ପ୍ରଥମ ଥର ନଜର ଆସିଲେ ସିରିଏଲ “ରାମାୟଣ” ର ରାବଣ ଙ୍କ ପୁଅ, ଦେଖା ଯାଆନ୍ତି କିଛି ଏମିତି…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୮୦ ଦଶକ ର ପ୍ରସିଦ୍ଧ ସିରିଏଲ ରାମାୟଣ ସେହି ସମୟରେ ଟିଭି ରେପ୍ରସାରିତ ହେଉଥିଲା । ଏହି ସିରିଏଲ ଟିଭି ଇତିହାସ ର ସବୁଠାରୁ ଅଧିକ ପ୍ରସିଦ୍ଧ ସିରିଏଲ ଅଟେ । ଏହି ସିରିଏଲ ବିଭିନ୍ନ ରେକର୍ଡ ତିଆରି କରିଥିଲା । ଶୁଣିବାକୁ ମିଳେ ଯେ ସେହି ସମୟରେ ଦର୍ଶକ ମାନେ ଏହି ସିରିଏଲ ଟିଭି ରେ ପ୍ରସାରିତ ହେଉଥିବା ସମୟରେ ଦେଖିବା ନିମନ୍ତେ ଲୋକ ମାନଙ୍କ ଘରେ ଭିଡ଼ ଜମା ହୋଇଯାଉଥିଲା । ସମସ୍ତ ଦର୍ଶକ ଏହି ସିରିଏଲ ଦେଖିବାକୁ ଚାହୁଁଥିଲେ ।

ଏହି ସିରିଏଲ ରେ ଅଭିନୟ କରିଥିବା କଳାକାର ଘରେ ଘରେ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଏହା ମଧ୍ୟ ଶୁଣିବାକୁ ମିଳେ ଯେ ଲୋକ ମାନେ ସେହି କଳାକାର ମାନଙ୍କୁ ସ୍ୱୟଂ ଭଗବାନ ଙ୍କ ରୂପ ବୋଲି ମାନି ନେଇଥିଲେ । ବର୍ତ୍ତମାନ ମଧ୍ୟ ଏହି ସିରିଏଲ ଟିଭି ରେ ପ୍ରସାରିତ ହେଉଛି ଏବଂ ଲୋକମାନେ ଏହି ସିରିଏଲ କୁ ବହୁତ ମାତ୍ରା ରେ ଭଲ ପାଇବା ମଧ୍ୟ ଦେଉଛନ୍ତି ।

ଏହି ସିରିଏଲ ରେ ରାମ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କୁ ଯେତେ ମାତ୍ରା ରେ ଭଲ ପାଇବା ମିଳିଥିଲା ସେହିପରି ଭଲ ପାଇବା ରାବଣ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କୁ ମଧ୍ୟ ମିଳିଥିଲା । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତା ଏବଂ ତାଙ୍କ ପୁଅ ଙ୍କ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା

ବନ୍ଧୁଗଣ ଟିଭି ସିରିଏଲ ରାମାୟଣ ରେ ରାବଣ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କ ପ୍ରକୃତ ନାମ ହେଉଛି ଅରବିନ୍ଦ ତ୍ରିବେଦୀ । ଏହି ଅଭିନେତା ଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଥିଲେ ଏବଂ ପ୍ରଶଂସା ମଧ୍ୟ କରିଥିଲେ । ରାବଣ ଭୂମିକା ରେ ନିଜର ଅଭିନୟ କୁ ଏହି ଅଭିନେତା ଖୁବ ସୁନ୍ଦର ଭାବରେ ପରଦା ରେ ପ୍ରଦର୍ଶନ କରିଥିଲେ ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଅଭିନେତା ଗୁଜୁରାଟ ଥିଏଟର ର ଆର୍ଟିଷ୍ଟ ଅଟନ୍ତି । ସେ ପାଖାପାଖି ୨୫୦ ରୁ ଅଧିକ ଫିଲ୍ମ ରେ କାମ କରିଛନ୍ତି । ପରଦା ରେ ରାବଣ ଭୂମିକା କୁ ଏହି ଅଭିନେତା ଯେଉଁ ଭଳି ଭାବରେ ପ୍ରଦର୍ଶନ କରିଥିଲେ ତାହା ଅଦ୍ଵିତୀୟ ଅଟେ । ଏହି ଅଭିନେତା ବାସ୍ତବ ଜୀବନ ରେ ଶିବ ଭକ୍ତ ଅଟନ୍ତି । ଶୁଣିବାକୁ ମିଳେ ଯେ ରାମାୟଣ ସିରିଏଲ ର ସୁ-ଟିଂ ସମୟରେ ଏହି ଅଭିନେତା ପୂର୍ଣ୍ଣ ଉପାସ ରେ ରହୁଥିଲେ ଏବଂ ସୁ-ଟିଂ ପରେ ହିଁ ଖାଉଥିଲେ ।

ସେ ମହାଦେବ ଙ୍କ ପାଖରେ ନିଜର ଭୂମିକା ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରନ୍ତି ବୋଲି ଶୁଣିବାକୁ ମିଳିଛି । ଏହି ସିରିଏଲ ରେ ଅଭିନୟ କରିବା ପରେ ଏହି ଅଭିନେତା ଙ୍କ ଜୀବନ ସମ୍ପୁର୍ଣ୍ଣ ବଦଳି ଯାଇଥିଲା । ସେ ୪ ଜୁନ ୧୯୬୬ ମସିହାରେ ନଳିନୀ ଙ୍କୁ ବିବାହ କରିଥିଲେ । ଅଭିନେତା ଅରବିନ୍ଦ ତ୍ରିବେଦୀ ଙ୍କ ୩ ଜଣ ଝିଅ ଅଛନ୍ତି । କିନ୍ତୁ ତାଙ୍କ ସମ୍ବନ୍ଧରେ ଇଣ୍ଟରନେଟ ରେ କୌଣସି ତଥ୍ୟ ଉପଲବ୍ଧ ନାହିଁ । କିନ୍ତୁ ତାଙ୍କ ପୁଅ ତାଙ୍କ ସହିତ ରହୁଛନ୍ତି ଏବଂ ତାଙ୍କ ନାମ ହେମନ୍ତ ତ୍ରିବେଦୀ ଅଟେ । ହେମନ୍ତ ଙ୍କ ପତ୍ନୀ ଏବଂ ଜଣେ ପୁଅ ମଧ୍ୟ ଅଛି । ଅଭିନେତା ଅରବିନ୍ଦ ତ୍ରିବେଦୀ ବର୍ତ୍ତମାନ ନିଜ ପରିବାର ସହିତ ମୁମ୍ବାଇ ରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।