ଓଲିଉଡ ର ଫେମସ କମେଡିଆନ Suman Moharana ଙ୍କ ପରିବାର ଓ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଓଡିଆ ଜଗତର ଅଭିନେତା ସୁମନ ମହାରାଣା ନିଜର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ନୂଆ ଜାଗା ସୃଷ୍ଟି କରି ପାରିଛନ୍ତି । ସେ ଜଣେ ଭଲ କମେଡିଆନ ଅଭିନେତା ଭାବେ ପରିଚିତ ଅଟନ୍ତି । ତାଙ୍କ ଜୀବନ କାହାଣୀ ବିଷୟରେ ଖୁବ କମ ଲୋକ ଜାଣିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସୁମନ ମହାରଣାଙ୍କର ପରିବାର, ଜୀବନ ଶୈଳୀ,ସମ୍ପତି ବିଷୟରେ କିଛି ନୂଆ ବିବରଣୀ ଦେବାକୁ ଯାଉଛୁ ।

ସୁମନ ମହାରଣା ଜଣେ ଓଡିଆ କଥାଚିତ୍ର ଓ ଦୂରଦର୍ଶନ ଅଭିନେତା ଭାବେ ପରିଚିତ ଅଟନ୍ତି । ୨୦୦୪ ମସିହାରେ ଓଡିଆ ଫିଲ୍ମ “କଣ୍ଢେଇ ଆଖିରେ ଲୁହ” ଚଳଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସୁମନ ଏହି ଫିଲ୍ମରେ ସୁନ୍ଦର ଅଭିନୟ କରିଥିବାରୁ ଶ୍ରେଷ୍ଠ କଳାକାରର ପୁରସ୍କାର ପାଇ ଥିଲେ । ଓଡିଆ କଥାଚିତ୍ର “ଲକ୍ଷ୍ମୀ ପ୍ରତିମା” ରେ ସୁନ୍ଦର ଅଭିନୟ କରି ଶ୍ରେଷ୍ଠ ହାସ୍ୟ ଅଭିନେତାର ପୁରସ୍କାର ପାଇଥିଲେ ।

ସୁମନ ମହାରଣାଙ୍କର ପାରିବାରିକ ଜୀବନ ଶୈଳୀ : ସୁମନ ମହାରଣା ଜଣେ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ବର ବସ୍ତିରେ ନିଜର ପିଲା ଦିନ ଆରମ୍ଭ କରିଥିଲେ । ତାଙ୍କ ପରିବାରରେ ବାପା ମା ବ୍ଯତୀତ ତାଙ୍କର ଜଣେ ସୁନ୍ଦର ସ୍ତ୍ରୀ ମଧ୍ୟ ଅଛନ୍ତି । ତାଙ୍କର ଉଚ୍ଚତା ପାଇଁ ସେ ଅନେକ ଚଳଚିତ୍ରରେ ବାମନ ଭୂମିକାରେ ଅଭିନୟ କରନ୍ତି ।

ସୁମନ ମହାରଣାଙ୍କର ଅଭିନୟ ଜୀବନ : ସୁମନ ମହାରଣା ନିଜ ଜୀବନରେ ଅନେକ ସଂଘର୍ଷ କରି ଚଳଚିତ୍ର ଦୁନିଆରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୦୪ରେ ଓଡିଆ ଚଳଚିତ୍ର କଣ୍ଢେଇ ଆଖିରେ ଲୁହ ରେ ସେ ତାଙ୍କର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କ ନଜରରେ ଖୁବ ଚର୍ଚ୍ଚାରେ ଆସିଥିଲେ । ଏହି ଚଳଚିତ୍ରରେ ଖୁବ ସୁନ୍ଦର ଅଭିନୟ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଆୱାର୍ଡରେ ସମାନ କରା ଯାଇଥିଲା ।

ଓଡିଆ ଚଳଚିତ୍ରରେ ଅଭିନୟ କରିବା ସହ ଅଭିନେତା ସୁମନ ମହାରଣା ଓଡିଆ ଧାରାବାହିକ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ଏହାଛଡା ଦୂରଦର୍ଶନରେ ପ୍ରସାରିତ ହେଉଥିବା କିଛି କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବେ ଅଭିନୟ କରିଛନ୍ତି । ୨୦୧୮ ମସିହାରେ ସୁମନଙ୍କୁ ଦ୍ଵାଦଶ ଚଳଚିତ୍ର ଓ ତରଂଗ ଚ୍ୟାନେଲରେ ପ୍ରସାରିତ ଧାରାବାହିକ “ତେଜସ୍ବିନୀ” ପାଇଁ ହାସ୍ୟ ଅଭିନେତାର ପୁରସ୍କାର ମଧ୍ୟ ମିଳିଥିଲା ।

ସୁମନ ମହାରଣାଙ୍କର ଅଭିନୀତ କିଛି କଥାଚିତ୍ର : ସୁମନ ମହାରଣା ଚଳଚିତ୍ର “ପ୍ରିୟା ମୋ ଆସିବା ଫେରି”, “ତୁ ମୋ ଆଖିର ତାରା”,, “ହେଲା ମତେ ପ୍ରେମ ଜର”, “ଶୁଭ ବିବାହ”, “ପହିଲି ରାଜ”, “ଜବରଦସ୍ତ ପ୍ରେମିକ”, “ପ୍ରେମ ରୋଗୀ”, “ସ୍ମାଇଲ ପ୍ଳିଜ” ଇତ୍ୟାଦି ଚଳଚିତ୍ରରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ନୂଆ ପରିଚୟ ସୃଷ୍ଟି କରି ପାରିଥିଲେ ।

ସୁମନ ମହାରଣାଙ୍କର ସମ୍ପତି: ଅଭିନେତା ସୁମନ ମହାରଣା ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ଦୁଇରୁ ତିନି ଲକ୍ଷ ଟଙ୍କା ନେଇଥାନ୍ତି । ଏହାଛଡା ଗୋଟିଏ ସ୍ଟେଜ ସୋ ପାଇଁ ତିରିଶି ହଜାରରୁ ପଚାଶ ହଜାର ଟଙ୍କା ନେଇଥାନ୍ତି । ଗୋଟିଏ ଆର୍ଡଭାର୍ଟାଇଜ ତାଙ୍କର ଗୋଟେ ଆଲିଶାନ ଘର ରହିବା ସହ ଦୁଇଟି କାର ମଧ୍ୟ ରହିଛି । ଏହି ସବୁକୁ ମିଶାଇଲେ ଅଭିନେତା ସୁମନ ମହାରଣାଙ୍କର ପାଖାପାଖି ୭୦ରୁ ୮୦ ଲକ୍ଷ ଟଙ୍କାର ସମ୍ପତି ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।