ଏହି ୩ ଟି ଜାତିର ଲୋକମାନେ ହିଁ କରନ୍ତି ରାଷ୍ଟ୍ରପତିଙ୍କର ସୁରକ୍ଷା, ଯୋଗ୍ୟତା ଥିବା ସତ୍ବେ ବି କରି ପାରିବେ ନାହିଁ ଆପଣ ?

ଦେଶର ପ୍ରଥମ ନାଗରିକ ରୂପରେ ଜଣାଯାଉଥିବା ରାଷ୍ଟ୍ରପତିଙ୍କର ପଦ ପୁଣି ଥରେ ଚର୍ଚାରେ ଆସିଯାଇଛି । ରାଷ୍ଟ୍ରପତିଙ୍କ ପାଖରେ ବିଭିନ୍ନ ପ୍ରକାରର ବିଶେଷ ଅଧିକାର ରହିଥାନ୍ତି, କିନ୍ତୁ ବର୍ତ୍ତମାନ ଚର୍ଚାର ବିଷୟ ହେଉଛି ରାଷ୍ଟ୍ରପତିଙ୍କର ସୁରକ୍ଷାକୁ ନେଇ । ପ୍ରଶ୍ନ ରାଷ୍ଟ୍ରପତିଙ୍କର ସୁରକ୍ଷାର ନୁହେଁ, ପ୍ରଶ୍ନ ହେଉଛି ତାଙ୍କ ଉପରେ ହେଉଛି, ଯେଉଁମାନେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦିଅନ୍ତି । କହିଦେଉଛୁ ଯେ ରାଷ୍ଟ୍ରପତିଙ୍କର ସୁରକ୍ଷା କେବଳ ତିନି ଜାତିର ଲୋକମାନେ ହିଁ କରି ପାରିବେ । ଯେଉଁ କାରଣରୁ ଏହି ମାମଲାରେ ପୁଣିଥରେ ଏକ ଝଡ ସୃଷ୍ଟି କରିଛି ।

ରାଷ୍ଟ୍ରପତିଙ୍କର ସୁରକ୍ଷା କେବଳ ତିନୋଟି ଜାତିର ଲୋକମାନେ ହିଁ କରି ପାରିବେ । ଏମିତିରେ ଅନ୍ୟ ଜାତିଙ୍କ ପାଖରେ ଯେତେ ଯୋଗ୍ୟତା ଥିଲା ବି ସେମାନେ ରାଷ୍ଟ୍ରପତିଙ୍କର ସୁରକ୍ଷାକର୍ମୀ ହୋଇ ପାରିବେ ନାହିଁ । ବର୍ତ୍ତମାନ ଏହି ମାମଲାରେ ବହୁତ ବର୍ଷ ହେବ ବିବାଦ ଚାଲୁଅଛି । ଯାହାର ନେଇ ଦିଲ୍ଲୀର ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଏବଂ ଆର୍ମୀଙ୍କୁ ଉତ୍ତର ମାଗିଛନ୍ତି ।

କଣ ଅଟେ ପୁରା ମାମଲା ?

ଏହି ମାମଲା ସେତେବେଳେ ଆସିଲା ଯେତେବେଳେ ସିଡକେଂଟ ବଡୀଗାର୍ଡର ଗ୍ରୁପର ୩ ଟି ପଦର ଭର୍ତି ପାଇଁ ଆବେଦନ ପାଇଁ ବାହାରିଲା ଏବଂ ସେଥିରେ ଲେଖାଯାଇଥିଲା କି ଏଥିରେ କେବଳ ତିନୋଟି ଜାତିର ଲୋକମାନେ ହିଁ ଆବେଦନ କରି ପାରିବେ । ଏଥିରେ ଜାଟ, ରାଜପୁତ ଏବଂ ଶିଖ ଜାତିର ଉଲ୍ଲେଖ ଥିଲା । ଏମିତିରେ ହରିୟାନାରେ ରହୁଥିବା ଗୌରବ ୟାଦବ ଏହା ଉପରେ ଏକ ଜନହିତ ମାମଲା ଦାୟର କରିଛନ୍ତି । ଏଥିରେ ଲେଖାଯାଇଛି ଯେ ରାଷ୍ଟ୍ରପତିଙ୍କର ସୁରକ୍ଷା ପାଇଁ ଏହି ପକ୍ରିୟାକୁ ବନ୍ଦ କରାଯାଉ । କହିଦେଉଛୁ ଯେ ଏହା ପୂର୍ବରୁ ସୁପ୍ରିମ କୋଟ ଏହିଭଳି ଏକ ମାମଲାକୁ ଖାରଜ କରି ଦେଇଥିଲେ ।

ଦିଲ୍ଲୀର ହାଇକୋର୍ଟ ସରକାର ଏବଂ ଆର୍ମୀଙ୍କୁ ମାଗିଛନ୍ତି ଏହାର ଉତ୍ତର

ଏହି ପୁରା ମାମଲାରେ ଦିଲ୍ଲୀ ହାଇକୋର୍ଟ ସରକାର, ରକ୍ଷା ମନ୍ତ୍ରାଳୟ ଏବଂ ଆର୍ମୀଙ୍କୁ ଜବାବ ମାଗିଛନ୍ତି । ଦିଲ୍ଲୀର ହାଇକୋର୍ଟ ଏହି ମାମଲାକୁ ବହୁତ ଗମ୍ଭୀରତା ସହ ନେଇ ଏହା ଉପରେ ନିଜର ବିଚାର ଦେଇଛନ୍ତି । ଏହି ମାମଲାରେ କୁହାଯାଇଛି କି ଯୋଗ୍ୟତା ହେବା ସତ୍ବେ ବି ଆମେ କାହିଁକି ରାଷ୍ଟ୍ରପତିଙ୍କର ସୁରକ୍ଷା କରି ପାରିବା ନାହିଁ, କାରଣ ଆମେ ସେହି ଜାତିର ନୁହେଁ ବୋଲି ।

୨୦୧୩ରେ ସୁପ୍ରିମ କୋର୍ଟ ଦେଇଥିଲେ ଆଦେଶ

କହିଦେଉଛୁ ଯେ ରାଷ୍ଟ୍ରପତିଙ୍କର ସୁରକ୍ଷାରେ ଲୋକମାନଙ୍କର ନିଯୁକ୍ତି ଉପରେ ନିଷ୍ପତି ୨୦୧୩ରେ ସୁପ୍ରିମ କୋର୍ଟ ସେନାର ଅନୁଶଂସା ଉପରେ ଆଦେଶ ଦେଇଥିଲେ । ଏହା ଅନୁସାରେ ଜାଟ, ରାଜପୁତ ଏବଂ ଶିଖ ସମୁଦାୟର ଲୋକମାନେ ହିଁ ରାଷ୍ଟ୍ରପତିଙ୍କର ସୁରକ୍ଷା କରି ପାରିବେ । ଏମିତିରେ ବର୍ତ୍ତମାନ ଏହି ପ୍ରକ୍ରିୟାର ବିରୋଧ କରାଯାଉଛି ଏବଂ ଏହାକୁ ଖାରଜ କରିବା ପାଇଁ କୁହାଯାଉଛି ।

ଏହି ଘଟଣା ଉପରେ ଆପଣଙ୍କ ମୂଲ୍ୟବାନ ମତାମତ କମେଣ୍ଟରେ ନିଶ୍ଚୟ ଦେବେ । ପୋଷ୍ଟ ଟିକୁ ଆଗକୁ ଶେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।