୍ତର ଦେଲେ ।

ଅର୍ଜୁନ କପୁର ବାହାଘର ପାଇଁ ରେଡି ଅଛନ୍ତି

କିଛି ସମୟ ପୂର୍ବରୁ ଅର୍ଜୁନ କପୁର କରଣଙ୍କର ଶୋକୁ ଯାଇଥିଲେ, ଯେଉଁଠି ସେ ମଲାଇକା ଅରୋରାଙ୍କ ସହିତ ନିଜର ସମ୍ପର୍କକୁ ସ୍ଵୀକାର କରିଛନ୍ତି । ଅର୍ଜୁନ କପୁର କହିଲେ କି ପ୍ରଥମେ ସେ ବାହାଘରକୁ ଘୃଣା କରୁଥିଲେ, କିନ୍ତୁ ଯେବେଠୁ ମଲାଇକା ତାଙ୍କ ଜୀବନରେ ଆସିଛନ୍ତି, ସେବେଠୁ ସେ ତାଙ୍କ ସହିତ ବାହା ହେବା ପାଇଁ ସ୍ଵପ୍ନ ଦେଖୁଛନ୍ତି ଏବଂ ସେ ଜଲ୍ଦି ହିଁ ବାହା ହେବା ପାଇଁ ଚାହୁଁଛନ୍ତି । ଅର୍ଜୁନ କପୁର କହିଲେ କି ସେ ବର୍ତ୍ତମାନ ବାହାଘର ପାଇଁ ପୁରା ପ୍ରସ୍ତୁତ ଅଛନ୍ତି, ଏମିତିରେ କେବଳ ଘରଲୋକ ଏବଂ ମଲାଇକାଙ୍କର ମଞ୍ଜୁରୀ ମିଳିଗଲେ ।

ମଲାଇକା ଅରୋରା ଦେଲେ ଆଶ୍ଚର୍ଯ୍ୟ ଜଣକ ବୟାନ

ଯେଉଁଠି ଗୋଟିଏ ପଟେ ଅର୍ଜୁନ ବାହାଘର ପାଇଁ ପୁରା ପ୍ରସ୍ତୁତ ଅଛନ୍ତି, ତେବେ ଅନ୍ୟ ପଟେ ମଲାଇକା ଅରୋରା ମିଡିୟା ସହିତ କଥାବାର୍ତ୍ତା କରି କହିଲେ କି ମୋତେ ଜଣା ନାହିଁ ମୁଁ କେବେ ବାହା ହେଉଛି । ଏହା ମୋର ପର୍ଶନଳ ଲାଇଫ ଅଟେ ଏବଂ ଏହାକୁ କାହା ସାମନାରେ ମୁଁ କହିବାକୁ ଚାହୁଁ ନାହିଁ । ମଲାଇକାଙ୍କର ଏହି ବୟାନର ବିଭିନ୍ନ ଅର୍ଥ ବାହାର କରାଯାଉଛି ।

ଅରବାଜ ଖାନ ଠାରୁ ନେଇ ସାରିଛନ୍ତି ମଲାଇକା ଅରୋରା ତଲାକ

କହିଦେଉଛୁ ଯେ ମଲାଇକା ଅରୋରାଙ୍କର ବାହାଘର ସଲମାନଙ୍କର ଭାଇ ଅରବାଜ ଖାନଙ୍କ ସହିତ ହୋଇଥିଲା । ଏମାନେ ବହୁତ ସମୟ ହେବ ପରସ୍ପର ସହିତ ରହିଥିଲେ କିନ୍ତୁ ପରେ ସେମାନେ ତଲାକ ନେଇଗଲେ । କିନ୍ତୁ ବର୍ତ୍ତମାନ ମଲାଇକା ଅରୋରା ନିଜର ଭବିଷ୍ୟତ ଅର୍ଜୁନ କପୁରଙ୍କ ସହ ଦେଖୁଛନ୍ତି ।

ପୋଷ୍ଟ ଟି ଭଲ ଲାଗିଲେ ସେୟର କରିବେ । ବଲିଉଡ ର ଏମତି ଅନେକ ଚଟପଟା ଖବର ଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।