ବଲିଉଡର ଏହି ଟପ ହିରୋଇନମାନେ ବଲୀଉଡରୁ ହଟାତ ହୋଇଯାଇଥିଲେ ଗାୟବ, ଜାଣନ୍ତୁ ଏବେ କେଉଁଠି ଅଛନ୍ତି ଏମାନେ

କୁହାଯାଏ ଯେ ବଲିଉଡରେ ଯେକୌଣସି ବ୍ୟକ୍ତିଙ୍କ ପାଇଁ ଭାଗ୍ୟ ଏକ ବଡ଼ ଅବଦାନ । ଏଠାରେ ବ୍ୟକ୍ତି ଦୀର୍ଘ ସମୟ ପାଇଁ ଭାଗ୍ୟବାନ ହୁଏ, କିନ୍ତୁ ଅଭିନୟର ଏହି କ୍ଷେତ୍ରରେ, ଭାଗ୍ୟ ସହିତ, ତୁମର ପରିଶ୍ରମ ଏବଂ ନିଷ୍ଠା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଅଭଜିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ବଲୀଉଡରୁ ହଟାତ କୁଆଡେ ଗାୟବ ହୋଇଯାଇଥିଲେ ।

ବର୍ତ୍ତମାନ ସମୟରେ ବଲୀଉଡ ଇଣ୍ଡଷ୍ଟ୍ରିରେ ତାଙ୍କର କିଛି ପରିଚୟ ନାହିଁ, ଆଜି ଆମେ ଆପଣଙ୍କୁ ସେହିପରି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି ।

କିମି କାଟକର :

ଅମିତାଭ ବଚ୍ଚନଙ୍କ ସହିତ ଶୁଟିଙ୍ଗ ହୋଇଥିବା ‘ଚୁମା ଚୁମା ଦେ ଦେ’ ତାର୍ଜନ ଚଳଚିତ୍ରର କିମି କାଟକର ଙ୍କର ଏକ ହଟ ଫଟୋ ତାଙ୍କୁ ଜାତୀୟ ସ୍ତରରେ ପରିଚିତ କରିଥିଲା । କିନ୍ତୁ ଅଚାନକ ସେ ଚଳଚିତ୍ର ନିର୍ମାତା ଏବଂ ଫଟୋଗ୍ରାଫର ଶାନ୍ତନୁ ଶ୍ରେୟ ଙ୍କ ସହିତ ବିବାହ କରିବା ପରେ ସେ ହଠାତ ଗାୟବ ହୋଇଯାଇଥିଲେ । ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ୯ ବର୍ଷର ପୁଅ ସିଦ୍ଦାନ୍ତ କର୍କଟ ରେ ପୀଡିତ ଅଛନ୍ତି ତେବେ ସେ ମେଲବର୍ନ ରେ ଚିକିତ୍ସା ପାଇଁ ସିଫ୍ଟ ହେଇଯାଇଥିଲେ ଓ ସେ ବର୍ତମାନ ଗୋଆ ରେ ଅଛନ୍ତି।

ନେହା :

କିଛି ଚଳଚ୍ଚିତ୍ର ମାଧ୍ୟମରେ ଯୁବକଙ୍କର ହୃଦୟରେ ରାଜ କରୁଥିବା ନେହାଙ୍କର ପ୍ରକୃତ ନାମ ସବନ ରାଜା ଥିଲା । କିନ୍ତୁ ସେ ବଲୀଉଡ ଇଣ୍ଡଷ୍ଟ୍ରିରେ ଗୋଟେ ଦୁଇଟା ଚଳଚ୍ଚିତ୍ର କରିବା ସହିତ ବଲୀଉଡ ଇଣ୍ଡଷ୍ଟ୍ରିରେ କିଛି ବିଶେଷ କାମ କରିନଥିଲେ । ସେ ମନୋଜ ବାଜପେୟୀ ଙ୍କ ସହିତ ବିବାହ କରିଛନ୍ତି ଏବଂ ସେ ବର୍ତମାନ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି ।

ମୀନାକ୍ଷୀ ସେସାଦ୍ରି :

ମୀନାକ୍ଷୀ ସେସାଦ୍ରି ବଲୀଉଡର ପ୍ରମୁଖ ଅଭିନେତ୍ରୀ ଥିଲେ । ସେ ‘ଦାମିନୀ’ ଚଳଚ୍ଚିତ୍ରରେ କାମ କରି ଇତିହାସ ସୃଷ୍ଟି କରିଥିଲେ । ସେ ସନୀ ଦେଓଲଙ୍କ ସହିତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କର ଅନେକ ଚଳଚ୍ଚିତ୍ର ଅଛି ଯାହା ଏବେ ବି ସ୍ମରଣୀୟ କିନ୍ତୁ ୧୯୯୫ ରେ ହରିଶ ମେସୋରଙ୍କ ସହିତ ବିବାହ କରି ବଲୀଉଡ ଇଣ୍ଡଷ୍ଟ୍ରିରୁ ବିଦାୟ ନେଇ ଟେକ୍ସାସର ପ୍ଲାନୋରେ ରୁହନ୍ତି । ସେଠାରେ ସେ କଥକ ଏବଂ ଭରତନାଟ୍ୟମ ଶିକ୍ଷା ଦେଉଛନ୍ତି ।

ଫରହିନ :

ରୋନିତ ରାୟଙ୍କ ସହ ‘ଜାନ ତେରେ ନାମ’ ୧୯୯୩ ରେ ଡେବ୍ୟୁ କରିଥିବା ଫରହିନଙ୍କୁ ଲୋକେ ମାଧୁରୀ ଦିକ୍ଷିତ ବୋଲି କହୁଥିଲେ । ସେହି ସମୟରେ ତାଙ୍କୁ ଅକ୍ଷୟ କୁମାରଙ୍କର ବିପରୀତ ‘ନଜର କେ ସାମନେ’ ଫିଲ୍ମରେ ଦେଖିବାକୁ ମିଳିଥିଲା । ସମସ୍ତେ ତାଙ୍କୁ ମାଧୁରୀ ଦିକ୍ଷିତ ସହିତ ତୁଳନା କରୁଥିଲେ କିନ୍ତୁ ଫରହିନ ବର୍ତମାନ ଦିଲ୍ଲୀର ପ୍ରମୁଖ କ୍ରିକେଟର ମନୋଜ ପ୍ରଭାକରଙ୍କ ସହିତ ମିଶି କେବଳ ହର୍ବାଲ ବ୍ୟବସାୟ ହିଁ ଚଳାଉନାହାନ୍ତି ତା ସହିତ ସେ ତାଙ୍କ ପରିବାର ମଧ୍ୟ ଚଳାଉଛନ୍ତି । ମନୋଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ଫରିହୀନଙ୍କୁ ବିବାହ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।